ନୂଆଦିଲ୍ଲୀ,୧୪-୧୨: ଆସନ୍ତା ଜାନୁୟାରୀରୁ ଯାନ ଦର ବଢାଇବା ନେଇ ହିରୋମୋଟୋକର୍ପ ପକ୍ଷରୁ ଘୋଷଣା କରାଯାଇଛି। ଏହା ଦ୍ୱାରା କମ୍ପାନୀର ବିଭିନ୍ନ ମଡେଲଗୁଡିକ ପ୍ରାୟ ୨୦୦୦ ଟଙ୍କା ମହଙ୍ଗା ହେବ। ଜାନୁୟାରୀ ପହିଲାରୁ କମ୍ପାନୀର ବିଭିନ୍ନ ସ୍କୁଟର ଏବଂ ଟୁହ୍ବିଲର୍ସ ମଡେଲ ରେଞ୍ଜରେ ଏହା ଲାଗୁ ହେବ। ବିଭିନ୍ନ ବଜାର ଓ ମଡେଲ ଉପରେ ଏହି ମୂଲ୍ୟ କାର୍ଯ୍ୟକାରି ହେଲେ ଦରରେ କିଛିଟା ପରିବର୍ତ୍ତନ ଆସିବ। ଚଳିତ ବର୍ଷ ନଭେମ୍ବରରେ କମ୍ପାନୀ ବିଏସ୍-୬ ମାନକଯୁକ୍ତ ଟୁହ୍ବିଲର୍ସ ନୂଆ ସ୍ପ୍ଲେଣ୍ଡର ଆଇ-ସ୍ମାର୍ଟ ବଜାରକୁ ଛାଡିଛି। ଏହାର ବଜାର ଦର ୬୪,୯୦୦ ଟଙ୍କା ରହିଛି। କମ୍ପାନୀ ଅଧିକ ବିଏସ୍-୬ ମଡେଲ ଆଣିବା ଲାଗି ପ୍ରସ୍ତୁତି ଜାରି ରଖିଛି।