ଚୋରି ଟଙ୍କା, ସୁନା ଜବତ: ୨ ଗିରଫ

ଦିଗପହଣ୍ଡି,୧୨ା୫(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର ପାଟପୁର ଥାନା ସାହସପୁର ଉତୁରାସି ବସ୍ତିର ବୁଦ୍ଧିଆ ପ୍ରଧାନ ଏବଂ ଟି. ସନ୍ତୋଷଙ୍କୁ ଏକ ଚୋରି ମାମଲାରେ ଗିରଫ କରିଛି। ଥାନା ମାମଲା ନଂ.୭୦/୨୦ରେ ଅଭିଯୁକ୍ତ ଦ୍ୱୟଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଦ୍ୱୟଙ୍କ ନିକଟରୁ ଚୋରି ହୋଇଥିବା ଏକ ସୁନା ଲକେଟ, ରୁପା ପାଉଁଜି ୧ ହଳ ଓ ୨୬୨୦ ଟଙ୍କା ଜବତ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସଆଇ ମାଧବ ଚନ୍ଦ୍ର ଟାକରୀ ଜଣାଇଛନ୍ତି। ଏପ୍ରିଲ ୧ ରାତିରେ ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏନ୍‌.ଦେବରାଜଙ୍କ ଘରୁ ୧୦ ହଜାର ଟଙ୍କା ସହ ସୁନାଗହଣା, ଏନ୍‌. ଲାଛମେୟା ରେଡ୍ଡୀଙ୍କ ଘରୁ ୬ ହଜାର ଟଙ୍କା ଓ ହଳେ କାନଫୁଲ ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଏନେଇ ଦେବରାଜଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ। ଏହି ଚୋରି ଘଟଣାରେ ବୁଦ୍ଧିଆ ଓ ସନ୍ତୋଷ ସାମିଲ ଥିବା ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ...

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ...

୩.୧୩ କେଜି ବଜ୍ରକାପ୍ତା କାତି ଜବତ, ଧରାପଡ଼ିଲେ ୪ ଅଭିଯୁକ୍ତ

ନୂଆପଡ଼ା/ଖଡିଆଳ,୨୨ା୧୨(ମକାରୁ ବେମାଲ/ସୁଜିତ ପ୍ରଧାନ): ନୂଆପଡ଼ା ଜିଲା କୋମନା ରେଞ୍ଜ ନାଗପଡ଼ା ପଞ୍ଚାୟତ ଝରଣାମାଲ ଗାଁରେ ଖଡ଼ିଆଳ ବନ ବିଭାଗ ଚଢାଉ କରି ୩ କିଲୋଗ୍ରାମ ୧୩୦...

ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଧାନ କିଣା…

ଗଞ୍ଜାମ,୨୧ା୧୨: ଲଘୁଚାପ ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ। ଡିସେମ୍ବର ୨୩ରୁ ଗଞ୍ଜାମରେ ଧାନ ସଂଗ୍ରହ ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ...

ଘର ତାଲା ଖୋଲି ସୁନା-ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ, ୨୨।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମଠପଦର ସାହିରେ ଜଣଙ୍କ ଘରର ଚାବି ଖୋଲି ଦୁର୍ବୃତ୍ତ ଆଲମାରୀରୁ ସୁନା ଅଳଙ୍କାର ଓ ଅନ୍ୟ...

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା ଅଦିନିଆ ବର୍ଷା: ପାଣିରେ ବୁଡିରହିଛି ପାଚିଲା ଧାନ

ଗଞ୍ଜାମ,୨୨।୧୨(ବିଦ୍ୟାଧର ସାହୁ): ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ l ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଶହ ଶହ ଭରଣ...

ଅଦିନିଆ ବର୍ଷାରେ ଉଜୁଡ଼ିଲା ଧାନ ଚାଷ: କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଗୋପାଳପୁର,୨୨ା୧୨(ନବୀନ ରାଜ ଆଚାରୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଶୁକ୍ରବାର, ଶନିବାର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଫଳରେ ଖରିଫ...

ଜିଜ୍ଞାସା ବାର୍ଷିକୋତ୍ସବରେ କୃତି ଛାତ୍ରୀଛାତ୍ର ପୁରସ୍କୃତ

ଥୁଆମୂଳ ରାମପୁର,୨୨।୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ୭ତମ ଜିଜ୍ଞାସା ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri