ଛତ୍ରପୁର, ୧୯।୧୦: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଡୁଗୁଲ ଛକ ନିକଟ ଏକ ଅସ୍ଥାୟୀ ଜଳାଶୟରେ ବୁଡି ଶନିବାର ଜଣେ ନାବାଳକର ମୃତ୍ୟୁ ଘଟିଛି। ସେ ହେଲେ କଣମଣା ଓଡିଆର୍ପି କଲୋନୀର ସଞ୍ଜୟ ସେଠୀଙ୍କ ପୁଅ ଦିଗାମ୍ବର(୧୧)।
ସୂଚନା ଅନୁଯାୟୀ, ଆଇଆର୍ଇ ପ୍ଲାଣ୍ଟ ପକ୍ଷରୁ ଡୁଗୁଲ ଛକ ନିକଟରେ ଅସ୍ଥାୟୀ ଭାବେ ଏକ ଜଳାଶୟ ସୃଷ୍ଟି ହୋଇଥିଲା। ଶନିବାର ଦିଗାମ୍ବର ଉକ୍ତ ଜଳାଶୟରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ବୁଡି ଯାଇଥିଲେ। ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି।