ରାୟଗଡ଼ା ଅଫିସ,୨୨।୧୧: ରାୟଗଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି l କେନ୍ଦ୍ରର ଭାଜପା ଏବଂ ରାଜ୍ୟ ସରକାରଙ୍କ ଜନମାରଣ ତଥା ଶ୍ରମିକମାରଣ ନୀତି, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଆର୍ଥିକ ମାନ୍ଦାବସ୍ଥା ବିରୋଧରେ ପ୍ରତିବାଦ କରାଯାଇଛି l ଏଥିରେ ଜିଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ରତ୍ନମଣି ଉଲାକା, ରାଜ୍ୟ ସାଧାରଣ ସମ୍ପାଦକ ଆପଲ ସ୍ବାମୀ କାଡ଼ରକାଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ଥିଲେ।