ଜିଇଏମ୍‌କୁ ନେଇ ଆଶଙ୍କାରେ କ୍ଷୁଦ୍ର ଶିଳ୍ପ

ଭୁବନେଶ୍ୱର,୨୪-୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ (ଜିଇଏମ୍‌) ନୀତିକୁ ରାଜ୍ୟ ସରକାର ବିଧିବଦ୍ଧଭାବେ ପ୍ରଚଳନ କରିବାକୁ ସର୍କୁଲାର ଜାରି କରିଛନ୍ତି। ସର୍ବନିମ୍ନ ମୂଲ୍ୟରେ ସାମଗ୍ରୀ ଯୋଗାଇ ଦେଉଥିବା ସଂସ୍ଥାଠାରୁ କ୍ରୟ କରିବା ନେଇ ଯୋଜନା ଧାର୍ଯ୍ୟ ହୋଇଛି। ସମ୍ପୂର୍ଣ୍ଣ ଅର୍ଡର ଉକ୍ତ ବିଡର୍‌କୁ ମିଳିବ। ଏହାଦ୍ୱାରା ବଜାରରେ ଶସ୍ତା ପ୍ରତିଯୋଗିତା ଦେଖା ଦେବ। ଏହା ହେଲେ କ୍ଷୁଦ୍ର ଶିଳ୍ପଗୁଡିକ କ୍ଷତିଗ୍ରସ୍ତ ହେବେ ବୋଲି ରାଜ୍ୟର କ୍ଷୁଦ୍ର ଶିଳ୍ପଗୁଡିକ ପକ୍ଷରୁ ଆଶଙ୍କା କରାଯାଇଛି।
ସୋମବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଓଡ଼ିଶା ସ୍ମଲ୍‌ ସ୍କେଲ୍‌ ଇଣ୍ଡଷ୍ଟ୍ରି ଆସୋସିଶନ (ଓଏସ୍‌ଏସ୍‌ଆଇଏ)ର ସଭାପତି ସ୍ମରଜିତ ମହାନ୍ତି କହିଛନ୍ତି, ସରକାର ରାଜ୍ୟର ପ୍ରାୟ ୭୧୧ ପଞ୍ଜୀକୃତ ସଂସ୍ଥାଙ୍କଠାରୁ ବାର୍ଷିକ ପ୍ରାୟ ୫୦୦ରୁ ୮୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ କ୍ରୟ କରୁଛନ୍ତି। ଏହା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ ବା ଚୁକ୍ତି ମୂଲ୍ୟ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେଉଛି। ମାତ୍ର ଜିଇଏମ୍‌ ଲାଗୁ ହେଲେ ଚୁକ୍ତି ବ୍ୟବସ୍ଥା ପୂର୍ବଭଳି କାର୍ଯ୍ୟ କରିବ ନାହିଁ। ଜିଇଏମ୍‌ ଦ୍ୱାରା ଶସ୍ତା ପ୍ରତିଯୋଗିତା ଦେଖା ଯିବାକୁ ଥିବା ବେଳେ ଯେ କୌଣସି ଖୁଚୁରା ବ୍ୟବସାୟୀ ପ୍ରତିଯୋଗିତାରେ ଭାଗ ନେଇ ସାମଗ୍ରୀ ଯୋଗାଇବେ। ଫଳରେ ଦୀର୍ଘ ଦିନ ଧରି ସରକାରଙ୍କୁ ଚୁକ୍ତି ଭିତ୍ତିରେ ସାମଗ୍ରୀ ଯୋଗାଣ କରୁଥିବା ରାଜ୍ୟର ଶିଳ୍ପ ସଂସ୍ଥାଗୁଡିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଛି। ଏହାଦ୍ୱାରା ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ରାଜ୍ୟରେ ୩ ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ ବୋଲି ମହାନ୍ତି କହିଛନ୍ତି।
ସେ କହିଛନ୍ତି , ବାହାରୁ ସାମଗ୍ରୀ ଆମଦାନୀ କରି ଅନେକ ସଂସ୍ଥା ପ୍ରତିଯୋଗିତାରେ ଭାଗ ନେବା ପ୍ରସଙ୍ଗକୁ ଏଡାଇ ଦିଆଯାଇ ନ ପାରେ। ଶସ୍ତା ଦର ଯୋଗୁ ଯେ କେହି ବିଡ୍‌ ଜିତିବାର ସମ୍ଭାବନା ମଧ୍ୟ ରହିଛି। ଫଳରେ ଯୋଗାଣ ବ୍ୟବସ୍ଥା ଗୁଣାତ୍ମକ ମାନ ହରାଇବ। ଏହାଦ୍ୱାରା କ୍ଷୁଦ୍ର ଶିଳ୍ପଗୁଡିକ କ୍ଷତି ସହିବାକୁ ବାଧ୍ୟହେବେ। ନିଯୁକ୍ତି ବୃଦ୍ଧି ଯୋଜନା ମଧ୍ୟ ଠପ୍‌ ହୋଇଯିବ। ସେହିଭଳି କ୍ଷୁଦ୍ର ଶିଳ୍ପ ସାମଗ୍ରୀ ବିପଣନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ଏନ୍‌ଏସ୍‌ଆଇସି ଏବଂ ରାଜ୍ୟର ଓଏସ୍‌ଆଇସି ଭୂମିକା ଆଉ ରହିବ ନାହିଁ। ରାଜ୍ୟର କ୍ଷୁଦ୍ର ସଂସ୍ଥାଗୁଡିକ ଜିଇଏମ୍‌ ବ୍ୟବସ୍ଥାକୁ ବିରୋଧ କରୁ ନ ଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପୂର୍ବରୁ ଲାଗୁ ହେଉଥିବା କଣ୍ଟ୍ରାକ୍ଟ ସିଷ୍ଟମ ବଜାୟ ରହୁ ବୋଲି ସଂଘ ପକ୍ଷରୁ ଦାବି ହୋଇଛି। ରାଜ୍ୟ ସରକାର କ୍ରୟ କରୁଥିବା ୮୩ ସହ ୩୭ ଅନ୍ୟ ସାମଗ୍ରୀ କଣ୍ଟ୍ରାଣ୍ଟ ସିଷ୍ଟମ ଦ୍ୱାରା ପୂର୍ବ ଭଳି କ୍ରୟ କଲେ ଏହାଦ୍ୱାରା ସଂସ୍ଥାଗୁଡିକ ଲାଭବାନ ହେବେ ବୋଲି ସେ ମତ ଦେଇଛନ୍ତି। ଏହା ହେଲେ ପୂର୍ବ ଭଳି ସରକାର ଏକାଧିକ ସଂସ୍ଥାଠାରୁ ସାମଗ୍ରୀ କ୍ରୟ କରିବା ଜାରି ରହିବ। ଏଭଳି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ମହାନ୍ତି ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ୧୯୬୫-୬୬ରୁ ରାଜ୍ୟ ସରକାର ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ(ଚୁକ୍ତି ମୂଲ୍ୟ ବ୍ୟବସ୍ଥା) ପ୍ରଚଳନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସଭାପତି ହିମାଂଶୁ ଶେଖର ମିଶ୍ର, ସମ୍ପାଦକ ଚିରଞ୍ଜୟ ମହାପାତ୍ର, ଦୀପକ କାଜାରିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ଡିପିଆର୍‌ ବିକଶିତ କରିବ ସିପିସିଏଲ୍‌

ଭୁବନେଶ୍ୱର,୨୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସମନ୍ବିତ ଭିତ୍ତିଭୂମି ପରାମର୍ଶଦାତା କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଚୈତନ୍ୟ ପ୍ରୋଜେକ୍ଟସ କନ୍‌ସଲଟାନ୍ସି ଲିମିଟେଡ (ସିପିସିଏଲ୍‌) କୁ ନିକଟରେ...

ଓଡ଼ିଶାରେ ଅଟୋମେଟେଡ୍‌ ଇ-ଷ୍ଟାମ୍ପିଙ୍ଗ୍‌ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୨୪।୧୨: ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ବିଫ୍ଟ ଇଣ୍ଡିଆର ପ୍ଲାଟ୍‌ଫର୍ମରେ ଷ୍ଟକ ହୋଲ୍ଡିଙ୍ଗ୍‌ ସହ ସହଭାଗିତାରେ ଇଲେକ୍‌ଟ୍ରୋନିକ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌ (ଏଇଏସ୍‌) ସଲ୍ୟୁଶନର...

ବେଦାନ୍ତର ଅଗ୍ନି ନିରାପତ୍ତା ତାଲିମ ଶିବିର

ଭୁବନେଶ୍ୱର,୨୪।୧୨ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଅଗ୍ନି ଜାଗରୁକତା ପଦକ୍ଷେପ ଅଧୀନରେ ଏକ ତାଲିମ ଶିବିର ‘ଅଗ୍ନି ନରାପତ୍ତା ତାଲିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri