ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଗୁଳିମାଡ଼ ଘଟଣା: ଦୁଇଜଣଙ୍କୁ ଉଠାଇନେଲା ସ୍ପେଶାଲ ସ୍କ୍ବାଡ୍‌

ଭୁବନେଶ୍ୱର, ୮।୩(ବ୍ୟୁରୋ): ବାରଙ୍ଗ କାଟେଣି ଛକସ୍ଥିତ ଜଙ୍ଗଲ ଭ୍ୟୁ ରେଷ୍ଟୁରାଷ୍ଟରେ ଗୁଳିକାଣ୍ଡ ଘଟଣାରେ ପୋଲିସ ଦନ୍ତ ଜାରି ରଖିଥିବାବେଳେ ଶନିବାର ସ୍ପେଶାଲ ସ୍କ୍ବାଡ୍‌ ସନ୍ଦେହରେ ୨ ଯୁବକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ତଦନ୍ତରେ ବାଧା ସୃଷ୍ଟି କାରଣରୁ ପୋଲିସ କୌଣସି ତଥ୍ୟ ଦେଉ ନ ଥିଲେ ମଧ୍ୟ ମିଳିଥିବା ସୂଚନାନୁସାରେ, ତ୍ରିଶୂଳିଆ ନିକଟରୁ ସେମାନଙ୍କୁ ଉଠାଇ ନେଇ କୌଣସି ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି। ତେବେ ସେମାନେ ଅଭିଯୁକ୍ତ ବୋଲି ପୋଲିସ ଜାଣିପାରିଥିଲେ ମଧ୍ୟ ବନ୍ଧୁକ ଜବତ କରି ନ ଥିବାରୁ ସେନେଇ ଅଧିକ ଖୋଳତାଡ଼ ଚଳାଇଛି। ତେବେ ସେମାନେ ବନ୍ଧୁକ କେଉଁଠି ଲୁଚାଇ ରଖିଛନ୍ତି, ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା ଚଳାଇଛି ପୋଲିସ। ଅଟକ ଥିବା ଦୁଇ ଅଭିଯୁକ୍ତ ଛାତ୍ର ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଗୁଳିମାଡର ଶିକାର ଛାତ୍ର ଅସୀମ୍‌ କାଲ୍‌ସଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଶନିବାର ପୋଲିସ ତାଙ୍କ ବୟାନ ରେକର୍ଡ କରିଛି। ଅସୀମ ରାଜଧାନୀର ଏକ ମ୍ୟାନେଜମେଣ୍ଟ କଲେଜର ପାଠ ପଢୁଥିବାବେଳେ ଲକ୍ଷ୍ନୌରେ ତାଙ୍କ ପରିବାର ରହୁଛନ୍ତି।

ସୂଚନା ମୁତାବକ, ବୁଧବାର ଶେଷ ସେମିଷ୍ଟର ପରୀକ୍ଷା ସରିବା ପରେ ମଧ୍ୟାହ୍ନରେ ଅସୀମ ସାଙ୍ଗମାନଙ୍କ ସହ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟ୍‌କୁ ଖାଇବା ପାଇଁ ଯାଇଥିଲେ। ଏହାପୂର୍ବରୁ ବିଲ୍‌କୁ ନେଇ ୩ଜଣ ଦୁର୍ବୃତ୍ତଙ୍କ ସହ ରେଷ୍ଟୁରାଣ୍ଟ୍‌ ମାଲିକ ଓ କର୍ମଚାରୀଙ୍କର ଝଗଡ଼ା ହୋଇଥିଲା। ଦୁର୍ବୃତ୍ତମାନେ ପାଟିତୁଣ୍ଡ କରିବା ପରେ ଧମକ ଦେଇ କାର୍‌ରେ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ଏକ ବାଇକରେ ୩ ଜଣ ମୁଖାଧାରୀ ଯୁବକ ସେଠାରେ ପହଞ୍ଚତ୍ ମାଲିକଙ୍କ କ୍ୟାଶ୍‌ କାଉଣ୍ଟର ନିକଟରେ ଠିଆହୋଇ ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ରେଷ୍ଟୁରାଣ୍ଟରେ ମାଲିକ ସମେତ ଖାଉଥିବା ଅସୀମ ଓ ଅନ୍ୟମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ରେଷ୍ଟୁରାଣ୍ଟ ମାଲିକଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇବା ବେଳେ ତାହା ଅସୀମଙ୍କ ପିଠିରେ ବାଜିଥିଲା। ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିବାବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପାଟିତୁଣ୍ଡକୁ ନେଇ ଏହି ଗୁଳିମାଡ଼ ଘଟିଛି ନା ଏହା ପଛରେ ଆଉ କିଛି ରହସ୍ୟ ଅଛି ସେନେଇ ଖୁବ୍‌ଶୀଘ୍ର ଘଟଣା ପଦାକୁ ଆସିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri