ଛତ୍ରପୁର,୨୧ା୩(ଡି.ଏନ୍.ଏ.)- ଅନ୍ୟ ରାଜ୍ୟ ଓ ଅନ୍ୟ ଜିଲାର କୌଣସି ବସ୍, ଟ୍ରକ୍, ଟ୍ରେଲର ଆଦି ଗାଡ଼ି ଗଞ୍ଜାମ ଜିଲା ଦେଇ ଯାଉଥିବା ବେଳେ ଅଟକିବା ଉପରେ ନିଷେଧ ଜାରି କରାଯାଇଛି। କରୋନାକୁ ନେଇ ପ୍ରତିଷେଧକ ପଦକ୍ଷେପ ସ୍ବରୂପ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିପାଇଁ ନିୟମିତ ଯାଞ୍ଚ କରିବାକୁ ପରିବହନ ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପରିଚାଳନା ଆକ୍ଟ ୨୦୦୫, ଏମ୍ଭି ଆକ୍ଟ ୧୯୮୮ର ସେକ୍ସନ ୧୧୫ ଏବଂ ଓଏମ୍ଭି ୧୯୯୩ର ରୁଲ ୧୭୩ ଆଧାରରେ ଜିଲାପାଳ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଅଟୋ, ବାଇକ୍ ଚାଳନା ଉପରେ ମଧ୍ୟ କେତେକ କଟକଣା ଲଗାଯାଇଛି। ଅଟୋ ଓ ଟ୍ୟାକ୍ସି ବଦଳାଇ ଚଳାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି।