କଟକ ଅଫିସ,୧୮ା୭: ଜାଇକାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। ଜାଇକା କାର୍ଯ୍ୟ ଚାଲିଥିବା ବେଳେ ଗୋଟିଏ ଘର ଓ ପାଚେରି ଭାଙ୍ଗି ଯାଇଥିବା କଟକ କଲ୍ୟାଣନଗର ଦୁଲାଦେବୀ ରୋଡ ଅଞ୍ଚଳର ନିରଞ୍ଜନ ପ୍ରଧାନ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, କଲ୍ୟାଣନଗର ଦୁଲାଦେବୀ ରୋଡଠାରେ ଜାଇକା କାର୍ଯ୍ୟ ଚାଲିଥିବାବେଳେ ହଠାତ ବଡ ଶବ୍ଦ ଶୁଭିଲା। ଧାଇଁ ଆସି ଦେଖିବାରୁ ଘର ସହିତ ପାଚେରି ଭୁଶୁଡି ପଡିଥିଲା। ଏ ନେଇ ସେ ଜାଇକା ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହା ବିରୋଧରେ ଅଭିଯୋଗ କରିଛନ୍ତି। ପ୍ରଧାନ କହିଛନ୍ତି, ଜାଇକା ଦୀର୍ଘବର୍ଷ ହେବ କାର୍ଯ୍ୟ କରୁଛି। କିନ୍ତୁ ଲୋକଙ୍କ ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବୁଧବାର ଆମ ଘର ଭାଙ୍ଗିଯାଇଛି। ହେଲେ ସୌଭାଗ୍ୟବଶତଃ ସେହି ସମୟରେ କେହି ଘରେ ନ ଥିଲେ। ଅନ୍ୟପକ୍ଷରେ ଜାଇକା ପ୍ରୋଜେକ୍ଟ ଡାଇରେକ୍ଟର ବସନ୍ତ କୁମାର ପରିଡା କହିଛନ୍ତି, ଜାଇକା କାର୍ଯ୍ୟ ଚାଲିବା ସମୟରେ ଘର ଭାଙ୍ଗି କି ଥିଲା। ଆମେ ଏ ସମ୍ପର୍କରେ ଘର ମାଲିକଙ୍କ ସହ କଥା ହୋଇଥିଲୁ। ଏପରି କି ନୁତନ ଘର ତିଆରି କରିବା ପାଇଁ ଆମେ ପ୍ରତିଶ୍ରୁତି ଦେଇଛୁ। ତେବେ ଜାଇକା କାର୍ଯ୍ୟ ଚାଲିଥିବା ସମୟରେ ଘର ଭାଙ୍ଗିନି ବୋଲି ସେ ସଫେଇ ଦେଇଥିଲେ।