ପାଟନା: ବିହାରର ଜଣେ କୃଷକ ଜମିରେ ଗାତ ଖୋଳୁଥିବା ସମୟରେ ଏକ ପ୍ରାଚୀନ ମୂର୍ତ୍ତି ପାଇଛନ୍ତି। ଯାହାର ଦାମ୍ କୋଟିଏରୁ ଊର୍ଦ୍ଧ୍ୱ ହେବ। ଏହି ମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। କୃଷକ ଜଣକ ପ୍ରତିଦିନ ଜମିରେ କାମ କରିବାକୁ ଯାଇଥା’ନ୍ତି। ମାତ୍ର ହଠାତ୍ ଗାତ ଖୋଳୁଥିବା ବେଳେ ତାଙ୍କ କୋଦାଳରେ କିଛି ଜିନିଷ ବାଜିବା ପରି ଲାଗିଲା। ସେ ଏହାକୁ କୌଣସି ପଥର ଭାବି ଏଡ଼ାଇ ଯାଇଥିଲେ। ପରେ ଯେତେବେଳେ ଖୋଳିଲେ ଏହି ପୁରୁଣା ମୂର୍ତ୍ତିଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଶୁଣିବା ପରେ ଗ୍ରାମବାସୀଙ୍କ ଭିଡ଼ ଲାଗିଛି। ଏହା ଦ୍ୱିତୀୟ ଶତାବ୍ଦୀର ପ୍ରାଚୀନ ମୂର୍ତ୍ତି। ଏହା ପଞ୍ଚମୁଖୀ ଶିବଲିଙ୍ଗର ଏକ ଅଂଶ ହୋଇଥିବା ବେଳେ ମୂର୍ତ୍ତିଟି ଲାଲ୍ ପଥରେ ତିଆରି ହୋଇଛି। କୁହାଯାଏ, ମୂର୍ତ୍ତିଟି ଗୁପ୍ତ କାଳରେ ହିଁ ତିଆରି କରାଯାଇଛି। କାରଣ ବାରାଣସୀ ଏବଂ ସାରନାଥ ଲାଲ୍ ପଥରର କଳାକୃତି ପାଇଁ ପ୍ରସିଦ୍ଧ। ତେଣୁ ଏହି ମୂର୍ତ୍ତି ପ୍ରାଚୀନ କଳାକୃତିକୁ ସୂଚାଉଛି।