ଛଟେଇ ଆରମ୍ଭ କଲେଣି ଠିକା ସଂସ୍ଥା

ଝାରସୁଗୁଡା ଅଫିସ,୯ା୫: ଝାରସୁଗୁଡାରେ ଏବେ ଠିକା ସଂସ୍ଥାଗୁଡିକ ଛଟେଇ ଆରମ୍ଭ କଲେଣି। ଫଳରେ ବାହାର ଅଞ୍ଚଳରୁ ଆସୁଥିବା ଶ୍ରମିକ ଏବେ ଘର ମୁହାଁ ହେଲେଣି। ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଛଟେଇ ହୋଇଥିବା ଶ୍ରମିକ ଘରକୁ ଯିବା ପାଇଁ ବସ୍‌ ଅପେକ୍ଷାରେ ଥିଲେ। ସୂଚନା ମୁତାବକ ଝାରସୁଗୁଡା ସହରରେ ଥିବା ଏକ ପ୍ରତିଷ୍ଠିତ କମ୍ପାନୀ ଅଧୀନରେ ବିଭିନ୍ନ ଠିକା ସଂସ୍ଥା ଜରିଆରେ ଶ୍ରମିକମାନେ କାମ କରିଥାନ୍ତି। ତେବେ ଏହି କମ୍ପାନୀଗୁଡ଼ିକ କାମ ବନ୍ଦ କରିଥିବାରୁ ଠିକା ସଂସ୍ଥାଗୁଡିକ ମଧ୍ୟ ଶ୍ରମିକଙ୍କୁ ଛଟେଇ କରି ନିଜ ନିଜ ଘରକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି। ଲକ୍‌ ଡାଉନ୍‌ ଯୋଗୁ କୌଣସି କାମ ନ ପାଇ ଶ୍ରମିକମାନେ ଉପାୟ ଶୂନ୍ୟ ହୋଇ ବସିଛନ୍ତି। ଜିଲାପାଳଙ୍କ କାଯର୍ର୍‌ୟାଳୟ ପରସରରେ ୩୦ରୁ ୪୦ ଶ୍ରମିକ ବସ୍‌ ଅପେକ୍ଷାରେ ଥିଲେ। ସେମାନଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବା ବେଳେ ଠିକା ସଂସ୍ଥା ସେମାନଙ୍କୁ ଘରକୁ ଯିବା ପାଇଁ କୌଣସି ବ୍ୟବସ୍ଥା କରି ନ ଥିଲା। ଫଳରେ ଏହି ଶ୍ରମିକମାନେ ନିଜ ଉଦ୍ୟମରେ ତାଙ୍କ ଅଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କୁ ଯୋଗଯୋଗ କରି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ପରେ ସେଠାରୁ ଦୁଇଟି ବସ ଏଠାକୁ ଆସି ପହଞ୍ଚିଛି। ଏହି ବସ୍‌ରେ ଶନିବାର ରାତିରେ ସେମାନେ ଝାଡ଼ଖଣ୍ଡ ଯିବେ। ତେବେ କେବଳ ଗୋଟିଏ କିମ୍ବା ଦୁଇଟି ଠିକା ସଂସ୍ଥା ନୁହନ୍ତି ବହୁ ଠିକା ସଂସ୍ଥା ନିଜ ନିଜ କାର୍ଯ୍ୟ ବନ୍ଦ କରିବା ଆରମ୍ଭ କଲେଣି। ଫଳରେ ଶ୍ରମିକମାନେ କାମ ପାଇ ଘର ବାହୁଡୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ

କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଶଙ୍କରଗଳି ପବିତ୍ରଡିହାରେ ଗତ ୪ ତାରିଖରେ ଜଣେ ୨୦ ବର୍ଷୀୟା ଯୁବତୀ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ...

କାରଖାନାରେ ଅଘଟଣ: ଷ୍ଟ୍ରକ୍ଚର ପଡ଼ି ଚାଲିଗଲା ୨ ଶ୍ରମିକଙ୍କ ଜୀବନ, ୫ ଗୁରୁତର

ଝାରସୁଗୁଡ଼ା,୧୭।୯: ଝାରସୁଗୁଡ଼ା ଜିଲା ବୁଢିପଦର ଓଡ଼ିଶା ମେଟାଲିକ୍ସ କମ୍ପାନୀରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କାରଖାନାରେ ଷ୍ଟ୍ରକ୍ଚର ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ...

ମା’ଙ୍କ ଆଖି ଆଗରେ ପୁଅଙ୍କୁ ଗୁଳି ମାଡ଼

ଝାରସୁଗୁଡ଼ା,୬।୯: ନୂଆଁଖାଇ ପୂର୍ବରୁ ଅଶାନ୍ତ ହୋଇପଡିଛି ଝାରସୁଗୁଡ଼ା ସହର। ଦିନ ଦ୍ୱି ପ୍ରହରରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ଚମ୍ପଟ ମାରିଛନ୍ତି ଅଭିଯୁକ୍ତ।...

ଲାଲପଥର ଜଳ ପ୍ରପାତରେ ନାବାଳକ ନିଖୋଜ

ଝାରସୁଗୁଡ଼ା,୧।୯: ଝାରସୁଗୁଡ଼ା ଜିଲା ଲାଲପଥର ଜଳ ପ୍ରପାତରେ ରବିବାର ଏକ ଅଘଟଣ ଘଟିଛି। ଜଳ ପ୍ରପାତରେ ଗାଧୋଇବା ବେଳେ ପାଣି ବୁଡି ନାବାଳକ ଜଣକ ନିଖୋଜ...

କେରଳ ଭୂସ୍କଳନ: ଗୁରୁତର ଡ. ସ୍ବୀକୃତି ମହାପାତ୍ରଙ୍କୁ ଭେଟିଲେ ଦୀପାଳି

ଝାରସୁଗୁଡ଼ା,୧।୯ (ସଞ୍ଜୟ ମାଲି): କେରଳ ୱାୟନାଡ ଭୂସ୍କଳନରେ ଗୁରୁତର ଆହତ ହୋଇଥିବା ଝାରସୁଗୁଡାର ଡ. ସ୍ବୀକୃତି ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଶନିବାର ପୂର୍ବତନ ବିଧାୟିକା ଦୀପାଳି...

ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

ଝାରସୁଗୁଡ଼ା,୨୭।୮: ଝାରସୁଗୁଡ଼ା ଜିଲା ସଦର ଥାନା ବେହେରାପାଟ ନିକଟ ଏକ କୁକୁଡ଼ା ଫାର୍ମରେ ଗୁଳିକାଣ୍ଡ ଘଟିଛି। ଗୁଳି ମାଡ଼ରେ ଜଣେ କୁକୁଡା ଫାର୍ମ ମାଲିକଙ୍କ ମୃତ୍ୟୁ...

ଓଡ଼ିଶା: ଆଜିର ଫଟୋ ( ୮ ଅଗଷ୍ଟ, ୨୦୨୪)

ଭୁବନେଶ୍ୱର ଉପକୂଳ ଅଞ୍ଚଳରେ ବର୍ଷା ହେବାପରେ ଚାଷୀମାନେ ଧାନ ଚାରା ରୋପଣ କରୁଛନ୍ତି

କାରଖାନାରେ ଗ୍ୟାସ ଲିକ୍‌: ଜଣେ ଶ୍ରମିକ ମୃତ, ୫ ଅସୁସ୍ଥ

ଝାରସୁଗୁଡ଼ା,୬।୮: ଝାରସୁଗୁଡ଼ା ଜିଲା ବୁଢିପଦର ସ୍ଥିତ ଓଡ଼ିଶା ମେଟାଲିକ କାରଖାନାରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri