ଜନ୍ମ ଜନ୍ମାନ୍ତର ପାପ କ୍ଷୟ କରେ ଭୀଷ୍ମ ପଞ୍ଚକ ବ୍ରତ…

ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶେଷ ୫ ଦିନକୁ ଭୀଷ୍ମ ପଞ୍ଚକ କୁହାଯାଇଥାଏ। ଏହି ବ୍ରତ କଲେ ଏକ ହଜାର ଏକାଦଶୀ ବ୍ରତର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମହାଭାରତରେ ଉଲ୍ଲେଖ ରହିଛି ଗଙ୍ଗାପୁତ୍ର ମିତାମହ ଭୀଷ୍ମ ଶରଶଯ୍ୟାରେ ଥିବା ସମୟରେ ଏହି ପାଞ୍ଚ ଦିନ ପାଣ୍ଡବଙ୍କୁ ନୀତି ଶିକ୍ଷା ଦେଇଥିଲେ। ଭୀଷ୍ମ ଇଛାମୃତ୍ୟୁ ବର ପ୍ରାପ୍ତ ହୋଇଥିଲେ। ତେଣୁ ଏକ ପବିତ୍ର ସମୟରେ ଦେହତ୍ୟାଗ କରିବା ପାଇଁ ଇଛା ପ୍ରକାଶ କରିଥିଲେ। ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ଦେହତ୍ୟାଗ କଲେ ଜନ୍ମ ଜନ୍ମାନ୍ତର ପାପ କ୍ଷୟ ହେବା ସହିତ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ପ୍ରଭୁ ଶ୍ରୀକୃଷ୍ଣ ସୂଚନା ଦେଇଥିଲେ। ତେଣୁ ଭୀଷ୍ମ ଉତ୍ତରାୟଣ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହି ବ୍ରତ କରି ଶ୍ରୀହରିଙ୍କୁ ଧ୍ୟାନ କଲେ ମୋକ୍ଷ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୋଇଥାଏ ବୋଲି ଶ୍ରୀମଦ୍‌ ଭାଗବତରେ ଉଲ୍ଲେଖ ଅଛି। ଏହି ପାଞ୍ଚ ଦିନ ସକାଳୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ତିଳ ମିଶ୍ରିତ ଜଳରେ ସ୍ନାନ କଲେ ଅଶେଷ ପୁଣ୍ୟ ମିଳେ। ଏହି ଅବସରରେ ଶ୍ରଦ୍ଧାଳୁ ପବିତ୍ର ନଦୀରେ ସ୍ନାନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ ଆରମ୍ଭ

ଭୁବନେଶ୍ୱର,୨୪।୧୧: ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪ର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ର ଅନୁଷ୍ଠିତ ହୋଇଛି...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଆଜି ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’: ଆରମ୍ଭ ହେଲା ରେଜିଷ୍ଟ୍ରେସନ

ଭୁବନେଶ୍ୱର,୨୪।୧୧: ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪ର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ର ଅନୁଷ୍ଠିତ ହୋଇଛି...

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ହେବ ବଡ଼ ଘୋଷଣା

ସୁନ୍ଦରଗଡ଼,୨୪ା୧୧(ଜୟ ନାରାୟଣ ମେଣ୍ଡୁଳି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡା...

ମହତାବଙ୍କ ଜୀବନୀ ଉପରେ ବାୟୋପିକ୍‌ କରାଯିବ

ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୀବନୀ ଓ କୃତିତ୍ୱ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ...

‘ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ’: ଆଜି ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ୍‌’

ଭୁବନେଶ୍ୱର, ୨୪।୧୧ (ବନ୍ଦନା ସେଠୀ): ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ଦେଶ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶର ସୁରକ୍ଷା ପାଇଁ ଅନେକ କ୍ଷେତ୍ରରେ...

ଟୋଲଗେଟକୁ ଧକ୍କାଦେଇ ହୁହୁ ହୋଇ ଜଳିଲା କଣ୍ଟେନର: ଡ୍ରାଇଭର ଜୀବନ୍ତ ଦଗ୍ଧ, ହେଲ୍ପର ବି…

ବାଲେଶ୍ୱର,୨୪।୧୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ...

ପରିବର୍ତ୍ତନର ସ୍ରୋତରେ ଡଙ୍ଗରିଆ

ନିଜର ନିଆରା ତଥା ଭିନ୍ନ ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ୱରେ ପରିଚିତ ରାୟଗଡ଼ା ଜିଲା ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ରାୟଗଡ଼ା ଜିଲାର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri