ନୂଆଦିଲ୍ଲୀ,୧୫ା୧: ମଙ୍ଗଳବାର ଜାତୀୟ ମାନବ ଅଧିକାର କମିଶନଙ୍କ ଏକ ଟିମ୍ ଜାମିଆ ମିଲିଆ ଇସ୍ଲାମିଆ ପରିଦର୍ଶନ କରି ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଛାତ୍ରୀଛାତ୍ରଙ୍କ ପ୍ରତିକ୍ରିୟା ରେକର୍ଡ କରିଛନ୍ତି। ଗତ ମାସରେ ସିଏଏକୁ ବିରୋଧ କରି ଉକ୍ତ ବିଶ୍ୱବିଦ୍ୟାଳୟରେ ହିଂସା ପରିସ୍ଥିତି ଉପୁଜିଥିଲା।
ଏସ୍ଏସ୍ପି ମଞ୍ଜିଲ ସାଇନିଙ୍କ ନେତୃତ୍ୱରେ ଜାତୀୟ ମାନବ ଅଧିକାର କମିଶନଙ୍କ ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଘଟଣା ମାନବ ଅଧିକାରର ଉଲ୍ଲଂଘନ କରୁଛି କି ନାହିଁ ତା ର ତଦନ୍ତ କରିଥିଲେ। ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରାୟ ୩୫-୪୦ ଜଣ ଛାତ୍ରୀଛାତ୍ର ଟିମ୍ ଆଗରେ ହିଂସା ବାବଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି।