ଚିକିଟି,୨ା୬(ଡି.ଏନ୍.ଏ.)- କେ.ନୂଆଗଁା ଥାନା ଚିକିଟି ଫାଣ୍ଡି ମାଧବନ୍ଧ ଗ୍ରାମ ନିକଟରେ ଥିବା ଘରୋଇ କମ୍ପାନୀର ଏକ ମୋବାଇଲ ଟାୱାର ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ୫ଜଣ ଅଜଣା ଯୁବକ ଯନ୍ତ୍ରାଂଶଗୁଡିକ ଖୋଲୁଥିଲେ। ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ପଚାରିବାରୁ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ୩ ଜଣ ଫେରାର ହୋଇଯାଇଥିବାବେଳେ ୨ଜଣଙ୍କୁ ଗ୍ରାମବାସୀ କାବୁକରି ନିସ୍ତୁକ ମାଡ ମାରି ଚିକିଟି ଫାଣ୍ଡି ପୋଲିସ ଜିମା ଦେଇଥିଲେ। ପୋଲିସ୍ ସେମାନଙ୍କୁ ଜେରା କରୁଥିବା ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ କହିଛନ୍ତି ା