Posted inକଟକ

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଚୌଦ୍ୱାରରେ ସିଲ୍‌ ହେଲା ମଦ ଦୋକାନ

ଚୌଦ୍ୱାର,୮ା୫(ଡି.ଏନ୍‌.ଏ)-ମହାମାରୀ କରୋନାକୁ ନେଇ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। କଟକ ଜିଲାର ଚୌଦ୍ୱାର ସହର ଗ୍ରୀନ ଜୋନରେ ଯାଉଛି। ଗତ ୪ ତାରିଖରେ କେନ୍ଦ୍ର ସରକାର ଗ୍ରୀନ ଜୋନ ଅଞ୍ଚଳରେ ମଦ ଦୋକାନ ଖୋଲିବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚୌଦ୍ୱାର ସହରରେ ଥିବା ମଦ ଦୋକାନ ଗୁଡିକ ସରକାରୀ କଟକଣା ତଥା ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଲକ୍ଷ ରଖି ସମସ୍ତ ପ୍ର୍ରସ୍ତୁତି ଶେଷ କରିଥିଲେ। କେବଳ ବାକି ଥିଲା ପ୍ରଶାସନର ନିଷ୍ପତ୍ତିକୁ। ଶୁକ୍ରବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲାର କୌଣସି ଜାଗାରେ ମଦ ଦୋକନ ଖୋଲାଯିବ ନାହିଁ ବୋଲି ନିଷ୍ପତ୍ତି ପରେ ଚୌଦ୍ୱାର ସହରରେ ୨ଟି ମଦ ଦୋକନକୁ ସିଲ କରାଯାଇଛି। ଏଥିସହିତ ଚୌଦ୍ୱାର, ଟାଙ୍ଗି ଓ ଜଗତପୁର ଅଞ୍ଚଳରେ ଥିବା ପ୍ରାୟ ୧୫ଟି ଦୋକାନକୁ ସିଲ କରାଯିବ ବୋଲି ଚୌଦ୍ୱାର ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ସ୍ବାତୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ

ବାରଙ୍ଗ,୬ା୯(ଲିଙ୍ଗରାଜ ରାଉତ): ସେଣ୍ଟ୍ରିଂ ଖୋଲିବାକୁ ଯାଇ ପାଇଖାନା ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି। ଏହିଭଳି ଘଟଣା ବାରଙ୍ଗ ଥାନା ଅଧିନସ୍ଥ...

ମହିଳାଙ୍କ ସହ ପୋଲିସ ବାବୁଙ୍କ ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ, ମୋବାଇଲରେ ମହିଳାଙ୍କୁ ….

ନିଶ୍ଚିନ୍ତକୋଇଲି, ୬।୯(ଅଶୋକ କୁମାର ମହାପାତ୍ର): ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରେଶ୍ୱର ଥାନାର ଜଣେ ପୋଲିସବାବୁଙ୍କ ସହ ଆଉ ଜଣେ ମହିଳାଙ୍କ ପ୍ରେମ ଗପର ଅଡିଓ ଏବଂ...

ଅକ୍ଟୋବର ୫ରେ ଖୋଲା ରହିବ ହାଇକୋର୍ଟ

କଟକ,୬ା୯ (କାର୍ତ୍ତିକ ସାହୁ):ଆସନ୍ତା ଅକ୍ଟୋବର ୫ ତାରିଖକୁ କାର୍ଯ୍ୟ ଦିବସ ଭାବେ ହାଇକୋର୍ଟ ଘୋଷଣା କରିଛନ୍ତି। ଶନିବାର ଛୁଟି ଦିବସ ହୋଇଥିବାବେଳେ ତାହାକୁ କାର୍ଯ୍ୟ ଦିବସରେ...

ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

କଟକ,୫ା୯: କଟକ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। କ୍ୟାମ୍ପସ୍‌ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ରେଜିଷ୍ଟ୍ରାର ଚିଠି ଲେଖିଛନ୍ତି। କାରଣ ଆନ୍ଦୋଳନ ପାଇଁ କ୍ୟାମ୍ପସ୍‌ରେ...

ତହସିଲ କାର୍ଯ୍ୟାଳୟ ପରିସରରେ ୧୬୩ ଧାରା

ନରସିଂହପୁର,୫ା୯: କଟକ ଜିଲା ନରସିଂହପୁର ତହସିଲ କାର୍ଯ୍ୟାଳୟ ପରିସରରେ ଗୁରୁବାର ୧୬୩ ଧାରା ଲାଗୁ ହୋଇଛି। ବିଏନ୍‌ଏସ୍‌ ୧୬୩(୨) ଧାରା ଲାଗୁ କରିଛି ଜିଲା ପ୍ରଶାସନ।...

କଲେଜ ନିର୍ବାଚନ ପାଇଁ ରାଜନୀତି କରୁଛି ଛାତ୍ର ବିଜେଡି: ଅରିନ୍ଦମ

କଟକ,୫ା୯(ଶିଳ୍ପା ପ୍ରିୟଦର୍ଶିନୀ): କଟକରେ ଆୟୋଜିତ ସ୍ବାୟତ୍ତଶାସନ ଦିବସ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ।...

ରେଭେନ୍ସାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ନାମ ପରିବର୍ତ୍ତନକୁ ନେଇ ବିବାଦ

କଟକ,୪ା୯: ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତନ ଚର୍ଚ୍ଚା ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ବୁଧବାର କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ...

ଲୋକମାନେ ନିର୍ବାଚିତ କରିଛନ୍ତି ତାଙ୍କ କଥା ବୁଝିବା ପାଇଁ, ଅଭିଯୋଗ ଆସିଲେ…

କଟକ,୪ା୯: କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବୁଧବାର ବିଧାନସଭା ଅଧିବେଶନ ସରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଏକ ବଡ଼ କଥା କହିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri