ଆସନସୋଲ,୧୩।୧: ପଶ୍ଚିମବଙ୍ଗ ଆସନସୋଲର ସଲାନପୁର ଗାଁରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟ ରବିବାର ବିଳମ୍ବିତ ରାତିରେ ଜଳିଯାଇଥିବା ଖବର ମିଳିଛି। ଏହି ଘଟଣାରେ ଭାଜପା ତୃଣମୂଳ କଂଗ୍ରେସ(ଟିଏମ୍ସି)କୁ ଦାୟୀ କରିଛି। ଭାଜପା କହିଛି ଦଳୀୟ କାର୍ଯ୍ୟାଳୟ ଜଳିଯିବା ପଛରେ ଟିଏମ୍ସିର ହାତ ଅଛି। ହେଲେ କେମିତି ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫଶ୍ଚିମବଙ୍ଗରେ ଏବେ ଭାଜପା ଓ ଟିଏମ୍ସି ମଧ୍ୟରେ ତୁତୁମେମେ ଚାଲିଥିବାରୁ ଏହି ଘଟଣାକୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଛି ବୋଲି ଆଲୋଚନା ହେଉଛି।