ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଅପରେଶନ ଦ୍ୱାରା ଅଲଗା ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଦୁଇଭାଇ ଜଗା-କାଳିଆ ଖୁବ୍‌ଶୀଘ୍ର କଟକ ଏସ୍‌ସିବି ମେଡିକାଲକୁ ଆସିବେ। ଏନେଇ ତାରିଖ ନିର୍ଦ୍ଧାରଣ କରାଯାଇ ନ ଥିଲେ ମଧ୍ୟ ଏସ୍‌ସିବିରେ ଦୁଇଭାଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏକ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି। ନ୍ୟୁରୋସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍‌ରେ ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ଜେ.ଏନ. ବେହେରା, ନ୍ୟୁରୋଲୋଜି ବିଭାଗ, ସର୍ଜରି ବିଭାଗ ଭଳି ଅନ୍ୟ ବିଭାଗର ମଧ୍ୟ ବରିଷ୍ଠ ଡାକ୍ତର ସାମିଲ ଅଛନ୍ତି। ଜଗା-କାଳିଆଙ୍କୁ ଏସ୍‌ସିବି ଅଣାଯିବା ପରେ ସେଠାରେ ସର୍ଜରି ବିଭାଗର ୧ ନମ୍ବର କ୍ୟାବିନ୍‌ରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଦୁଇ ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚସହ ସମସ୍ତ ପ୍ରକାର ସମସ୍ୟା ଉପରେ ଡାକ୍ତରୀ ଟିମ୍‌ ନଜର ରଖିବ ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଯଦି ଆବଶ୍ୟକ ପଡ଼େ, ଜଣେ ଡାଏଟିସିଆନ୍‌ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଏହି ଟିମ୍‌ରେ ରଖାଯିବ ବୋଲି ଡା. ମହାରଣା କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ସେଠାରେ ସୁସ୍ଥ ହେବା ପରେ ସେମାନେ ଓଡ଼ିଶା ଆସିପାରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଥିଲେ। ଏହାପରେ ଦୁଇଜଣଙ୍କୁ ଓଡ଼ିଶାରେ କେଉଁଠି ରଖାଯିବ ସେନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ଚାଲିଥିଲା। ଭୁବନେଶ୍ୱର ଏମ୍ସରେ ରଖିବା ପାଇଁ ବିଭାଗ ସ୍ଥିର କରିବା ସହ କର୍ତ୍ତୃପକ୍ଷଙ୍କୁ ଅନୁମତି ମାଗିଥିଲେ। କିନ୍ତୁ ଭୁବନେଶ୍ୱର ଏମ୍ସରୁ କୌଣସି ଉତ୍ତର ନ ମିଳିବାରୁ ଏସ୍‌ସିବିରେ ରଖିବା ପାଇଁ ନଷ୍ପତ୍ତି ହୋଇଛି। ଦିଲ୍ଲୀରୁ କେବେ ଆସିବେ ତାହା ସପ୍ତାହକ ମଧ୍ୟରେ ନିଷ୍ପତ୍ତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଇ ନିର୍ବାଚନ ଜିତିଛି ଭାଜପା, ପ୍ରତିଶ୍ରୁତି ପାଳନରେ ହୋଇଛି ବିଫଳ’

ବରଗଡ଼,୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି...

ଶଙ୍ଖ ଭବନରେ କଥା କଟାକଟିକୁ ନେଇ ମୁହଁ ଖୋଲିିଲେ ଶ୍ରୀମୟୀ: କହୁକହୁ କହିଦେଲେ

ଭୁବନେଶ୍ୱର,୨।୧୦: ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲା ବିଜେଡି ବୈଠକ ବେଳେ ଶ୍ରୀମୟୀ ମିଶ୍ର ଓ ପ୍ରଦୀପ ସାହୁଙ୍କ ମଧ୍ୟରେ କଥା କଟାକଟି ଏବଂ ଶ୍ରୀମୟୀ ଙ୍କ...

ଭାଜପା ଉପରେ ବର୍ଷିଲେ ନବୀନ, ସୁଭଦ୍ରାକୁ ନେଇ କହିଲେ ବଡ଼ କଥା…

ଭୁବନେଶ୍ୱର,୨।୧୦: ଆରମ୍ଭ ହୋିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା...

ଦଳର ଭିତିରି କଥା କହିଲେ ମନ୍ମଥ, ବିଜେଡିରେ ବଡ଼ ହଲଚଲ!

ଭୁବନେଶ୍ୱର,୨।୧୦: ବିଜେଡିର ଭିତିରି କନ୍ଦଳ ଏବେ ପଦାରେ ପଡିଲାଣି। ବଡ଼ ବଡ଼ ନେତା ଏବେ ପରାଜୟର କାରଣ ମୁହଁ ଖୋଲି କହୁଛନ୍ତି। ଏହାରି ଭିତରେ ମୁହଁ...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ୱରୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ...

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨।୧୦: ଆଜି ପବିତ୍ର ମହାଳୟା । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ...

ଆଜିଠୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ର: ସମସ୍ତଙ୍କୁ ଏକଜୁଟ ହେବାକୁ…

ଭୁବନେଶ୍ୱର,୨।୧୦: ଆଜିଠୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ରା। ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ଦଳୀୟ କାର୍ଯ୍ୟକ୍ରମ କରିବ ବିଜେଡି। ବୁଧବାର ଦଳ ପକ୍ଷରୁ...

ଶଙ୍ଖ ଭବନରେ ପୁଣି କାହିଁକି ହେଲା କଥା କଟାକଟି, କାହିଁକି ବିରୋଧର ଶିକାର ହେଲେ …

ଭୁବନେଶ୍ୱର,୨।୧୦: ଏବେ ପ୍ରାୟ ସବୁବେଳେ ଶଙ୍ଖ ଭବନ ସରଗରମ। ଥମିବାର ନାଁ ନେଉନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ସୋମବାର ଖୋର୍ଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri