ଲକ୍ଷ୍ନୌ,୧।୯: ଉତ୍ତରପ୍ରଦେଶ ଗୋମତୀ ନଦୀର ଜଳ ଏବେ ଜହର ପାଲଟିଛି। ଏଥିରେ ବିଭିନ୍ନ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ରାସାୟନ ଥିବା କୁହାଯାଉଛି। ନଦୀ ଜଳ ପିଇବା ପରେ ୨୮ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ୧୧ ମଇଁଷି ନଦୀ ଜଳ ପିଇବା ପରେ ଗୁରୁତର ହୋଇପଡ଼ିଥିବା ପ୍ରାଣୀ ଚିକିତ୍ସକ କହିଛନ୍ତି। ଏହି ଖବର ମିଳିବା ପରେ ଉତ୍ତରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଇଁଷି ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ନଦୀ ଜଳ ନମୂନା ପରୀକ୍ଷା ଲାଗି ପଠାଯାଇଛି।