ପାତ୍ରପୁର:୧୫ା୪(ଡି.ଏନ୍.ଏ.)- ପାତ୍ରପୁର ବ୍ଲକର ଦୁର୍ଗମ ଆଙ୍କୁଲି ପଞ୍ଚାୟତର କିଛି ଗ୍ରାମରେ ବ୍ଲକ ପ୍ରଶାସନ ପହଞ୍ଚତ୍ ରାଶନ ସାମଗ୍ରୀ ବଣ୍ଟନ କରିବା ସହ କରୋନା ଭୂତାଣୁରୁ କେମିତି ରକ୍ଷା ପାଇବ ସେନେଇ ସଚେତନ କରିଛି ା ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ, ବିଇଓ କୋରେଶୁ ସେଠୀ, ଯୋଗାଣ ଅଧିକାରୀ ପଦ୍ମେଶ ଶତପଥୀ, ଜିଆର୍ଏସ ସୁରେନ୍ଦ୍ର ବେହେରା, ପିଇଓ ମୀନକେତନ ବେହେରା ଅଗ୍ନିଶମ ବାହିନୀ ବୋଟ୍ ଯୋଗେ ବାଘଲଟି ଜଳଭଣ୍ଡାରରୁ ବାହାରି ନଅ କିଲୋମିଟର ଜଳଯାତ୍ରା ପରେ ଘାଟ ନିକଟରେ ପହଞ୍ଚତ୍ଥିଲେ। ଏଲଗଲ, ଧାନବାଡ଼, ତିତିରିସିଙ୍ଗି ଗ୍ରାମର ଆଦିବାସୀମାନଙ୍କୁ ଘାଟ ନିକଟକୁ ଡ଼କାଇ ତିନି ମାସର ରାଶନ ସହ କାର୍ଡ଼ଧାରୀଙ୍କୁ ଏକ ହଜାର ଟଙ୍କା, ବୃଦ୍ଧା, ବୃଦ୍ଧ ଓ ବିକଳାଙ୍ଗ ଭତ୍ତା ପ୍ରଦାନ କରାଯାଇଥିଲା।