ଜୁଆର ମାଡ଼ରେ ୩୦ ପରିବାରର ଘର ନଷ୍ଟ

ଚିକିଟି,୧୭ା୮(ଡି.ଏନ.ଏ.)-ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତର ସମୁଦ୍ରତଟବର୍ତ୍ତୀ ରାମେୟାପାଟଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ୫ ଫୁଟର ସମୁଦ୍ର ଜୁଆର ମାଡିଯାଇ ୩୦ ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନ୍ୟ କେତେଜଣଙ୍କ ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି ା କ୍ଷତିଗ୍ରସ୍ତ ପରିବାରଗୁଡିକ ମଧ୍ୟରୁ କେତେକ ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ଅନ୍ୟପକ୍ଷରେ କେତେକ ପରିବାର ଭୋକ ଉପାର୍ଶ୍ୱରେ ସେଠାରେ ରହିଥିବା ଦେଖିବାକୁ ମିଳୁଛି। ରାମେୟାପାଟଣା ଗ୍ରାମର ଡି. ବଳରାମ, ଏଲ୍‌. ପଟାମା, ଏଲ୍‌.କାଲମା, ପି. ଝୋନା, ପି. ନୋକାମା, ଜି. କମେଳଶ୍ୱରୀ, ପି. ଧନଲକ୍ଷ୍ମୀ, ଏ.ସୁଲୋଚନା, ଜି. ମାଲକ୍ଷ୍ମୀ, ଜେ.ପୁଷ୍ପା, ଏଲ୍‌. ରାଜେଶ୍ୱରୀ, ଆର. ଭୁଲୋକି, ଏଲ୍‌. ସୁନିତା, ଏଲ୍‌. ମୋହନ ରାଓଙ୍କ ସମେତ ୩୦ ପରିବାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି ା ଶୁକ୍ରବାର ପୂର୍ବାହ୍ନରେ ଚିକିଟି ଅତିରିକ୍ତ ତହସିଲ୍‌ଦାର ଡ. ଶକ୍ତିପ୍ରସାଦ ଶ୍ରୀଚନ୍ଦନ, ଏବିଡିଓ ରମାକାନ୍ତ ସାହୁ, ରାଜସ୍ବ ନିରୀକ୍ଷିକ ଗିରିଜା ପ୍ରସାଦ ମଲ୍ଲିକ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତିି ା ସରକାରଙ୍କ ପକ୍ଷରୁ ସମୁଦ୍ର ତଟବର୍ତ୍ତୀ ଗ୍ରାମରେ ଥିବା ମତ୍ସ୍ୟଜୀବୀ ପରିବାରକୁ ଓଡିଆରପି ଯୋଜନାରେ ବାତ୍ୟା ନିରୋଧକ ଗୃହ ଯୋଗାଇ ଦିଆଯାଉଛି। ହେଲେ ରାମେୟାପାଟଣା ଗ୍ରାମରେ ଅଧିକାଂଶ ମସତ୍‌ୟଜୀବୀ ଏହି ଯୋଜନାରୁ ବାଦ୍‌ ପଡିଛନ୍ତି। ୨୦୧୫ ମସିହାରେ ଉକ୍ତ ଗ୍ରାମରେ ମୋଟ ୪୫୦ ପରିିବାର ମଧ୍ୟରୁ ୩୩୧ ପରିବାରକୁ ଓଡିଆର୍‌ପି ଯୋଜନାରେ ଗୃହ ଦିଆଯାଇଥିଲା। ବଳକା ୧୧୯ ପରିବାର ଏହି ଯୋଜନାରୁ ବାଦ୍‌ ପଡିଛନ୍ତି ା ଦିନକୁ ଦିନ ସମୁଦ୍ର ଜୁଆର ମାଡି ଘର, ଧନସମ୍ପତ୍ତି ନଷ୍ଟ ହେଉଛି। ତେଣୁ ଗୃହ ପାଇବାରୁ ବାଦ୍‌ ପଡିଥିବା ମସତ୍‌ୟଜୀବୀ ପରିବାରଙ୍କୁ ତୁରନ୍ତ ଓଡିଆର୍‌ପି ଯୋଜନାରେ ସାମିଲ କରାଯିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଚିକିଟି ଅତିରିକ୍ତ ତହସିଲ୍‌ଦାର ଶ୍ରୀଚନ୍ଦନ କହିଛନ୍ତି, ଜୁଆର ମାଡି କେତେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ସମ୍ପର୍କୀୟ ପାଇଥିବା ଓଡିଆର୍‌ପି ଗୃହକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା ସନ୍ଧ୍ୟା ସୁଦ୍ଧା ସବିଶେଷ ରିପୋର୍ଟ ଜିଲା ପ୍ରଶାସନ ଓ ଜଳସେଚନ ବିଭାଗକୁ ଜଣାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri