ଜବରଦଖଲରେ ସରକାରୀ ଜମି

ଆରଡ଼ି,୧୦।୨ (ଡି.ଏନ.ଏ.)-ଜବରଦଖଲକାରୀଙ୍କ କବଳରେ ସରକାରୀ ଜମି। କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୪ରୁ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜବରଦଖଲ ଉଚ୍ଛେଦ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ତହସିଲ କାର୍ଯ୍ୟାଳୟର ଉଦାସୀନତା ପାଇଁ ତାହା କାର୍ଯ୍ୟକାରୀ ହୋଇପାରୁନି ବୋଲି ଅଭିଯୋଗ କରି ପୁନଃ ଗ୍ରାମବାସୀ ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭିଯୋଗ ହୋଇଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅଧୀନ ଷାଠିବାଙ୍କୁଡ଼ା ଗାଁରେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଗାଁରେ ରକ୍ଷିତ, ଗୋଚର, ଆବାଦିଯୋଗ୍ୟ ଅନାବାଦୀ, ପାଣିନାଳ ଆଦି ବିଭିନ୍ନ କିସମର ସରକାରୀ ଜମି ରହିଛି। ଗ୍ରାମରେ ଥିବା ତଫସିଲଭୁକ୍ତ ଜାତି, ଗ୍ରୀନକାର୍ଡଧାରୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ନିୟମାନୁସାରେ ସରକାରୀ ଜମି ଯୋଗାଇ ଦିଆଯାଇଛି। ହେଲେ ଗାଁର ୪୦ରୁ ଅଧିକ ପରିବାର ପ୍ରଥମେ ବାଡ଼ ବୁଜି ସରକାରୀ ଜାଗା ଅକ୍ତିଆର କରିଥିଲେ। ଯେଉଁ ଜାଗା ଖେଳପଡ଼ିଆ ଓ ଚାରଣ ଭୂମି ରୂପେ ପୂର୍ବରୁ ବ୍ୟବହୃତ ହେଉଥିଲା, ସେଠାରେ କେତେକ ବ୍ୟକ୍ତି ବାଉଁଶରେ ତିଆରି ଅସ୍ଥାୟୀ ଘର, ବ୍ୟବସାୟ ପ୍ରତିଷ୍ଠାନ, ପକ୍କାଘର ଏପରିକି ପାଇଖାନା ନିର୍ମାଣ କରିଛନ୍ତି। ଏହାକୁ ବିରୋଧ କରି ଗ୍ରାମବାସୀ ୨୦୧୩ରେ ଚାନ୍ଦବାଲି ତହସିଲ ଓ ଜିଲା ପ୍ରଶାସନକୁ ଅବଗତ କରିଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ସେମାନେ ୨୦୧୪ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୬ରେ ଜବରଦଖଲକାରୀଙ୍କ ବିରୋଧରେ ଆଉ ଏକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାଏର କରାଯାଇଥିଲା। ୨୦୧୭ ନଭେମ୍ବର ୭ରେ ହାଇକୋର୍ଟ ୬ ମାସ ମଧ୍ୟରେ ଜବରଦଖଲକାରୀଙ୍କୁ ହଟାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଚାନ୍ଦବାଲି ତହସିଲଦାରଙ୍କୁ ସେହି ଜମିର ବର୍ତ୍ତମାନର ସ୍ଥିତି ପରଖି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ତଦନ୍ତ କରାଯାଇଥିଲା। ଏହାମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ ହୋଇପାରି ନାହିଁ। ଫଳରେ ଜବରଦଖଲକାରୀ ଅଧିକ ସକ୍ରିୟ ହୋଇ ଆହୁରି ସରକାରୀ ଜମି ଅକ୍ତିଆର କରିବାରେ ଲାଗିଛନ୍ତି। ମୋ ସରକାରରେ ରାଜସ୍ବ ବିଭାଗ ଅନ୍ତର୍ଭୁକ୍ତ ହେବାକୁ ଯାଉଥିବାରୁ ଷାଠିବାଙ୍କୁଡ଼ା ଗ୍ରାମବାସୀ ସେଠାରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଆରଡ଼ି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟଙ୍କୁ ପଚାରିବାରୁ କହିଛନ୍ତି, ୪୧ ଜବରଦଖଲକାରୀଙ୍କ ମଧ୍ୟରୁ ପ୍ରାୟ ଓହରି ଆସିଲେଣି। ନିକଟରେ ଅମିନ ଡାକି ଅନ୍ୟମାନଙ୍କୁ ଜବରଦଖଲରୁ ହଟାଯିବାକୁ ତହସିଲ ପକ୍ଷରୁ ଯୋଜନା ଚାଲିଛି। ଖୁବ୍‌ଶୀଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri