ଜିଲାକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷ୍ୟ: ‘ସାମୂହିକ ଔଷଧ ସେବନ ଲାଭଦାୟକ’

ଢେଙ୍କାନାଳ ଅଫିସ, ୯।୮-ଢେଙ୍କାନାଳକୁ ଫାଇଲେରିଆ ମୁକ୍ତ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଗୁରୁବାରଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ବଟିକା ଖାଇ ଏହାର ଶୁଭାରମ୍ଭ କରିଥିଲେ। ସାମୂହିକ ଔଷଧ ସେବନ ରୋଗ ପ୍ରତିକାର ପାଇଁ ଲାଭଦାୟକ ହେବ। ଖାଦ୍ୟ ଖାଇବା ପରେ ନିର୍ଦ୍ଧାରିତ ମାତ୍ରା ଅନୁଯାୟୀ ବଟିକା ଖାଇବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜିଲାପାଳ କହିଲେ, ଗ୍ରାମାଞ୍ଚଳରେ ସରପଞ୍ଚ, ୱାର୍ଡମେମ୍ବର, ସ୍ବୟଂ ସହାୟକ ଗୋଷ୍ଠୀ, ଗଁା କଲ୍ୟାଣ ସମିତି, ଆଶା, ଅଙ୍ଗନୱାଡି କର୍ମୀ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ବଟିକା ବଣ୍ଟନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କହିଲେ, ଠିକ୍‌ ମାତ୍ରରେ ଡିଇସି, ଆଲବେଣ୍ଡାଜଲ ବଟିକା ଖାଇଲେ ଫାଇଲେରିଆର ମୂଳୋତ୍ପାଟନ ସମ୍ଭବ। ମଶା କାମୁଡ଼ିବାର ୧୦ରୁ ୧୨ ଦିନ ପରେ ମ୍ୟାଲେରିଆ ଏବଂ ୪ରୁ ୭ଦିନ ପରେ ରୋଗୀ ନିକଟରେ ଡେଙ୍ଗୁର ଲକ୍ଷଣ ଦେଖାଦେଇଥାଏ। ହେଲେ ଫାଇଲେରିଆର ଲକ୍ଷଣ ୫ରୁ ୬ବର୍ଷ ପରେ ମଧ୍ୟ ଦେଖାଦେବା ଆଶଙ୍କା ରହିଥାଏ। ଆକ୍ରାନ୍ତଙ୍କ ଗୋଡ଼ ଗୋଦର ହୋଇଯାଏ। ଥରେ ରୋଗରେ ପଡ଼ିଲେ ଆରୋଗ୍ୟ ହେବା ସମ୍ଭାବନା କ୍ଷୀଣ। ତେଣୁ ସମୟ ଥାଉ ଥାଉ ସଚେତନ ହେବାକୁ ସିଡିଏମ୍‌ଓ ନିବେଦନ କରିଛନ୍ତି। ଔଷଧ ସେବନ ବିଧି ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ, ୨ରୁ ୫ବର୍ଷ ମଧ୍ୟରେ ପିଲା ୧୦୦ମିଲିଗ୍ରାମର ଗୋଟିଏ ଡିଇସି, ୪୦୦ ମିଲିଗ୍ରାମର ଗୋଟିଏ ଆଲବେଣ୍ଡାଜଲ ବଟିକା ଖାଇବେ। ୬ରୁ ୧୪ବର୍ଷ ବୟସର ପିଲା ୧୦୦ ମିଲିଗ୍ରାମର ୨ଟି ଡିଇସି, ୪୦୦ ମିଲିଗ୍ରାମର ଗୋଟିଏ ଆଲବେଣ୍ଡାଜଲ ଏବଂ ୧୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ୧୦୦ ମିଲିଗ୍ରାମର ୩ଟି ଡିଇସି, ୪୦୦ ମିଲିଗ୍ରାମର ଗୋଟିଏ ଆଲବେଣ୍ଡାଜଲ ବଟିକା ଭୋଜନ ପରେ ଖାଇବେ। ଖାଲି ପେଟରେ ଔଷଧ ଖାଇଲେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବ ବୋଲି ସେ ସତର୍କ କରାଇଛନ୍ତି।
ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସହକାରୀ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଦ୍ୟୁତ୍‌ କୁମାର ନନ୍ଦ, ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. ସଂକଳ୍ପ କେଶରୀ ଭୋଳ, ରାଜ୍ୟ ଭେକ୍ଟରବାହିତ ରୋଗ ପରାମର୍ଶଦାତା ସୁଶାନ୍ତ ପରିଡ଼ା, ଜିଲା ଭେକ୍ଟରବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ, ଜିଲା ସ୍ବାସ୍ଥ୍ୟ ମିଶନ ପରିଚାଳକ ସୋନାଲି ପ୍ରିୟଦର୍ଶିନୀ, ଜିଲା ଅର୍ଥ ପରିଚାଳକ ଧୀରେନ୍ଦ୍ର କୁମାର ନନ୍ଦ, ଗଁା କଲ୍ୟାଣ ସମିତି, ଆଶା ପରିଚାଳକ ସମରେନ୍ଦ୍ର ଶତପଥୀ, ଜିଲା ମୁଖ୍ୟ ଚିକିତ୍ସାଳୟ ପରିଚାଳିକା ଅଲିଭା ଆଚାର୍ଯ୍ୟ, ଟେକ୍ନିସିଆନ ଏସ୍‌.ଏସ୍‌. ରହିମ, ବିକାଶ ରଞ୍ଜନ କର, ଭାଗୀରଥି ଆଚାର୍ଯ୍ୟ, ସୁକାନ୍ତ କୁମାର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ଲିଫ୍ଟ ପ୍ରକଳ୍ପର ସ୍ଥିତି ପରଖିଲେ ବିଧାୟକ

ଅମରପାଲି,୧ା୧୦: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ମେଗା ଲିପ୍ଟ ପଏଣ୍ଟରେ ଥିବା ବିଭିନ୍ନ ସମସ୍ୟା ନେଇ ସୋମବାର ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଳା...

ଛେଳି ଗୁହାଳରେ ପିଲାଙ୍କ ଭବିଷ୍ୟତ

ଉଦଳା,୧ା୧୦(ସନ୍ତୋଷ କୁମାର ବାଚ୍ଛିନୀ): କାନ୍ଥରେ ଲେଖା ହୋଇଛି ବିଦ୍ୟାଳୟ ନାଁ । କାନ୍ଥ ସାଜିଛି କଳାପଟା ଆଉ ଚାଲିଛି ପାଠପଢ଼ା। ହେଲେ ଏହା ବିଦ୍ୟାଳୟ ନୁହେଁ,...

ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ପିଏମ ଜନମନ ଯୋଜନାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ...

ଆଜି ୧୧ ଜିଲାରେ ବର୍ଷା, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧ା୧୦(ଅନୁରାଧା ମହାରଣା): ରାଜ୍ୟରେ ସୋମବାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଥିବାବେଳେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ତେବେ ମଙ୍ଗଳବାର ରାଜ୍ୟର ପ୍ରାୟ ୧୧...

ମଦ ବନ୍ଦ ପାଇଁ ଏକାଠି ହେଲେ ମହିଳା, ମଦ ପିଇ ଗଣ୍ଡଗୋଳ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଅମରପାଲି,୧ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ମାଳିଦାଦର ଗ୍ରାମରେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରି ଗ୍ରାମର ମହିଳାମାନେ...

ପଦବୀ ହରାଇଲେ ସରପଞ୍ଚ

କାମାକ୍ଷାନଗର,୧ା୧୦(ସୁଧୀର କୁମାର ପରିଡ଼ା): ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସରପଞ୍ଚ ପ୍ରତିମା ସେଠୀ ସୋମବାର ଅନାସ୍ଥା ଭୋଟରେ ପରାଜିତ ହେବା ସହ ସରପଞ୍ଚ ପଦବୀ...

ସେବାୟତଙ୍କ ଘର ମାଟିତଳୁ ମିଳିଲା ସୁନା ମୂର୍ତ୍ତି, ଅଳଙ୍କାର

ଅସୁରାଳି,୧ା୧୦(ସନ୍ତୋଷ ପ୍ରଧାନ): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିର ନିକଟ ଜଣେ ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ସୁନା ମୂର୍ତ୍ତି ସହ ଅଳଙ୍କାର...

ଭରତପୁର ଥାନା ଘଟଣା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ଅଧିକାରୀ

କଟକ,୧ା୧୦(କାର୍ତ୍ତିକ ସାହୁ): ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ଘଟିଥିବା ପୋଲିସ ନିର୍ଯାତନା ଘଟଣାରେ ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri