ଜଳିଗଲା ଲୁଗା ଦୋକାନ ୫୦ ଲକ୍ଷର ସାମଗ୍ରୀ ନଷ୍ଟ

ଭୁବନ,୨୮ା୧୦(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୨ନଂ ୱାର୍ଡ ଶିଶୁମନ୍ଦିର ନିକଟସ୍ଥ ଶ୍ରୀକୃଷ୍ଣ ଡ୍ରେସ୍‌ ହାଉସ ମାଲିକଙ୍କ ଘରେ ରବିବାର ସନ୍ଧ୍ୟା ପ୍ରାୟ ୮ଟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଡ୍ରେସ ଓ ପୋଷାକ ଜଳିଯାଇଛି। ଦୀପାବଳି ଅବସରରେ ପରିବାର ଲୋକେ ଦୋକାନ ପୂଜାରେ ଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଖବରପାଇ ଭୁବନ, କାମାକ୍ଷାନଗର, ସୁକିନ୍ଦା ଓ ଗଁଦିଆ ଦମକଳ ବାହିନୀ ରାତି ସାଢେ ୧୨ଟା ପର୍ଯ୍ୟନ୍ତ ରହି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ା ଭୁବନ ଥାନା ଅଧିକାରୀ ନିର୍ମଳା ଗୋଛାୟତ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଗୋଦାମ ମାଲିକ କୈଳାସଚନ୍ଦ୍ର ରାଠିଙ୍କୁ ପଚାରିବାରେ କୁହନ୍ତି, ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଘରେ ପରିବାର ଲୋକେ ନ ଥିବା ବେଳେ ଏହା ଘଟିଥିବା କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି, ୨୫ା୧୨(ଅଶୋକ କୁମାର ମହାପାତ୍ର): ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ମାହାଙ୍ଗା...

ଫାଣ୍ଡି ଅଧିକାରୀ ନିଲମ୍ବିତ

ଜଳେଶ୍ୱର,୨୫ା୧୨(ନବୀନ ସାହୁ): ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲା ସାର୍ଥା ଫାଣ୍ତି...

ଜବରଦଖଲରେ ୩୦ ହଜାର ଏକର ଜଙ୍ଗଲ ଜମି

ପଟ୍ଟାମୁଣ୍ଡାଇ,୨୫ା୧୨(କଳ୍ପତରୁ ନାୟକ): ୨୦୦୯ର ସରକାରୀ ତଥ୍ୟ ଅନୁଯାୟୀ ୨୦୧୫ରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲାରେ ୧,୬୪୯ ବାଂଲାଦେଶୀ...

ଦାରିଙ୍ଗବାଡ଼ି ଉତ୍ସବମୁଖର: ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ପ୍ରଭୁ ଯୀଶୁଖ୍ରୀଷ୍ଟ କରିଛନ୍ତି ଧରାବତରଣ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ...

ଭିଡିଓ କଲ୍‌ କରି ଡାକ୍ତରଖାନା ଫ୍ୟାନ୍‌ରେ ଝୁଲିପଡ଼ିଲେ କର୍ମଚାରୀ, ଖିଅ ଖୋଜୁଛି ପୋଲିସ

ଦେବଗଡ଼,୨୫ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଯୁବକ ସ୍ବାସ୍ଥ୍ୟକେନ୍ଦ୍ରର ଏକ କଠୋରି ଭିତରେ ଲାଗିଥିବା ପଙ୍ଖାରେ...

ପରଲୋକରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ବୁଧବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ...

କଟ୍‌ନି ପାଇଁ ଚାଲିଛି ମୂଲଚାଲ

ସୋନପୁର,୨୫।୧୨(ମୃତ୍ୟୁଞ୍ଜୟ ଶତପଥୀ): ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର ୧୦ତାରିଖରୁ ସୁବର୍ଣ୍ଣପୁର ଜିଲାରେ ଧାନ କିଣା ଆରମ୍ଭ ହୋଇଛି। ବିନିକା ବ୍ଲକର ବିନିକା...

ଗଛରେ ପିଟିହେଲା ପିକ୍‌ଅପ୍‌: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲପର ଗୁରୁତର

ପାଟଣା,୨୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ନିକଟରେ ଏକ ପିକଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri