ଜଟଣୀ ତହସିଲରେ ଦଲାଲଙ୍କୁ ଧରିଲେ ଆଇନଜୀବୀ :ଆଣିଥିବା ସରକାରୀ ରେକର୍ଡ ଛଡ଼ାଇ ରଖିଲେ

ଜଟଣୀ,୩।୧୧(ଡି.ଏନ.ଏ)

ସରକାରୀ କାର୍ଯ୍ୟାଳୟଗୁଡିକରୁ ଦଲାଲ ହଟାଇବା, ଲାଞ୍ଚ କାରବାର ବନ୍ଦ କରି ଦୁର୍ନୀତିମୁକ୍ତ କରି ଲୋକଙ୍କୁ ଠିକ୍‌ ସେବା ଯୋଗାଇବା ପାଇଁ ସରକାର ୫-ଟି ଓ ମୋ ସରକାର ପରି ପଦକ୍ଷେପ ଆରମ୍ଭ କରିଛନ୍ତି। ଜଟଣୀରେ ଥିବା କାର୍ଯ୍ୟାଳୟଗୁଡିକରେ ସରକାରଙ୍କ ଏହି ପଦକ୍ଷେପର ବିଶେଷ ପ୍ରଭାବ ପଡୁ ନ ଥିବା ଅଭିଯୋଗ ହେଉଛି। ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର, ଦଲାଲରାଜ ଚାଲିଥିବା ଅଭିଯୋଗରୁ ଜଣାପଡିଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ କିପରି ଖୁଲମ୍‌ଖୁଲା ଦଲାଲମାନଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ ହେଉଛି ଓ ଲାଞ୍ଚ ନ ଦେଲେ ଫାଇଲ୍‌ ଆଗକୁ ଘୁଞ୍ଚୁନି ସେ ନେଇ ଅନେକ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଜଟଣୀ ତହସିଲ କାର୍ଯ୍ୟାଳୟରେ ଶନିବାର କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏହି ତହସିଲ ଅନ୍ତର୍ଗତ ଏକ ଆର୍‌ଆଇ ଅଫିସର ଅନେକ ସରକାରୀ ରେକର୍ଡ ଧରି ଜଣେ ଦଲାଲ ତହସିଲ ଅଫିସ ଆସିଥିବା ବେଳେ ଏପରି ପରିସ୍ଥିତି ଦେଖାଦେଇଥିଲା। ଏ ନେଇ ଅସନ୍ତୁଷ୍ଟ ଥିବା ସ୍ଥାନୀୟ ଆଇନଜୀବୀ ଓ କେତେଜଣ ଲୋକ ସମ୍ପୃକ୍ତ ଦଲାଲଙ୍କୁ ଘେରି ଯାଇ ଆଣିଥିବା ରେକର୍ଡକୁ ତାଙ୍କଠାରୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଥିଲେ। ସମ୍ପୃକ୍ତ ବେସରକାରୀ ତଥା ଦଲାଲ କୁହାଯାଉଥିବା ଲୋକ ଜଣକ ଏହି ରେକର୍ଡଗୁଡିକୁ ଜଣେ କର୍ମଚାରୀଙ୍କୁ ହସ୍ତାନ୍ତର କରୁଥିବା ବେଳେ ଏପରି ଘଟଣା ଘଟିଥିଲା। ଆଇନଜୀବୀ ଓ ଲୋକେ ଘେରିଯିବା ପରେ ଦଲାଲ ଜଣକ ଆଣିଥିବା ରେକର୍ଡଗୁଡିକୁ ଛାଡି ଦେଇ ଘଟଣାସ୍ଥଳରୁ ତରବରିଆ ହୋଇ କୁଆଡେ ଉଭାନ ହୋଇଯାଇଥିଲେ। ତହସିଲ କର୍ମଚାରୀ ଜଣକ ହଡବଡେଇ ଯାଇ ତାଙ୍କ ନିକଟକୁ କେହି ରେକର୍ଡ ନେଇ ଆସି ନ ଥିବା ପଚାରିବାରୁ କହିଥିଲେ। ଆଇନଜୀବୀ ବାଉରୀବନ୍ଧୁ ସାହୁ, ଶିବପ୍ରସାଦ ରଥ, ସୁବାସିନୀ ମହାରଥୀ, ପବିତ୍ର ବଳିଆରସିଂହ ଓ ବିକ୍ରମ କେଶରୀ ପଟ୍ଟନାୟକ କୁହନ୍ତି, ତହସିଲ ଓ କେତେକ ଆର୍‌ଆଇ କାର୍ଯ୍ୟାଳୟରେ ଦଲାଲରାଜ ଚାଲିଛି। ଦଲାଲଙ୍କ ବିନା ଫାଇଲ୍‌ ଘୁଞ୍ଚୁ ନାହଁି। କୌଣସି କାର୍ଯ୍ୟ ନେଇ କେହି ଲୋକ ସିଧାସଳଖ ଆବେଦନ କଲେ ମାସ ମାସ ଧରି ଟେବୁଲ୍‌ରେ ଫାଇଲ୍‌ ପଡିରହୁଛି। ଲାଞ୍ଚ ନ ଦେଲେ କିମ୍ବା ଦଲାଲଙ୍କ ମାଧ୍ୟମରେ ନ ଆସିଲେ ଶୀଘ୍ର କାର୍ଯ୍ୟ ହେଉନି। କିସମ ପରିବର୍ତ୍ତନଠାରୁ ଆରମ୍ଭ କରି ନାମଜାରି, ଜାତିଗତ, ଉତ୍ତରାଧିକାରୀ ପ୍ରମାଣପତ୍ର, ଆର୍‌ପି କେସ୍‌ ଆଦି ବିଭିନ୍ନ କାର୍ଯ୍ୟରେ ଲୋକଙ୍କୁ ହଇରାଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରି ଶନିବାର ତହସିଲ କାର୍ଯ୍ୟାଳୟକୁ ଆସିଥିବା ସ୍ଥାନୀୟ ଗଜପତିନଗର ଅଞ୍ଚଳର ପି. ଅନିଲ କୁମାର କୁହନ୍ତି, ତାଙ୍କ ମା’ଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ବା ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ଆବେଦନ କରିବା ଏକବର୍ଷ ହୋଇଗଲାଣି। ହେଲେ ଏଯାବତ୍‌ ତାଙ୍କ କାମ ହେଉନି। ପ୍ରଥମେ କୁହାଗଲା ଫାଇଲ୍‌ ମିଳୁନି। ପରେ କୁହାଗଲା ବାତ୍ୟା ଫନୀରେ ଫାଇଲ୍‌ କୁଆଡେ ଗଲାଣି। ଏହିପରି ଗୋଟିଏ ବର୍ଷ ମଧ୍ୟରେ ସେ ୩ ଥର ଆବେଦନ କଲେଣି ବୋଲି କହିଛନ୍ତି। ତଥାପି ତାଙ୍କ କାର୍ଯ୍ୟ ଏଯାବତ୍‌ ହୋଇ ନ ଥିବା ସେ ଅଭିଯୋଗ କରିଥିଲେ। ଏ ନେଇ ତହସିଲଦାର ପ୍ରିୟାଂଶୁ ଚାନ୍ଦ କୁହନ୍ତି, ତହସିଲ ଓ ଆର୍‌ଆଇ ଅଫିସଗୁଡିକରେ କୌଣସି ଦଲାଲ ନାହାନ୍ତି। ନିୟମ ଅନୁଯାୟୀ, ସମସ୍ତ କାର୍ଯ୍ୟ କରାଯାଇ ସମସ୍ତଙ୍କୁ ସେବା ଯୋଗାଇ ଦିଆଯାଉଛି। ଲାଞ୍ଚ କାରବାର ଯେପରି ନ ହୁଏ ସେନେଇ ଗୁରୁତ୍ୱ ଦିଆଯିବା ସହ ସତର୍କ ଦୃଷ୍ଟି ରଖାଯାଇଛି। ଏହାଛଡ଼ା ଅନେକ କାର୍ଯ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri