ଛୁଇଁଲେ, ଅନୁଭବ କଲେ…

ଭୁବନେଶ୍ୱର,୨୩୭(ବ୍ୟୁରୋ) : କୋଣାର୍କ ସୂର୍ଯ୍ୟ ମନ୍ଦିରର ପଥରର ଭାଷାକୁ ବୁଝିବାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାବେଳେ ପ୍ରଥମଥର ପାଇଁ କୋଣାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି କୁନି କୁନି ଦୃଷ୍ଟିବାଧିତ ପିଲା। ନିଜ ଆଖିରେ ଏହି ବିଶ୍ୱ ଐତିହ୍ୟର କାରୁକାର୍ଯ୍ୟକୁ ନ ଦେଖିପାରିଲେ ମଧ୍ୟ ହାତମାରି ଏହାକୁ ଅନୁଭବ କରିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ସ୍ବତନ୍ତ୍ର ଅନୁମତିକ୍ରମେ ନିମାପଡ଼ାସ୍ଥିତ ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ସଂସ୍ଥାର ୩୫ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ର ରବିବାର ପ୍ରଥମଥର ଲାଗି କୋଣାର୍କକୁ ପଢାବହି ବାହାରେ ଜାଣିବାର ସୁଯୋଗ ପାଇଥିଲେ। ଏହି ପିଲାମାନଙ୍କ ପାଇଁ କୋଣାର୍କ ଓ ଏହାର ଅପରୂପ କାରୁକାର୍ଯ୍ୟ କେବଳ ପାଠ୍ୟପୁସ୍ତକରେ ସୀମିତ ଥିଲା। ଜାଣିବାକୁ ଇଛା ଓ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ଦେଖିବାରେ ଅସମର୍ଥ ଯୋଗୁ ସେମାନେ ଏଥିରୁ ବଞ୍ଚତ୍ତ ଥିଲେ। ଏଭଳିସ୍ଥଳେ ଏହି ପିଲାମାନଙ୍କ ଇଚ୍ଛାକୁ ହୃଦୟଙ୍ଗମ କରି ଆନ୍ଥ୍ରୋପୋଲୋଜିଷ୍ଟ ନିତୁରଞ୍ଜନ ଦାଶ ଏଏସ୍‌ଆଇ ଏବଂ ବୈଷୟିକ ସହାୟତା ପାଇଁ ଇଣ୍ଡିଆ ହେରିଟେଜ ୱାକ୍‌ ସଂସ୍ଥା ସହ ଆଲୋଚନା କରିଥିଲେ। ଏଏସ୍‌ଆଇ ପକ୍ଷରୁ କଳାକୃତିଗୁଡ଼ିକୁ ସ୍ପର୍ଶ କରିବାକୁ ସ୍ବତନ୍ତ୍ର ଅନୁମତି ମିଳିବା ପରେ ଉଭୟ ସଂସ୍ଥା ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଦୃଷ୍ଟିବାଧିତଙ୍କ ପାଇଁ ଐତିହ୍ୟସ୍ଥଳୀ କିପରି ସୁଗମ ଓ ଶିକ୍ଷଣୀୟ ହୋଇପାରିବ ସେଥିପାଇଁ ନିତୁରଞ୍ଜନ ନିଜସ୍ବ ଉଦ୍ୟମରେ ବ୍ରେଲି ଲିପିରେ ମନ୍ଦିର ସମ୍ବନ୍ଧୀୟ ପାଠ୍ୟ ସୂଚନା ଓ କାରୁକାର୍ଯ୍ୟର ରେଖାଚିତ୍ର ପ୍ରସ୍ତୁତ କରିଥିଲେ। ରବିବାର ଏଏସ୍‌ଆଇର ସ୍ବତନ୍ତ୍ର ଗାଇଡ୍‌ଙ୍କ ନେତୃତ୍ୱରେ ପିଲାମାନେ କୋଣାର୍କ ବୁଲିବା ସହ ମନ୍ଦିରର କାରୁକାର୍ଯ୍ୟ ସ୍ପର୍ଶ କରି କଳା, ଭାସ୍କର୍ଯ୍ୟକୁ ଅନୁଭବ କରିଥିଲେ। ଏହି ଅବସରରେ ଗାଇଡ୍‌ମାନେ ପିଲାମାନଙ୍କୁ ବିସ୍ତୃତଭାବେ ସମସ୍ତ ବିଷୟରେ ବୁଝାଇଥିଲେ। ଛାତ୍ରୀଛାତ୍ରମାନେ କୋଣାର୍କ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିଥିଲେ। ମନ୍ଦିରର ଇତିହାସ ଓ ସୂକ୍ଷ୍ମ କାରୁକାର୍ଯ୍ୟକୁ ସ୍ପର୍ଶ କରିବା ସହ ବ୍ରେଲି ଲିପି ମାଧ୍ୟମରେ ଜ୍ଞାନ ଆହରଣ କରିଥିଲେ। ଏଭଳି ଭ୍ରମଣ କାର୍ଯ୍ୟକ୍ରମ ଦିବ୍ୟାଙ୍ଗମାନଙ୍କୁ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅବଗତ କରାଇପାରିବ ବୋଲି ନିତୁରଞ୍ଜନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ କିଭଳି ଅଧିକରୁ ଅଧିକ ପିଲା ଯୋଡ଼ି ହୋଇପାରିବେ ସେଥିଲାଗି ପଦକ୍ଷେପ ନିଆଯିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟର ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ପରିଚୟପତ୍ର ସଂଶୋଧନ ପାଇଁ ଶିକ୍ଷକ ନେଲେ ହଜାରେ, ‘ଭୁଲ୍‌’ ପଚାରିବାରୁ ମହିଳାଙ୍କୁ ମାଡ଼

ମହାକାଳପଡ଼ା,୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହିଳାଙ୍କ ଭୋଟ ପରିଚୟପତ୍ର ସଂଶୋଧନ କରିବାକୁ ଜଣେ ଶିକ୍ଷକ ହଜାରେ ଟଙ୍କା ନେଇଥିଲେ। ଏହା ଠିକ୍‌ ଭାବେ ସଂଶୋଧନ ନ ହେବାରୁ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ...

ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୯: ୪ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶନିବାର ନର୍ସିଂ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ସରକାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର...

ମୋହନ ସରକାରଙ୍କ ବଡ଼ ଘୋଷଣା, ବଢିଲା ଅବଧି…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri