ବଇଣ୍ଡା,୧୦।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ରବିବାର ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଶୋରନଗର ବ୍ଲକ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି। ବଇଣ୍ଡା ସହ ପୁରା ପଞ୍ଚାୟତ ଅଞ୍ଚଳକୁ ସେ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ସୋମବାର ତା.୧୧।୫।୨୦୨୦ ସକାଳ ୭ଟାରୁ ଗୁରୁବାର ତା.୧୪।୦୫।୨୦୨୦ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ଡାଉନ ଘୋଷଣା କରାଯାଇଛି। ଏ ନେଇ ପଞ୍ଚାୟତ ଚିଠି ନଂ. ୬୩/୧୦।୦୫।୨୦୨୦ରେ ଅବଗତ କରାଯାଇଛି।
Posted inଅନୁଗୋଳ, କରୋନା ଭାଇରସ୍