ଜୁନ୍‌ରେ ଆମେରିକାରେ ପ୍ରତିଦିନ ୨ ଲକ୍ଷ ନୂଆ କରୋନା ସଂକ୍ରମିତ ହେବେ ଚିହ୍ନଟ: ମୃତକଙ୍କ ସଂଖ୍ୟା ପ୍ରତିଦିନ ଛୁଇଁବ ୩ ହଜାର

ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୬୩୩ ଥିବାବେଳେ ମୃତ୍ୟୁ ସଂଖ୍ୟା ୭୨ ହଜାର ୨୭୧ ରହିଛି। ଏହି ଧାରା ଜାରି ରହିଲେ ଆସନ୍ତା ଜୁନ୍‌ ବେଳକୁ ଦେଶରେ ପ୍ରତିଦିନ ୨ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବ। ସେହିପରି ପ୍ରତିଦିନ ଏଠାରେ ୩ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହେବ ବୋଲି ଆମେରିକା ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ ଏବଂ ଓ୍ବାଶିଂଟନ ପୋଷ୍ଟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ସରକାରଙ୍କ ପକ୍ଷରୁ କରାଯାଇଥିବା କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଆକଳନ ଠିକ୍‌ ଭାବେ କରାଯାଇ ନ ଥିବା ଏହି ରିପୋର୍ଟ ଦର୍ଶାଯାଇଛି। ଇତିମଧ୍ୟରେ ହ୍ବାଇଟ୍‌ ହାଉସ୍‌ରେ କାମ କରୁଥିବା କରୋନା ଟାସ୍କ୍‌ ଫୋର୍ସ ଅଧିକାରୀଙ୍କୁ ବାହାରେ କୌଣସି ମନ୍ତବ୍ୟ ନ ଦେବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ,ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ମେଟ୍ରିକ୍ସ୍‌ ଅନୁସାରେ ଅଗଷ୍ଟ ୪ ପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ ପୂର୍ବରୁ ମହଙ୍ଗା ମାଡ଼, ଏଠି ଚିନି କିଲୋ ୧୮୦ ଟଙ୍କା

ଇସଲାମାବାଦ,୨୨।୩: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୁଦ୍ରାସ୍ଫୀତିର ସ୍ଥିତି କ’ଣ ତାହା ସମସ୍ତେ ଜାଣନ୍ତି। ପାକିସ୍ତାନରେ ମଇଦା, ଚାଉଳ, ତେଲ ଏବଂ ପନିପରିବାର ମୂଲ୍ୟ ଆକାଶଛୁଆଁ।...

ବାଂଲାଦେଶରେ ବଢିଲା ଶ୍ରମିକଙ୍କ ଅଡୁଆ, ଅନେକ କପଡ଼ା ଫ୍ୟାକ୍ଟ୍ରିରେ ଝୁଲିଲା ତାଲା

ଢାକା,୨୨।୩: ଗତ ବର୍ଷ ଅଗଷ୍ଟରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରେ ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ହିଂସା...

ଶାନ୍ତିର ବାର୍ତ୍ତା ଦେଉଥିବା ଦେଶ ଏବେ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ବୋମା ତିଆରି ପାଇଁ କରୁଛି ଯୋଜନା

ଓ୍ବାଶିଂଟନ,୨୨।୩: ଆମେରିକାର ଛାୟାରେ ରହୁଥିବା ୟୁରୋପୀୟ ଦେଶଗୁଡ଼ିକ ବର୍ତ୍ତମାନ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସଂଘର୍ଷ କରୁଛନ୍ତି। ବହୁ ବର୍ଷ ଧରି, ୟୁରୋପୀୟ ଦେଶଗୁଡ଼ିକ...

ଭାରତ-ପାକିସ୍ତାନକୁ ଏକାଠି କଲା ପ୍ରେମୀ ଯୁଗଳଙ୍କ ମୃତଦେହ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ/ଇସଲାମାବାଦ,୨୨।୩: ପ୍ରାୟ ୧୮ ଦିନ ପୂର୍ବେ, ବାରାମୁଲ୍ଲା ଜିଲାର ଉରିରେ ଝେଲମ ନଦୀକୁ ଏକ ପ୍ରେମୀ ଯୁଗଳ ଡେଇଁ ପଡ଼ିଥିଲେ ଏବଂ ପ୍ରବଳ ସ୍ରୋତରେ ଭାସି...

ଦକ୍ଷିଣ କୋରିଆ ଜଙ୍ଗଲରେ ଲାଗିଲା ନିଆଁ! ଭୟରେ ଘର ଛାଡ଼ିଲେ ଲୋକେ

ସିଓଲ,୨୨।୩: ଦକ୍ଷିଣ କୋରିଆର ଚାଙ୍ଗୱନର ଦକ୍ଷିଣ-ପୂର୍ବରେ ଥିବା ସାନଚିଓଙ୍ଗ କାଉଣ୍ଟିରେ ଜଙ୍ଗଲରେ ନିଆଁ ଲାଗିଛି। ଅନ୍ୟପକ୍ଷରେ, ସେଠାରେ ପ୍ରବଳ ପବନ ମଧ୍ୟ ବହୁଛି। ପ୍ରବଳ ପବନ...

ହସ୍ପିଟାଲରେ ପଶିଲେ ବଲୁଚ ପ୍ରଦର୍ଶନକାରୀ, ନେଇଗଲେ ଜାଫର ଏକ୍ସପ୍ରେସ ହାଉଜାକ କରିଥିବା BLA ବିଦ୍ରୋହୀଙ୍କ ମୃତଦେହ

କ୍ୱେଟା,୨୨।୩: ବେଲୁଚିସ୍ତାନର ପ୍ରାନ୍ତୀୟ ରାଜଧାନୀ କ୍ୱେଟାର ସିଭିଲ ହସ୍ପିଟାଲରେ ଏକ ଅଜବ ଘଟଣା ଘଟିଥିଲା, ଯେତେବେଳେ ବେଲୁଚ ପ୍ରଦର୍ଶନକାରୀମାନେ ଜୋରଜବରଦସ୍ତ ହସ୍ପିଟାଲ ଭିତରକୁ ପ୍ରବେଶ କରି...

ମସ୍କଙ୍କ ଝିଅ କଲେ ସାଂଘାତିକ ଖୁଲାସା, ମୋ ଭାଇଭଉଣୀଙ୍କ ବିଷୟରେ ମୁଁ ଜାଣିନାହିଁ…

ଓ୍ବାଶିଂଟନ୍‌,୨୨।୩: ଏଲନ ମସ୍କଙ୍କ ପୂର୍ବତନ ସ୍ତ୍ରୀ ଜଷ୍ଟିନ ୱିଲସନଙ୍କ ପ୍ରଥମ ଝିଅ ଭିଭିଆନ ଜେନା ୱିଲସନ, ସମ୍ପ୍ରତି ଏକ ସାକ୍ଷାତକାରରେ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ...

ୟୁନୁସଙ୍କ ବିରୋଧରେ ଏକାଠି ହେଲା ବାଂଲାଦେଶ ସେନା! ଆର୍ମି ମୁଖ୍ୟଙ୍କ ବଡ଼ ନିଦ୍ଦେଶ…

ଢାକା,୨୨।୨୩: ଶେଖ ହାସିନା ସରକାରଙ୍କ ବିଦ୍ରୋହ ପରଠାରୁ ବାଂଲାଦେଶର ପରିସ୍ଥିତି ସ୍ବାଭାବିକ ହେଉନାହିଁ। ନୂଆ ଖବର ହେଉଛି ଯେ ବାଂଲାଦେଶ ଆର୍ମି ମୁଖ୍ୟ ତାଙ୍କ ସୈନିକମାନଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image