ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି;ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ,ଅଟୋ ସେକ୍ଟର ନିରାଶ

ପାନାଜୀ,୨୧-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାନ୍ଦାବସ୍ଥା ଘେରରେ ଥିବା ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କାଉନସିଲ କେତେକ ନିଷ୍ପତ୍ତି ନେଇଥିବା ବେଳେ ଅଟୋ ସେକ୍ଟର ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ।
ବୈଠକ ଶେଷରେ ଅର୍ଥମନ୍ତ୍ରୀ ସୀତାରାମନ୍‌ ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଟିକସର ଅଧିକ ସରଳୀକରଣ ଏବଂ ନିୟମକୁ ଯୁକ୍ତିସଙ୍ଗତ କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ପର୍ଯ୍ୟଟନ ଶିଳ୍ପର ଅଙ୍ଗ ଭାବେ ପରିଗଣିତ ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଣିକି ୧ ହଜାର ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍‌ ପାଇଁ କୌଣସି ଜିଏସ୍‌ଟି ଲାଗୁ କରାଯିବ ନାହିଁ। ସେହିପରି ୧୦୦୧ରୁ ୭୫୦୦ ଟଙ୍କା ପର୍ଯ୍ୟନ୍ତ ରୁମ୍‌ ପାଇଁ ୧୨% ଏବଂ ୭୫୦୦ ଟଙ୍କାରୁ ଊର୍ଦ୍ଧ୍ୱର ରୁମ୍‌ ପାଇଁ ୧୮% ଜିଏସ୍‌ଟି ଆଦାୟ କରାଯିବ। ପୂର୍ବରୁ ସମସ୍ତ ପ୍ରକାର ହୋଟେଲ ରୁମ୍‌ ପାଇଁ ୨୮% ଜିଏସ୍‌ଟି ଆଦାୟ କରାଯାଉଥିଲା। ତେବେ ମୃଦୁ ପାନୀୟ ମହଙ୍ଗା ହେବାକୁ ଯାଉଛି। ସୀତାରାମନ୍‌ କହିଛନ୍ତି ଯେ, କାଉନସିଲ୍‌ ମୃଦୁ ପାନୀୟ ଉପରେ ଜିଏସ୍‌ଟି ହାରକୁ ୧୮ରୁ ୨୮%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା ଏହା ଉପରେ ଅତିରିକ୍ତ ୧୨% କ୍ଷତିପୂରଣ ସେସ୍‌ ଆଦାୟ କରାଯିବ। ଏଣିକି ମୃଦୁ ପାନୀୟ କ୍ଷତିପୂରଣ ଯୋଜନା ଅଧୀନରେ ରହିବ ନାହିଁ। ସୀତାରାମନ୍‌ କହିଛନ୍ତି ଯେ, ଫୁଲ, ପତ୍ର ଏବଂ ବାୟୋଫ୍ରେଣ୍ଡଲି ସାମଗ୍ରୀରେ ତିଆରି କପ୍‌,ପ୍ଲେଟ୍‌ ଉପରେ କୌଣସି ଜିଏସ୍‌ଟି ଆଦାୟ କରାଯିବ ନାହିଁ। ବର୍ତ୍ତମାନ ଏଭଳି ସାମଗ୍ରୀ ଉପରେ ୫% ଜିଏସ୍‌ଟି ଆଦାୟ କରାଯାଉଛି। ସେହିଭଳି ରେଳ କୋଚ୍‌ ଓ ଓ୍ବାଗନ ଉପରେ ଜିଏସ୍‌ଟିକୁ ୫ରୁ ୧୨%କୁ ବୃଦ୍ଧି କରାଯାଇଛି। ଏହାଛଡ଼ା ଏହା ଉପରେ ସଞ୍ଚତ୍ତ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ରିଫଣ୍ଡ ପ୍ରଦାନ କରାଯିବ ନାହିଁ। ସେହିଭଳି ଜାହାଜରେ ବ୍ୟବହୃତ ତେଲ ଉପରେ ଜିଏସ୍‌ଟିକୁ ୧୮ରୁ ୫%କୁ ହ୍ରାସ କରାଯାଇଛି। ଉଭେନ/ନନ୍‌ ଉଭେନ ପଲିଥିନ ବ୍ୟାଗ ଉପରେ ଏକପ୍ରକାର ୧୨% ଜିଏସ୍‌ଟି ଆଦାୟ କରାଯିବ। ଏହାଛଡା ବିଦେଶୀ ନିର୍ମିତ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ଜିଏସ୍‌ଟି/ଆଇଜିଏସ୍‌ଟି ଛାଡ଼କୁ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଫୁଟବଲ ପ୍ରତିଯୋଗିତା ଭାରତରେ ଆୟୋଜିତ ହେବାକୁ ଯାଉଥିବାରୁ ଅନ୍ତଃର୍ଜାତୀୟ ଫୁଟବଲ ପ୍ରତିଷ୍ଠାନ ଫିଫା ଦ୍ୱାରା ସ୍ବତନ୍ତ୍ର ବ୍ୟକ୍ତିବିଶେଷଙ୍କୁ ଯୋଗାଯିବାକୁ ଥିବା ସାମଗ୍ରୀ ଓ ସେବାକୁ ଜିଏସ୍‌ଟି ମୁକ୍ତ କରାଯାଇଛି ବୋଲି ସୀତାରାମନ୍‌ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏଫ୍‌ଏମ୍‌ସିଜି ସେକ୍ଟର, ଅଟୋ ସେକ୍ଟର ପାଇଁ ଜିଏସ୍‌ଟି କାଉନସିଲ କୌଣସି ଘୋଷଣା ନ କରିବାରୁ ସେମାନେ ହତାଶା ବ୍ୟକ୍ତ କରିଛନ୍ତି। ପୂର୍ବରୁ ଏ ସଂକ୍ରାନ୍ତ ଫିଟ୍‌ମେଣ୍ଟ କମିଟି ଜିଏସ୍‌ଟି ହ୍ରାସ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହାଛଡ଼ା ବହୁ ରାଜ୍ୟ ଅଟୋ ସମେତ ଅନ୍ୟ ସେକ୍ଟରକୁ ଜିଏସ୍‌ଟି ହ୍ରାସ ନ କରିବାକୁ ଅଡି ବସିଥିଲେ। କାରଣ ଏହାଦ୍ୱାରା ହେବାକୁ ଥିବା କ୍ଷତିଭରଣା କରିବା ଅସମ୍ଭବ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri