ଜଳସେଚନ ବିଭାଗ ଶୁଣିଲାନି, କେନାଲ ସଫେଇ କଲେ ଗ୍ରାମବାସୀ

କର୍ଲାମୁଣ୍ଡା,୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ପାଣି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆସିଥିବା ଡୁକେରମାଲ କେନାଲ (ସବ୍‌ମାଇନର -୧)କୁ ରବିବାର ସ୍ବେଚ୍ଛାକୃତ ଭାବେ କର୍ଲାମୁଣ୍ଡା ଗ୍ରାମବାସୀ ସଫେଇ କରିଛନ୍ତି। ଉତେଇ ଜଳସେଚନ ବିଭାଗ ପକ୍ଷରୁ ଜୁନ୍‌ ମାସ ଭିତରେ କେନାଲ ସଫା ହେବା କଥା। କାରଣ ଚାଷ ସମୟରେ ଜମିରେ ଠିକ୍‌ ଭାବେ ପାଣି ପହଞ୍ଚତ୍ଥାଏ। ତେବେ ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ କେନାଲଗୁଡିକର ବେଡ୍‌ ସଫେଇ ହୋଇ ନ ଥିବାରୁ ପାଣି ଶେଷମୁଣ୍ଡରେ ପହଞ୍ଚିପାରିନାହିଁ। ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରବିବାର କର୍ଲାମୁଣ୍ଡା (ବସ୍ତି)ର ଚାଷୀ ନନ୍ଦିକିଶୋର ଭୋଇ, ପୁଷ୍ପବିନ୍ଦ ସାହୁ, ଆର୍ତ୍ତତ୍ରାଣ ସାହୁ, ଅଜିତ ସାହୁ, ଯତୀନ ସାହୁ, ମଣ୍ଟୁ ନାଏକ, ଧନେଶ୍ୱର ସାହୁ, ବିପିନ ସାହୁ, ଜୟଶଙ୍କର ସାହୁ, ହିରାମଣି ସାହୁଙ୍କ ସମେତ ପ୍ରାୟ ୩୦ ଜଣ ଚାଷୀ ସ୍ବେଚ୍ଛାକୃତ ଭାବେ ଆଗେଇ ଆସି କେନାଲର ପ୍ରାୟ ୧୫ ଶହ ମିଟର ପର୍ଯ୍ୟନ୍ତ ସଫେଇ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଫିନାଇଲ୍‌ ପିଇଦେଲେ

ଭଦ୍ରକ,୧୯।୧(ସନାତନ ରାଉତ): ବିବାହ ପରେ ସ୍ବାମୀଙ୍କ ପ୍ରତାରଣାର ଶିକାର ହେଲେ। ବ୍ୟବସାୟ କରିବାର ଆଳ ଦେଖାଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ସ୍ବାମୀ ଫେରାର...

୮ ବର୍ଷ ଧରି ଏନ୍‌ଆଇବି ନାଁରେ ଠକେଇ, ୨ ଗିରଫ

ବଲାଙ୍ଗୀର, ୧୯।୧ (ବୀରେନ୍ଦ୍ର କୁମାର ଝାଙ୍କର): ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ଏନ୍‌ଆଇବି) ନାଁରେ ଜାଲ୍‌ ଗୋଇନ୍ଦା ବିଭାଗ ଖୋଲି ବଲାଙ୍ଗୀର ସମେତ ଆନ୍ତଃ ରାଜ୍ୟ ସ୍ତରରେ...

ମହିଳାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର

ଢେଙ୍କାନାଳ,୧୯।୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍‌ ନିକଟରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କୁ ଘର ଭିତରେ ଛୁରି ଦେଖାଇ...

ଟ୍ରକ୍‌କୁ ଧକ୍କା ଦେଲା ବସ୍‌: ବାପା-ଝିଅଙ୍କ ଜୀବନ ଚାଲିଗଲା,୨୦ରୁ ଊର୍ଦ୍ଧ୍ୱ ଆହତ

ମାଲକାନଗିରି,୧୮ା୧(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରିରୁ ବିଶାଖାପାଟଣାସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ଟି...

ଯୋଗାଣ ମନ୍ତ୍ରୀଙ୍କ ଗସ୍ତ ପରେ ବଢ଼ିଲା ଧାନ ସଂଗ୍ରହ ପରିମାଣ: ୪୪୭୯ ଚାଷୀଙ୍କଠାରୁ କିଣା ଗଲାଣି ୨୩୯୫୯.୬୩ କ୍ୱିଣ୍ଟାଲ ଧାନ

ଭଦ୍ରକ, ୧୮।୧(ସନାତନ ରାଉତ)- ସରକାରୀ ଦରରେ ଧାନ କ୍ରୟ ବ୍ୟବସ୍ଥା ତଦାରଖ ଓ ମଣ୍ଡି ପରିଦର୍ଶନ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଭଦ୍ରକ...

ବାରଖମା ପଞ୍ଚାୟତକୁ ନୂଆ ବ୍ଲକ ଗଠନ ଦାବି

ବାଲିଗୁଡ଼ା,୧୮ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମାକୁ ନୂତନ ବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲାପରିଷଦ ଜୋନ୍‌ର ୮ ପଞ୍ଚାୟତର...

ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ପୀଡ଼ିତାଙ୍କ ପୋଷାକ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଏବେ ବରଗଡ଼ ସହର ଉଠୁଛି...

ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା

ଖୋର୍ଦ୍ଧା,୧୮ା୧: ଚଳିତବର୍ଷ ଚିଲିକାରେ କମିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା। ଚଳିତ ବର୍ଷ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀଙ୍କ ସଂଖ୍ୟା ରହିଛି। ତେବେ ଗତବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image