ଜାତିପ୍ରୀତି: ରକ୍ତରେ ଆହୁତି

ଜୟୀ ରାଜଗୁରୁଙ୍କ ବଳିଦାନ ସମ୍ବନ୍ଧେ ପ୍ରାୟତଃ ସମସ୍ତେ ଅବଗତ ଥିଲାବେଳେ ଓଡ଼ିଶାର ବିସ୍ମୟବୀର ବାହୁବଳେନ୍ଦ୍ରଙ୍କ ବଳିଦାନର ଗୌରବମୟ କଥା ଓ ଗାଥା ରହିଯାଇଛି ଆଲୋଚନାର ଆଢୁଆଳରେ। ୧୭୬୮ରେ ଜନ୍ମ ନିଅନ୍ତି ଖୋର୍ଦ୍ଧା କିଲା ଅନ୍ତର୍ଗତ ଦାଣ୍ଡିମାଳ ଜିଲାର ଗଡ଼ ଦାରୁଠେଙ୍ଗଠାରେ (ନନ୍ଦନକାନନ ନିକଟବର୍ତ୍ତୀ)। ଡିସେମ୍ବର ୦୬, ୧୮୦୬ରେ ଜୟୀ ରାଜଗୁରୁଙ୍କ ନୃଶଂସ ହତ୍ୟା ପରେ ପରେ ମାଟି ମାଆର ସମ୍ମାନ ଓ ସ୍ବାଭିମାନର ରକ୍ଷାପାଇଁ ଅର୍ଥାତ୍‌ ପାଇକ ବିଦ୍ରୋହକୁ ଯେଉଁ କେତେଜଣ ସଫଳ ନେତୃତ୍ୱ ଦେଇଥିଲେ, ତନ୍ମଧ୍ୟରୁ ପିଣ୍ଡିକି ବାହୁବଳେନ୍ଦ୍ର ଥିଲେ ପ୍ରମୁଖ କର୍ଣ୍ଣଧାର। ଜୟୀ ରାଜଗୁରୁଙ୍କ ପରେ ପିଣ୍ଡିକି ବାହୁବଳେନ୍ଦ୍ର ହେଉଛନ୍ତି ଓଡ଼ିଶାର ଦ୍ୱିତୀୟ ଶହୀଦ। ଖୋର୍ଦ୍ଧା ରାଜ୍ୟର ଗଜପତି ଶାସକଙ୍କ ପାଇଁ ଫିରିଙ୍ଗିମାନଙ୍କ ବିରୋଧରେ ବର୍ଷବର୍ଷ ଧରି ଯେଉଁ ପାଇକ ବିଦ୍ରୋହ ଚାଲିଥିଲା, ସେଥିରେ ଯେଉଁ ୧୫ ଜଣ ଦଳେଇ/ ଦଳ ବେହେରା/ ସେନା ନାୟକଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲୁଥିଲା, ସେମାନଙ୍କ ମଧ୍ୟରୁ ପିଣ୍ଡିକି ବାହୁବଳେନ୍ଦ୍ର ଥିଲେ ଅନ୍ୟତମ ପ୍ରମୁଖ ସେନାପତି। ଖୋର୍ଦ୍ଧା ରାଜ୍ୟର ପିତାପଲ୍ଲୀଠାରୁ କଟକ, ଚନ୍ଦକା, ପଟିଆ, ମୁଣ୍ଡମୁହାଣ ଆଦି ଅଞ୍ଚଳ ଥିଲା ପିଣ୍ଡିକିଙ୍କ ସାମ୍ରାଜ୍ୟ। ଏହିସବୁ ଅଞ୍ଚଳର ୨୧୩ଟି ଗାଁରେ ଫିରିଙ୍ଗିଙ୍କ ବିରୋଧରେ ଆନ୍ଦୋଳନ ଛିଡା କରି ଗତିଶୀଳ କରାଉଥିଲେ ସେ। ଖଣ୍ଡଗିରି ଓ ଚନ୍ଦକା ଥିଲା ତାଙ୍କ ସଂଗ୍ରାମର ପେଣ୍ଠସ୍ଥଳ। ଶିଖରଚଣ୍ଡୀ ମୁଣ୍ଡିଆର ବରଗଛ ଥିଲା ଖସଡ଼ା ତିଆରିର ମୂକସାକ୍ଷୀ। ଗାଁ ମାନଙ୍କରୁ ଖଜଣା ଆଦାୟ କରି ଫେରୁଥିବାବେଳେ ଛପି ରହିଥିବା ‘ବାହୁବଳେନ୍ଦ୍ର ବାହିନୀ’ ବ୍ରିଟିଶ କର୍ମଚାରୀଙ୍କ ଉପରକୁ କୁଦି ପଡନ୍ତି ଏବଂ ସମସ୍ତ ଖଜଣାକୁ ନେଇ ଲୋକମାନଙ୍କୁ ବାଣ୍ଟିଦିଅନ୍ତି।
ବ୍ରିଟିଶମାନେ ବହୁ ଚେଷ୍ଟା କଲାପରେ ଯାଇ ତାଙ୍କୁ ଧରିବାରେ ସକ୍ଷମ ହେଲେ। କିନ୍ତୁ ବାହୁବଳେନ୍ଦ୍ର ନିଜର ତୀକ୍ଷ୍ଣ ବୁଦ୍ଧି ଓ କୌଶଳ ପ୍ରୟୋଗକରି ବ୍ରିଟିଶମାନଙ୍କ ହାତବାରିସି ହେବାକୁ ପ୍ରତିଶ୍ରୁତି ଦେଇ ସର୍ବକ୍ଷମା ଯୋଜନାରେ ଖସି ଆସିଲେ। ବ୍ରିଟିଶଙ୍କ ହାତରୁ ଖସି ଆସିଲା ପରେ ଆହୁରି ତୀବ୍ରତର କଲେ ଫିରିଙ୍ଗି ବିରୋଧୀ ଆନ୍ଦୋଳନକୁ। ଫିରିଙ୍ଗିଙ୍କ ଅକଲଗୁଡୁମ ହୋଇଗଲା ପିଡ଼ିଙ୍ଗିଙ୍କ ଅକଲ ନିକଟରେ। ଚତୁର ପିଣ୍ଡିକିଙ୍କୁ ଧରିବା ଇଂରେଜମାନଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ ଶେଷରେ ସେମାନେ ହଜାରେ ଟଙ୍କା ଓ ତମ୍ବା ପଦକର ଲୋଭନୀୟ ପୁରସ୍କାର ସହିତ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବାକୁ ବି ଘୋଷଣା କଲେ। ସେ ସମୟରେ ହଜାରେ ଟଙ୍କା ଓ ତମ୍ବାର ପଦକ ଥିଲା ଆଜିର ଲକ୍ଷଲକ୍ଷ ଟଙ୍କାଠାରୁ ବି ଖୁବ୍‌ ବେଶି। ସେମାନେ ଛଳ ଓ କୌଶଳ ପ୍ରୟୋଗ କରି କିଛି ଜାତିଦ୍ରୋହୀଙ୍କୁ ହାତମୁଠା କଲେ ଏବଂ ତାଙ୍କରି ମାଧ୍ୟମରେ ଛଳନାର ଜାଲ ବୁଣି ପୁଣି ଧରିବାକୁ ପ୍ରୟାସ କରିଥିଲେ ସେପ୍ଟେମ୍ବର ୨୦, ୧୮୧୮ରେ। ମାତ୍ର ସୁଚତୁର ପିଣ୍ଡିକି ଅଳ୍ପକେ ବର୍ତ୍ତିଗଲେ। କିନ୍ତୁ ଧରା ପଡ଼ିଗଲେ ତାଙ୍କର କେତେଜଣ ସଂଗ୍ରାମୀ ସାଥୀ। ଏହିଭଳି ପିଣ୍ଡିକି ସେନା ଓ ଫିରିଙ୍ଗି ସେନା ମଧ୍ୟରେ ଛକାପଞ୍ଝା ଚାଲୁ ରହିଲା ଅନେକ ଦିନ ଧରି। ମୁହାଁମୁହିଁ ଲଢ଼େଇବେଳେ ବାହୁବଳେନ୍ଦ୍ର ମଧ୍ୟ କେତେକ ଇଂରେଜ କର୍ମଚାରୀଙ୍କୁ ହତ୍ୟା କରିଥିବାର ଜଣାଯାଏ। ତା’ପରେ ଅତ୍ୟନ୍ତ ବିବ୍ରତ ଓ ବ୍ୟତିବ୍ୟସ୍ତ ହୋଇ ଉଠିଲେ ଫିରିଙ୍ଗି ବାହିନୀ। ବ୍ରିଟିଶଙ୍କ ହାତବାରିସି ସାଜିଥିବା କିଛି ଜାତିଦ୍ରୋହୀ ବାହୁବଳେନ୍ଦ୍ରଙ୍କୁ ଧରିବାର ଭିନ୍ନ ଏକ କୌଶଳ ବତାଇଲେ। ସେମାନଙ୍କ ମନ୍ତ୍ରଣାକ୍ରମେ ଫିରିଙ୍ଗିମାନେ ହାତ କଲେ ମଳିପଡ଼ାର ଜାଗିରଦାର ଧ୍ରୁବ ହରିଚନ୍ଦନଙ୍କୁ, ଯିଏ କି ବାହୁବଳେନ୍ଦ୍ରଙ୍କ ବାଲ୍ୟବନ୍ଧୁ ଓ ସଙ୍ଗାତ ଥିଲେ। ଜାଗିରଦାରି ଉଠାଇ ଦେବାର ଧମକ ଓ ପ୍ରଚୁର ପ୍ରଲୋଭନ ଦେଇ ବହୁକଷ୍ଟରେ ଧ୍ରୁବଙ୍କୁ ମନାଇବାରେ ସକ୍ଷମ ହେଲେ ସେମାନେ। ଯୋଜନା ଅନୁଯାୟୀ ବନ୍ଧୁ ବାହୁବଳେନ୍ଦ୍ରଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କଲେ ଜମିଦାର ଧ୍ରୁବ ହରିଚନ୍ଦନ। ରାତିରେ ଖାଦ୍ୟ ସହିତ ଭାଙ୍ଗ ମିଶା ଯାଇଥିବାରୁ ଖାଇସାରି ଗଭୀର ନିଦ୍ରାରେ ଶୋଇପଡ଼ିଲେ ବାହୁବଳେନ୍ଦ୍ର। ତା’ପରେ ଯେବେ ସେ ନିଦରୁ ଉଠନ୍ତି, ସେତେବେଳେ ନିଜକୁ ଆବିଷ୍କାର କରନ୍ତି ଜେଲ ପ୍ରକୋଷ୍ଠରେ ଏଂ ଦେଖନ୍ତି ହାତଗୋ କଡ଼ିରେ ବନ୍ଧା ହୋଇଥିବାର। ସେତେବେଳକୁ ସବୁ ବୁଝି ସାରିଥିଲେ ସେ। ତଥାପି ସେ ଦବି ଯାଇ ନ ଥିଲେ କି ହାର ମାନି ନ ଥିଲେ। ସୁଯୋଗ ଉଣ୍ଡୁଥିଲେ ଖସି ଯିବାକୁ। ଜେଲରେ ଥିଲାବେଳେ ତାଙ୍କୁ ଦିଆ ଯାଉଥିଲା କିଛି ଅସ୍ତ୍ରଶସ୍ତ୍ର ପୋଛିବାକୁ। ଦିନେ ଅସ୍ତ୍ର ପୋଛୁଥିଲାବେଳେ କୌଶଳ ପୂର୍ବକ ନିଜ ହାତର କଡ଼ିକୁ ସେଥିରେ କାଟିବାରେ ସକ୍ଷମ ହେଲେ ସେ। ତା’ପରେ ଗୋ ବେଡ଼ି ଖୋଲି ସୁଯୋଗ ଦେଖି ସାହସର ସହିତ କାଠଯୋଡ଼ିର ଭରା ନଦୀବକ୍ଷକୁ ଡେଇଁ ଇଂରେଜ ସିପାହିଙ୍କ କବଳରୁ ଖସି ଆସିଥିଲେ । ତା’ପରେ ଦୀର୍ଘ ନଦୀପଥ ପହଁରିପହଁରି ଆସି ପହଞ୍ଚତ୍ଲେ ବାରଙ୍ଗ ନିକଟରେ। ନିରସ୍ତ୍ର, କ୍ଲାନ୍ତ, ଶ୍ରାନ୍ତ ପିଣ୍ଡିକି ବାହୁବଳେନ୍ଦ୍ରଙ୍କୁ ଚାରିଆଡୁ ଘେରିଯାଇ ସମ୍ମିଳିତଭାବେ ଗୁଳିକଲେ ନିର୍ଦୟ ଫିରିଙ୍ଗି ପୋଲିସ। ଆଶ୍ୱସ୍ତ ହେଲା ଫିରିଙ୍ଗି। କିନ୍ତୁ ଅଶ୍ରୁରେ ସେଦିନ ଭିଜିଲା ସାରା ଉତ୍କଳ ମାଟି, ତା’ର ଜଣେ ବୀର ପୁଙ୍ଗବକୁ ହରାଇ। ଧନ୍ୟ ତୁମେ ବୀର! ଏହିଭଳି ଥିଲା ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ବାହୁବଳେନ୍ଦ୍ର ଆଦି ଅସଂଖ୍ୟ ବୀରପୁତ୍ରଙ୍କ ଅପୂର୍ବ ବଳିଦାନର କଥା ଓ ଗାଥା। କିନ୍ତୁ ଆଜିର ଏ ଉତ୍କଳ ଭୂମି! କାହିଁ ସେଦିନର ସେ ସ୍ବାଭିମାନ? କାହାକୁ ନେଇ ଏ ଜାତିର ଉତ୍ତରପିଢି ଗର୍ବ ଅନୁଭବ କରିବ? ଏତେ ସ୍ଥାଣୁତା! ଯୁବାପ୍ରାଣଙ୍କ ମଧ୍ୟେ ଏପରି ଜଡ଼ତାକୁ ଦେଖି ସେମାନଙ୍କ ଉଦ୍ଦେଶ୍ୟରେ କବିଙ୍କ କଲମ ମୁନରୁ ଝରି ଉଠିଛି ଏକ ଆଗ୍ନିକ ଆହ୍ବାନ, -”ତାରୁଣ୍ୟ ଆଉ ଓଡ଼ିଶା ମାଟିରେ ଉଠିବ ନାହିଁ କି ଜଳି/ଜୟୀ ରାଜଗୁରୁ ବକ୍ସି ଦାୟାଦ ଯାଇଅଛି କିବା ମରି?“- କବି ମନମୋହନ ମିଶ୍ର।
‘ବିଦ୍ୟାଶ୍ରୀ’, ମାଷ୍ଟରକ୍ୟାଣ୍ଟିନ, ଭୁବନେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏତେ ଲୋଭ କ’ଣ ପାଇଁ

ଏବେ ପ୍ରାୟ ସବୁଦିନ ଖବରକାଗଜ ଲେଉଟାଇଲେ ଆଖିରେ ପଡ଼ୁଛି ‘ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ’ ନ ହେଲେ ‘ଲାଞ୍ଚ ନେଇ ବନ୍ଧାହେଲେ ସରକାରୀ ବାବୁ’ ଇତ୍ୟାଦି...

ମାନବ-ଜୀବଜାତି ସହାବସ୍ଥାନ

ଜନସଂଖ୍ୟାର ବିସ୍ଫୋରଣ, ଅତ୍ୟାଧୁନିକ ଜୀବନଶୈଳୀ, ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବ ଏବଂ ସହରାଞ୍ଚଳର ବିସ୍ତାର ପରିପ୍ରେକ୍ଷୀରେ ମଣିଷ ଓ ବନ୍ୟଜନ୍ତୁଙ୍କ ସମ୍ପର୍କ ଏକ ବିତର୍କର ପ୍ରସଙ୍ଗ...

ବିପରୀତ ନିଷ୍ପତ୍ତି

ଆଗକୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ଇଲେକ୍‌ସନ କମିଶନ ଅଫ୍‌ ଇଣ୍ଡିଆ (ଇସିଆଇ) ଏହି ୨ ରାଜ୍ୟରେ ପୋଲିସ ନିଯୁକ୍ତି ପରିଚାଳନାରେ...

ବିଶ୍ୱ ଖାଦ୍ୟ ସୂଚକାଙ୍କ ଓ ଭାରତ

ତବର୍ଷ ୨୦୨୪ର ବିଶ୍ୱ ଖାଦ୍ୟ ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତରେ କ୍ଷୁଧାର ପରିସ୍ଥିତି ଗମ୍ଭୀର ବୋଲି ଦର୍ଶାଯାଇଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ...

ବିଶ୍ୱାସ ଓ ଅନ୍ଧବିଶ୍ବାସ

ପୁରାତନ ଲୋକକଥାଟିଏ। ଦିନେ ଜଣେ ଗୃହସ୍ଥଙ୍କ ଘରେ ବାର୍ଷିକ ଶ୍ରାଦ୍ଧ ପାଳନ କରାଯାଉଥାଏ। କୁଳ ପୁରୋହିତ ଶ୍ରାଦ୍ଧ ପାଇଁ ସଂଗୃହୀତ ସବୁ ସାମଗ୍ରୀକୁ ଦେଖିସାରି କର୍ମ...

ୟୁକ୍ରେନ୍‌ର ଭବିଷ୍ୟତ

ତିରିଶ ବର୍ଷ ପୂର୍ବେ ମୁଁ ୟୁକ୍ରେନ୍‌ର ଏକ ଚର୍ଚ୍ଚକୁ ଯାଇଥିଲି, ଯାହା ପରିସରରେ ମୋର ରୁଷୀୟ ପିତୃପୁରୁଷଙ୍କୁ ସମାଧି ଦିଆଯାଇଥିଲା। ସେହି ଚର୍ଚ୍ଚରେ ଜଣେ ବୃଦ୍ଧାଙ୍କ...

ଧଳାହାତୀର ଦେଶ

ନିରଞ୍ଜନ ସାହୁ ପିଲାବେଳେ ପଢ଼ିଥିଲୁ ଥାଇଲାଣ୍ଡକୁ କୁହାଯାଏ ଧଳାହାତୀର ଦେଶ। ତେଣୁ ଥାଇଲାଣ୍ଡ ଭ୍ରମଣ ବେଳେ ମୋର ଜଣେ ବନ୍ଧୁ ଆଶା କରିଥିଲେ ସେଇ ଧଳାହାତୀମାନଙ୍କୁ...

ଯୁଧିଷ୍ଠିର ମହାରଣା

ସୋସିଆଲ ମିଡ଼ିଆ ଦୈନନ୍ଦିନ ଜୀବନଶୈଳୀର ଏକ ଅଙ୍ଗ ପାଲଟିଗଲାଣି। ଏଥିରେ ଅନେକ ପ୍ରସଙ୍ଗ ଉପରେ ମେସେଜ ଆସିଥାଏ। ଗୁଜବ କିମ୍ବା ବାସ୍ତବତା ଯାଞ୍ଚ ନ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri