ଜିଏସ୍‌ଟି କ୍ଷତିପୂରଣ ବନ୍ଦ ହେଲେ ୧.୨୩ ଲକ୍ଷ କୋଟି କ୍ଷତି ସହିବେ ରାଜ୍ୟ

ନୂଆଦିଲ୍ଲୀ,୬-୧: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ସରକାର ପ୍ରଦାନ କରୁଥିବା କ୍ଷତିପୂରଣ ବନ୍ଦ କଲେ ରାଜ୍ୟଗୁଡିକର ମୋଟ୍‌ ରାଜସ୍ବ ୧.୨୩ ଲକ୍ଷ କୋଟି ଟଙ୍କା କମିବା ନେଇ ଆକଳନ କରାଯାଇଛି। ଏଭଳି ସ୍ଥିତିରେ ଜିଏସ୍‌ଟି କ୍ଷତିପୂରଣ ବ୍ୟବସ୍ଥା ହଟିବା ଏବଂ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ସଂଗ୍ରହ ଲଗାତାର କମିଲେ ଓଡିଶା ସମେତ ଅନ୍ୟ ରାଜ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ। ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ପଞ୍ଜାବ, ଗୋଆ, ଛତିଶଗଡ, କର୍ନାଟକ ରହିଛନ୍ତି। ସେହିଭଳି ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ତ୍ରିପୁରା, ମେଘାଳୟ ଭଳି ଛୋଟ ରାଜ୍ୟ ରାଜସ୍ବ କ୍ଷେତ୍ରରେ ଏଭଳି କ୍ଷତି ସାମ୍ନା କରିବେ ବୋଲି ଅର୍ଥନୈତିକ ଥିଙ୍କ ଟ୍ୟାଙ୍କ ଏନ୍‌ଆଇପିଏଫ୍‌ପି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।
୨୦୧୭ ଜୁଲାଇ ପହିଲାରୁ ଦେଶରେ ନୂଆ ପରୋକ୍ଷ ଟିକସ ଲାଗୁ ହେବା ପରେ ରାଜ୍ୟଗୁଡିକୁ ରାଜସ୍ବ ଜନିତ କ୍ଷତି କ୍ଷେତ୍ରରେ କେନ୍ଦ୍ର ସରକାର ୫ ବର୍ଷ ଯାଏ କ୍ଷତି ପୂରଣ ଦେବାର ବ୍ୟବସ୍ଥା ରହିଥିଲା। ୫ ବର୍ଷକୁ ଟ୍ରାଞ୍ଜିଶନ ସମୟ କୁହାଯାଉଥିବା ବେଳେ ଏହା ୨୦୨୨ ଜୁନ ୩୦ରେ ଶେଷ ହେଉଛି। ଯଦି ୨୦୨୨ ଜୁନରେ କ୍ଷତି ପୂରଣ ବ୍ୟବସ୍ଥାକୁ ସରକାର ହଟାଇ ଦିଅନ୍ତି ତେବେ ରାଜ୍ୟଗୁଡିକ ୧,୦୦,୭୦୦ କୋଟିରୁ ୧,୨୩,୬୪୬ କୋଟି ମଧ୍ୟରେ ରାଜସ୍ବ ଅନ୍ତର ସାମ୍ନା କରିବେ। ଏହା ଟିକସ ରାଜସ୍ବ ବୃଦ୍ଧି ଏବଂ ଭରଷାଯୋଗ୍ୟ ଡାଟା ଉତ୍ସ ଉପରେ ନିର୍ଭରଶୀଳ। ଏଭଳି ସ୍ଥିତିରେ ରାଜ୍ୟଗୁଡିକ ସେମାନଙ୍କ ଯୋଜନା ବାବଦ ଖର୍ଚ୍ଚ ଉଠାଇବାକୁ ହେଲେ ବର୍ତ୍ତମାନର ଟିକସ ଉତ୍ସଠାରୁ ଆବଶ୍ୟକ ପରିମାଣର ଟିକସ ସଂଗ୍ରହ କରିବାକୁ ପଡିବ କିମ୍ବା ରାଜ୍ୟଙ୍କୁ ନିଜର ଯୋଜନା ବାବଦ ଖର୍ଚ୍ଚକୁ କାଟ କରିବାକୁ ପଡିବ। କାରଣ ଜିଏସ୍‌ଟି କ୍ଷତିପୂରଣ ବନ୍ଦ ହେଲେ ରାଜ୍ୟଗୁଡିକୁ ଏକ ପ୍ରକାରର ଝଟକା ଲାଗିବ ବୋଲି ଅନୁମାନ କରାଯାଇଛି।
ଏବେ ଜିଏସ୍‌ଟି ରାଜସ୍ବ ସଂଗ୍ରହ ହ୍ରାସ ଘଟିଛି। ଜିଏସ୍‌ଟି କ୍ଷତିପୂରଣ ଦେବା ଲାଗି ଅର୍ଥର ଆବଶ୍ୟକତା ଏବଂ କ୍ଷତିପୂରଣ ସେସ୍‌ ବାବଦ ସଂଗ୍ରହ ହେଉଥିବା ଟିକସ ମଧ୍ୟରେ ବଡ ପାର୍ଥକ୍ୟ ରହିଛି। ଏହା ଫଳରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଠିକ୍‌ ସମୟରେ ଜିଏସ୍‌ଟି କ୍ଷତିପୂରଣ ଦେବାକୁ ସକ୍ଷମ ହେଉନାହାନ୍ତି। ଏହାକୁ ନେଇ ରାଜ୍ୟଗୁଡିକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଭଳି ବିଭିନ୍ନ ସମସ୍ୟାକୁ ନଜରରେ ରଖି ରାଜ୍ୟଗୁଡିକ ଜିଏସ୍‌ଟି କ୍ଷତିପୂରଣ ସମୟ ସୀମା ୨୦୨୪-୨୫ ଯାଏ ବଢାଇବାକୁ ପଞ୍ଚଦଶ ଅର୍ଥକମିଶନଙ୍କୁ ନିବେଦନ କରିଛନ୍ତି। କ୍ଷତିପୂରଣ ସେସ୍‌ ଉଠିଲା ପରେ ଯଦି ରାଜ୍ୟଗୁଡିକୁ ରାଜସ୍ବ ଜନିତ ଝଟକା ଲାଗେ ତେବେ ଏହା ଦେଶର ବିତ୍ତୀୟ ପରିଚାଳନା, ସାମଗ୍ରିକ ଆର୍ଥତ୍କ ସ୍ଥିରତାକୁ ପ୍ରଭାବିତ କରିବ ବୋଲି ରିପୋର୍ଟରେ କୁହାଯାଇଛି। ସରକାର କ୍ଷତିପୂରଣ ପ୍ରଦାନ ସମୟଠାରୁ ଅଧିକ ସମୟ କ୍ଷତିପୂରଣ ପ୍ରଦାନ ନେଇ ଯଦି ବ୍ୟବସ୍ଥା କରନ୍ତି ତେବେ ବର୍ତ୍ତମାନର ଅବସ୍ଥାକୁ ଦେଖିଲେ ତାହା ପ୍ରତୀୟମାନ ହେଉନାହିଁ।

ଜିଏସ୍‌ଟି କ୍ଷତିପୂରଣ
ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି ଜିଏସଟି କାର୍ଯ୍ୟକାରୀ କରାଇବା ସମୟରେ ଜିଏସ୍‌ଟି କ୍ଷତିପୂରଣ ସେସ୍‌ (ଜିଏସ୍‌ଟିସିସି) ଆସିଥିଲା। ଜିଏସ୍‌ଟି କ୍ଷତିପୂରଣ ପାଣ୍ଠି ଲାଗି ଅର୍ଥ ଯୋଗାଡ କେତେକ ସାମଗ୍ରୀ ଉପରେ ଉପକର ବା ସେସ୍‌ ଲାଗୁ କରାଯାଇଛି। ଏହି ପାଣ୍ଠିକୁ କେନ୍ଦ୍ର ସରକାର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri