ଭୁବନେଶ୍ୱର,୬।୧(ବ୍ୟୁରୋ): ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାକୁ ନେଇ ଏବେ ସାରା ଦେଶରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଶିକ୍ଷାନୁଷ୍ଠାନରେ ଏଭଳି ଦାଦାଗିରିକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଗଣତନ୍ତ୍ରଣରେ ହିଂସାର କୌଣସି ସ୍ଥାନ ନାହିଁ। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଆଇନ ଅନୁସାରେ ଦଣ୍ଡ ଦିଆଯାଉ। ଏହାସହ ଆହତ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏକାଧିକ ମୁଖା ପିନ୍ଧା ଦୁର୍ବୃତ୍ତ ଜେଏନ୍ୟୁ କ୍ୟାମ୍ପସରେ ପଶି ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜେଏନ୍ୟୁ ସଭାପତି ଐଶେ ଘୋଷଙ୍କ ସମେତ ୨୫ ଜଣ ଆହତ ହୋଇଛନ୍ତି।
Shocked to know about the violent #JNUattack. Violence has no space in democracy and such attacks on students must be condemned unequivocally. Appeal law enforcement agencies to take swift action to apprehend the culprits and wish the injured students a speedy recovery.
— Naveen Patnaik (@Naveen_Odisha) January 6, 2020