ଭଟଲି,୧୭।୪(ଡି.ଏନ.ଏ): ଲକ୍ ଡାଉନ୍ କଟକଣା ଯୋଗୁ ଛାତ୍ରୀଛାତ୍ରଙ୍କ ପାଖକୁ ସେମାନଙ୍କ ପାଠ୍ୟ ପୁସ୍ତକ ପଠାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି କ୍ରମରେ ଶୁକ୍ରବାର ବରଗଡ଼ ଜିଲା ଭଟଲିର ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ପ୍ରଧାନ ଏବଂ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ ଘରକୁ ଘର ଯାଇ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ପାଠ୍ୟ ପୁସ୍ତକ ବଣ୍ଟନ କରିଥିଲେ । ପାଠ୍ୟ ପୁସ୍ତକ ବଣ୍ଟନ ସମୟରେ ସେମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ଅବଲମ୍ବନ କରିଥିଲେ।