ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଜୁନ୍ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଘରକୁ ଘର ବୁଲି ଆଶା ଦିଦି ଏବଂ ଏଏନ୍ଏମ୍ କର୍ମୀ ସର୍ଭେ କରିବେ । ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ପ୍ରତି ବସ୍ତିକୁ ସେମାନେ ଯିବେ। କାହାର କରୋନା ଲକ୍ଷଣ ଅଛି କି ନାହିଁ ତାହା ଯାଞ୍ଚ କରିବେ। କାହାରିଠାରେ ଲକ୍ଷଣ ଦେଖାଦେଲେ ସେମାନେ ଟେଷ୍ଟ ପାଇଁ ସୁପାରିଶ କରିବେ। ଏ ନେଇ ସୋମବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।