ଜେଟ୍‌ ଏୟାରଓ୍ବେଜର ନିୟନ୍ତ୍ରଣ ନେବାକୁ ଅଣ୍ଟା ଭିଡ଼ିଲେ କର୍ମଚାରୀ

ନୂଆଦିଲ୍ଲୀ,୩୦-୪: ବୁଡ଼ି ଯାଇଥିବା ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ ପୁନର୍ବାର ଛିଡା କରିବା ଲାଗି ଏବେ କର୍ମଚାରୀମାନେ ଅଣ୍ଟା ଭିଡ଼ିଛନ୍ତି। ବାହାର ନିବେଶକଙ୍କଠାରୁ ୩ ହଜାର କୋଟି ଟଙ୍କା ଏବଂ କର୍ମଚାରୀ ଷ୍ଟକ୍‌ ଅପ୍‌ସନ ମାଧ୍ୟମରେ ୪ ହଜାର କୋଟି ଟଙ୍କା ଏଭଳି ମୋଟ ୭ ହଜାର କୋଟି ଟଙ୍କା ଯୋଗାଡ଼ କରାଯିବ ବୋଲି ସେମାନେ କହିଛନ୍ତି। ଏୟାରଲାଇନ କର୍ମଚାରୀ ଗୋଷ୍ଠୀ ପକ୍ଷରୁ ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାରଙ୍କୁ ଏ ସଂକ୍ରାନ୍ତରେ ଏକ ପତ୍ର ଲେଖାଯାଇ ବିଡ଼ ପ୍ରକ୍ରିୟାରେ ସାମିଲ ହେବାକୁ ଅନୁମତି ଲୋଡାଯାଇଛି।

ସୋସାଇଟି ଫର୍‌ ଓ୍ବେଲଫେୟାର ଅଫ୍‌ ଇଣ୍ଡିଆନ ପାଇଲଟ୍ସ(ସ୍ବିପ୍‌) ସାଧାରଣ ସମ୍ପାଦକ ଅଶ୍ୱିନୀ ତ୍ୟାଗୀ, ଜେଟ୍‌ ଏୟାରକ୍ରାଫ୍‌ଟ ମେଣ୍ଟେନାନ୍ସ ଇଞ୍ଜିନିୟର୍ସ ଓ୍ବେଲଫେୟାର ଆସୋସିଏଶନ (ଜେଏଏମ୍‌ଇଡବ୍ଲ୍ୟୁଏ) ସଭାପତି ଆଶିଷ କୁମାର ମହାନ୍ତି ଏବଂ ସିନିୟର ଭାଇସ ପ୍ରେସିଡେଣ୍ଟ(ଅପରେସନ୍ସ) ପି.ପି.ସିଂହଙ୍କ ପକ୍ଷରୁ ମିଳିତ ଭାବେ ଏହି ପ୍ରସ୍ତାବ ଦିଆଯାଇଛି। ବାହାର ନିବେଶକଙ୍କ ସହ ମିଶି ସେମାନେ ଜେଟ୍‌ ଏୟାରଓ୍ବେଜକୁ ପୁନରୁଜ୍ଜୀବିତ କରିବା ପାଇଁ କାମ କରିବେ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ବିଭିନ୍ନ କର୍ମଚାରୀ ଗ୍ରୁପ୍‌ ଏବଂ ଅତୀତରେ ମ୍ୟାନେଜମେଣ୍ଟ ସହ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ସହ ଆଲୋଚନା ପରେ ଜେଟ୍‌ ଏୟାରଓ୍ବେଜର ମ୍ୟାନେଜମେଣ୍ଟ ଦାୟିତ୍ୱ କର୍ମଚାରୀଙ୍କ ଏକ କନସୋର୍ଟିୟମ ହାତରେ ଦେବାକୁ ପତ୍ରରେ  ଅନୁରୋଧ କରାଯାଇଛି। ତେବେ ଏହି ଗ୍ରୁପ୍‌କୁ ବର୍ତ୍ତମାନର ମ୍ୟାନେଜମେଣ୍ଟର ସମର୍ଥନ ନ ଥିବା ଦର୍ଶାଯାଇଛି। କାରଣ ଏହି ମ୍ୟାନେଜମେଣ୍ଟ ଏବେ ସୁଦ୍ଧା ନରେଶ ଗୋୟଲଙ୍କ ପ୍ରତି ଅନୁରକ୍ତ ଅଛନ୍ତି ବୋଲି ସେମାନେ କହିଛନ୍ତି। କର୍ମଚାରୀଙ୍କ ଦ୍ୱାରା ୧୯୯୪ରେ ୟୁନାଇଟେଡ ଏୟାରଲାଇନ୍ସକୁ ପୁନରୁଜ୍ଜୀବିତ କରାଯାଇଥିଲା ବୋଲି ସେମାନେ ପତ୍ରରେ ଉଦାହରଣ ଦେଇଛନ୍ତି। ଏସ୍‌ବିଆଇ ଅଧ୍ୟକ୍ଷଙ୍କୁ ଲେଖାଯାଇଥିବା ମିିଳିତ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପ୍ରାରମ୍ଭିକ ଅନୁମାନ ମୁତାବକ, ୫ ବର୍ଷୀୟ ଏମ୍ପ୍ଲୟି ଷ୍ଟକ୍‌ ଓନରସିପ୍‌ ପ୍ରୋଗ୍ରାମ(ଇସପ୍‌) ମାଧ୍ୟମରେ ପ୍ରାୟ ୪ ହଜାର କୋଟି ଟଙ୍କା ଯୋଗାଡ଼ ହୋଇଯିବ। ଏହାବ୍ୟତୀତ ବାହ୍ୟ ନିବେଶକଙ୍କ ଦ୍ୱାରା ପ୍ରାୟ ୩ହଜାର କୋଟି ଟଙ୍କା ଯୋଗାଡ ହୋଇଯିବ। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜର ଋଣପ୍ରଦାନକାରୀ ଏବେ ବକେୟା ଅସୁଲ ଲାଗି ବିଡ଼୍‌ ଆହ୍ବାନ କରିଛନ୍ତି। ଏଟିହାଦ ଏୟାରଲାଇନ୍ସ, ଟିପିଜି ଏବଂ ଏନ୍‌ଆଇଆଇଏଫ୍‌ ଏଥିପାଇଁ ଆଗ୍ରହ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଆଇଟିଆର୍‌ ଦାଖଲ ସମୟସୀମା

ଭୁବନେଶ୍ୱର,୧ା୧(ଅନୁରାଧା ମହାରଣା): ଇନକମ୍‌ ଟ୍ୟାକ୍ସ ରିଟର୍ନ (ଆଇଟିଆର) ଦାଖଲ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ବୋଲି ଘୋଷଣା କରାଯାଇଥିଲା।...

ହେମରାଜଙ୍କ ଚମତ୍କାର କଳା ପ୍ରଦର୍ଶନ

ଭୁବନେଶ୍ୱର,୧।୧(ଅଭୟ ଦାଶ): ବର୍ତ୍ତମାନର ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ସୋସିଆଲ ମିଡିଆ ଯୁଗରେ ମଧ୍ୟ ଯାଦୁକଳାର ଚାହିଦା ପୂର୍ବ ପରି ରହିଛି ବୋଲି ଡାଇମଣ୍ଡ ଷ୍ଟାର...

ଗ୍ଲୋବାଲ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଅଗ୍ରଗତି

ଭୁବନେଶ୍ୱର,୩୧ା୧୨(ଅନୁରାଧା ମହାରଣା): ଗତ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାରଙ୍କ ଅନୁକୂଳ ନୀତି ଏବଂ ବ୍ୟାପକ ସଂସ୍କାର ଯୋଗୁ ଭାରତର ଦ୍ରୁତଗତିରେ ବୃଦ୍ଧି ଘଟୁଛି। ଏହା ସହ ବିଶ୍ୱ...

୨୦୨୪ରେ ୪,୪୯,୦୨୨ ବିରିୟାନି ଅର୍ଡର

ଭୁବନେଶ୍ୱର,୩୧।୧୨ (ଅଭୟ ଦାଶ): ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସବୁ ବର୍ଗର ଗ୍ରାହକ ଅନ୍‌ଲାଇନ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ଖାଦ୍ୟ ପଦାର୍ଥ ପର୍ଯ୍ୟନ୍ତ ଅର୍ଡର କରୁଛନ୍ତି। ଏପରିକି...

ପତଞ୍ଜଳିର ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌ ଯୋଗ ଶିବିର

ଭୁବନେଶ୍ୱର,୩୧ା୧୨(ଅନୁରାଧା ମହାରଣା): ପତଞ୍ଜଳି ଯୋଗପୀଠର ସହାୟକ ସଂସ୍ଥା ପତଞ୍ଜଳି ଯୋଗ ସମିତି, ରାଜସ୍ଥାନ ଏବଂ ଚୌମୁ ଭାରତ ସ୍ବାଭିମାନ ଟ୍ରଷ୍ଟ ପକ୍ଷରୁ ରାଜସ୍ଥାନର ଜୟପୁରଠାରେ ଏକ ସ୍ବତନ୍ତ୍ର...

ସାମାଜିକ ପ୍ରତିଷ୍ଠାନକୁ ଏସ୍‌ବିଆଇର ସହାୟତା

ଭୁବନେଶ୍ୱର,୩୧।୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ରାଜ୍ୟର ଦୁଇଟି ପ୍ରମୁଖ ସାମାଜିକ ପ୍ରତିଷ୍ଠାନ (ଓପନ୍‌ ଲର୍ନିଂ ସିଷ୍ଟମ୍ସ ଭୁବନେଶ୍ୱର ଏବଂ ଗୋବିନ୍ଦ...

ଶୀଘ୍ର କରିନିଅନ୍ତୁ କାମ, ଜାନୁଆରୀରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୩୦।୧୨: ଆଉ ଦିନକ ପରେ ୨୦୨୫ ବର୍ଷ ଆରମ୍ଭ ହେବ । ପ୍ରତିମାସ ଭଳି ୨୦୨୫ ଜାନୁଆରୀରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ।...

ଘରୋଇ ବ୍ୟାଙ୍କରୁ ମୁହଁ ଫେରାଉଛନ୍ତି କର୍ମଚାରୀ

ଭୁବନେଶ୍ୱର,୩୦ା୧୨(ଅନୁରାଧା ମହାରଣା): ଘରୋଇ ବ୍ୟାଙ୍କଗୁଡ଼ିକରେ ଚାକିରି ତ୍ୟାଗ ଓ ପରିବର୍ତ୍ତନକାରୀ କର୍ମଚାରୀଙ୍କ ସଂଖ୍ୟା ହାରରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଘଟିଛି। କର୍ମଚାରୀଙ୍କ ଘରୋଇ ବ୍ୟାଙ୍କରୁ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri