ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର, ୭ା୨ (ସ୍ବ.ପ୍ର.)- ମଣିଷ ସଭ୍ୟତା ସହିତ ଜଙ୍ଗଲ ବହୁ ଆଗରୁ ଜଡିତ। ଏଣୁ ବନବାସୀମାନେ ବଣଜଙ୍ଗଲକୁ ଦେବଦେବୀ ଭାବେ ପୂଜା କରିଆସୁଛନ୍ତି। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଜଙ୍ଗଲ ଓ ପରିବେଶର ଅବକ୍ଷୟ ହେବାକୁ ଲାଗିଥିବାରୁ ଜଳବାୟୁରେ ପରିବର୍ତ୍ତନ ହେବା ସାଙ୍ଗକୁ ପ୍ରାକୃତିକ ଦୁର୍ବିପାକ ଘଟୁଛି। ଏଣୁ ଏବେ ଜଙ୍ଗଲର ଉପାଦେୟତା ସମସ୍ତେ ବୁଝି ପାରୁଛନ୍ତି। ଏଣୁ ବନୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ଜାଳେଣି ପାଇଁ କାଠର ଆବଶ୍ୟକତା ଅଧିକ ରହିଛି। ଏହାର ବିକଳ୍ପ ଯଦିଓ ଗ୍ୟାସ, ବିଦ୍ୟୁତ୍‌ ହିଟର ରହିଛି ତେବେ ବ୍ୟୟବହୁଳ ଓ ଚାହିଦା ମୁତାବକ ମିଳୁନଥିବାରୁ ଲୋକମାନେ ଜଙ୍ଗଲ ଉପରେ ନିର୍ଭରଶୀଳ ହେଉଛନ୍ତି ା ଏଣୁ ଜାଳେଣି ପାଇଁ ଜଙ୍ଗଲ କାଟିବା ଉପରେ ପ୍ରଶାସନ କିମ୍ବା ସରକାର ରୋକ ଲଗାଇପାରୁନାହାନ୍ତି। ଫଳରେ ଜଙ୍ଗଲ ଓ ପରିବେଶ ନଷ୍ଟ ହେବାକୁ ଲାଗିଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ପରିସ୍ଥିତିରେ ଜଙ୍ଗଲର ସୁରକ୍ଷା ଏବଂ ଜଙ୍ଗଲକୁ ଭୟାବହ ଅଗ୍ନିକାଣ୍ଡରୁ ରକ୍ଷା କରିବା ପାଇଁ କେନ୍ଦୁଝର ଜିଲାର ବହୁ ଅଞ୍ଚଳରେ ବିଶେଷ କରି ମହିଳାମାନେ ଗଛରୁ ପଡୁଥିବା ଶୁଖିଲା ପତ୍ରକୁ ସଂଗ୍ରହ କରି ଜାଳେଣି କାମରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ା ଯଦିଓ ଏହା ଜାଳେଣି ସମସ୍ୟାକୁ ସମ୍ପୂର୍ଣ୍ଣ ଦୂର କରି ପାରୁନାହିଁ ତେବେ ଏହା ଦ୍ୱାରା ଜଙ୍ଗଲର ସୁରକ୍ଷା କରିବା ସହ ଜାଳେଣି ସମସ୍ୟା ଅନେକାଂଶରେ ଦୂର ହୋଇ ପାରୁଛି ା ଏପରିକି ଶୁଖିଲା ପତ୍ରକୁ ଜଙ୍ଗଲରୁ ସଂଗ୍ରହ କରି ବର୍ଷକ ପାଇଁ ସାଇତି ରଖିଥାନ୍ତି ା
ଜିଲାର ସଦର, ପାଟଣା, ଘଟଗାଁ, ସାହାରପଡା, ଝୁମ୍ପୁରା, ଚମ୍ପୁଆ, ବାଂଶପାଳ, ତେଲକୋଇ ଆଦି ବ୍ଲକ ଅଞ୍ଚଳରେ ଲକ୍ଷ ଲକ୍ଷ ପରିବାର ଶୁଖିଲା ପତ୍ର ସଂଗ୍ରହ କରି ଜାଳେଣି କରିଥାନ୍ତି ା ଅନେକ ଅଞ୍ଚଳରେ ଗ୍ରାମ କମିଟି ଗଠନ କରି ଏହି ଶୁଖିଲା ପତ୍ରକୁ ବିକ୍ରି କରି ଦୁଇ ପଇସା ସଂଗ୍ରହ କରିଥାନ୍ତି ଏବଂ ଏହି ଅର୍ଥରେ ଜଙ୍ଗଲ ଦେଖାରଖା କରିଥାନ୍ତି। ଲୋକମାନେ ସଂରକ୍ଷିତ ଓ ଗ୍ରାମ ନିକଟରେ ଥିବା ଶାଳ, ଆକାଶିଆ,ୟୁକାଲିପଟାସ,ଝାଉଁ ଆଦି ଜଙ୍ଗଲରୁ ଗାଁ ଲୋକେ ଜାଳେଣି ପାଇଁ ତଳେ ପଡିଥିବା ଶୁଖିଲା ପତ୍ରକୁ ଝାଡୁରେ ସାଉଁଟି ଜାଲିରେ ଭର୍ତ୍ତି କରି ଘରକୁ ବୋହି ନିଅନ୍ତି। ଏହା ଦ୍ୱାରା ଜାଳେଣି ସମସ୍ୟା ଦୂର ହେବା ସହ ଜଙ୍ଗଲ ଓ ପରିବେଶର ସୁରକ୍ଷା କରାଯାଇପାରୁ ଥିବାରୁ ଏଥିପାଇଁ ଅଧିକ ଜନ ସଚେତନତାର ଆବଶ୍ୟକତା ରହୁଛି ବୋଲି କହିଛନ୍ତି ପରିବେଶବିତ୍‌ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି। ଏହି ପତ୍ର ବିକି ଅନେକ ଚଳୁଛନ୍ତି ତ ଅନେକ ରୋଷେଇ କାମରେ ବ୍ୟବହାର କରୁଛନ୍ତି ା ଗ୍ୟାସ ପର୍ଯ୍ୟାପ୍ତ ମିଳୁନାହିଁ ଓ ବ୍ୟୟ ବହୁଳ ହେଉଥିବାରୁ ଏହି ପତ୍ର ଆମର ବହୁତ କାମରେ ଲାଗୁଛି ବୋଲି ମିନା ମାଝି କହିଛନ୍ତି। ଏହା ଦ୍ୱାରା ଜଙ୍ଗଲରେ ନିଆଁ ଲାଗିବା ସମସ୍ୟା ଦୂର ହେବା ସହ ଜାଳେଣି ପାଇଁ ଗଛ କାଟିବାକୁ ପଡୁନଥିବାରୁ ଏଭଳି ଶୁଖିଲା ପତ୍ର ସଂଗ୍ରହ କରି ଜାଳେଣି କାର୍ଯ୍ୟରେ ବ୍ୟବହାର କରାଯିବା ସ୍ବାଗତ ଯୋଗ୍ୟ ଅଟେ ବୋଲି ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି ା ଏଣୁ ଏ ଦିଗରେ ସଚେତନତା ସୃଷ୍ଟି କରି ପ୍ରୋତ୍ସାହିତ କରାଯିବା ଉଚିତ ବୋଲି ପରିବେଶବତ୍‌ମାନେ ମତବ୍ୟକ୍ତ କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭାରେ ବାବା ସାହେବ ଡ଼. ଆମ୍ବେଡ଼କରଙ୍କ ପ୍ରତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦୃଢ଼...

ଦାଉ ସାଧୁଛି ଅଦିନିଆ ବର୍ଷା: ଖୋଲା ଆକାଶ ତଳେ ଭିଜୁଛି ଧାନ

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଗତ ୨ଦିନ ହେଲା କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା...

ଚାଲିଛି ବାଘ-ଛେଳି ଖେଳ

ବାରିପଦା,୨୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ...

ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

କଟକ,୨୫ା୧୨ (କାର୍ତ୍ତିକ ସାହୁ): ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

୬ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର

ବୋରିଗୁମ୍ମା, ୨୪।୧୨(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଲେ...

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ

କେସିଙ୍ଗା, ୨୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ଯୋଗମାୟା ପୀଠ ପରିସରରେ କେସିଙ୍ଗା ଗୋଷ୍ଠୀ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ...

ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri