ଜେଲଗଲେ ଘରୋଇ ସ୍କୁଲ ଶିକ୍ଷକ

ଭୁବନେଶ୍ୱର,୬।୩(ବ୍ୟୁରୋ): ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଅସଦାଚରଣ କରୁଥିଲେ ଶିକ୍ଷକ। ଖରାପ ନଜର ରଖି ନାନା ଭାବେ ହଇରାଣ କରୁଥିଲେ। ଶେଷରେ ଧରାପଡ଼ିଯିବା ପରେ ବି ଟଙ୍କା ଦେଇ ଘଟଣାକୁ ଚାପି ଦେବାକୁ ଉଦ୍ୟମ ମଧ୍ୟ କରିଥିଲେ। ଏହି ଶିକ୍ଷକଙ୍କୁ ଗୁରୁବାର ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି। ସେ ହେଲେ ସାମନ୍ତରାପୁରସ୍ଥିତ ଏକ ଘରୋଇ ସ୍କୁଲ୍‌ର ମ୍ୟାଥ୍‌ (ଅଙ୍କ) ଶିକ୍ଷକ ସଞ୍ଜୟ ପଟ୍ଟନାୟକ। ପୋଲିସ ତାଙ୍କୁ ଘଟଣାସ୍ଥଳକୁ ନେଇ ଜେରା କରିବାସହ କେତେଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ଏଥିସହ ସେ ବ୍ୟବହାର କରୁଥିବା ପୋଷାକ ଓ ଅନ୍ୟ କେତେକ ସାମଗ୍ରୀ ଜବତ କରି ପରୀକ୍ଷା ପାଇଁ ଲାବୋରେଟୋରିକୁ ପଠାଇଛି। ଏନେଇ ପୋଲିସ ଏକ ମାମଲା (ନଂ.୩୮/୨୦) ରୁଜୁ କରି ଅଭିଯୁକ୍ତ ସଞ୍ଜୟଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଅଭିଯୁକ୍ତ ସଞ୍ଜୟ ଉକ୍ତ ଘରୋଇ ସ୍କୁଲରେ ଦୀର୍ଘଦିନ ଧରି ଶିକ୍ଷକତା କରୁଥିଲେ। ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ। ନିଜର କାମନାବାସନାକୁ ଚରିତାର୍ଥ କରିବାକୁ ସେ ୪ ମାସ ହେବ ଉଦ୍ୟମ ଚଳାଇଥିଲେ। ନାବାଳିକା ଛାତ୍ରୀଙ୍କୁ ସ୍କୁଲ୍‌ରେ ଏକୁଟିଆ ପାଇଲେ ବାରମ୍ବାର ଅସଦାଚରଣ କରୁଥିଲେ। ଛୋଟ ପିଲା ହୋଇଥିବାରୁ ଭୟରେ କିଛି କାହାକୁ କହିପାରୁ ନ ଥିଲେ। ଏପରି କି ମନ ବଦଳାଇବା ପାଇଁ ଗତ ମାସରେ ଭାଲେଣ୍ଟାଇନ ସପ୍ତାହର ବିଭିନ୍ନ ଦିବସରେ ଶିକ୍ଷକ ଜଣକ ଉକ୍ତ ଛାତ୍ରୀଙ୍କୁ ଉପହାର ମଧ୍ୟ ଦେଇଥିଲେ। ଶେଷରେ ସ୍କୁଲ୍‌ ସମୟରେ ପୁରୀ ଯାଇ ବୁଲାବୁଲି କରି ଫେରି ଆସିବାକୁ ବାରମ୍ବାର କହିବା ସହ ବାଧ୍ୟ କରିବାରୁ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ତାଙ୍କ ମା ଓ ବାପା ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୯, ୩୦ରେ ବନ୍ଦ ରହିବ ଗୃହ କାର୍ଯ୍ୟ: ବାଚସ୍ପତି

ଭୁବନେଶ୍ୱର,୨୮ା୧୧(ସୁନିତ୍‌ ମିଶ୍ର): ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୪ଟା ୭ ପର୍ଯ୍ୟନ୍ତ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ...

ମାଡିଆସୁଛି ବାତ୍ୟା: ଓଡ଼ିଶାର ୭ ଜିଲାରେ…

ଭୁବନେଶ୍ୱର,୨୮ା୧୧(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛି ଦିନ ଶୀତର ଲହରି ଜାରି ରହିଛି। ମାତ୍ର ଗୁରୁବାର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି...

ବାଟ ଛାଡ଼ିଲେ ଶିନ୍ଦେ: ଏବେ ମହାରାଷ୍ଟ୍ରରେ ହେବ ଅସଲ ଖେଳ

ମୁମ୍ବାଇ,୨୮ା୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦ୍ୱିତୀୟ ଦାବିଦାର ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ବିଧାନସଭା ନିର୍ବାଚନ ଫଳ ଆସିବାର ୪ ଦିନ ପରେ ଏହି ଦାବିରୁ...

ଲିଙ୍ଗରାଜ ମନ୍ଦିରରେ ସିଗାରେଟ୍‌ ଟାଣିଲେ

ଭୁବନେଶ୍ୱର,୨୮ା୧୧ (ସୂର୍ଯ୍ୟକାନ୍ତ ବେହେରା): ଲିଙ୍ଗରାଜ ମନ୍ଦିର ପରିସରକୁ ମୋବାଇଲ, ସିଗାରେଟ୍‌ ଭଳି କିଛି ଜିନିଷକୁ ବାରଣ କରାଯାଇଛି। କିନ୍ତୁ ଏହାସତ୍ତ୍ୱେ ମନ୍ଦିର ପରିସରକୁ ମୋବାଇଲ ଯିବା...

ଗନ୍ଧମାର୍ଦ୍ଦନରେ ଆଦାନୀର ଜମିକିଣା ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୮ା୧୧(ଅନିଲ ଦାସ):ବରଗଡ଼ ଓ ବଲାଙ୍ଗୀର ଜିଲାକୁ ଲାଗି ରହିଥିବା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଘରୋଇ କମ୍ପାନୀ ଆଦାନୀ ଗ୍ରୁପ୍‌ର ଜମିକିଣାକୁ ନେଇ ବିଧାନସଭାରେ ବିଜେଡି ଓ...

ରାଜଧାନୀରେ ୫ ବର୍ଷୀୟା ଝିଅଙ୍କୁ ବିକିଦେଲେ ମା’ ବାପା: ମଧ୍ୟସ୍ଥିଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୨୮ା୧୧(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱର ଶିଶୁପାଳଗଡ଼ ବଡ଼ଟାଙ୍ଗୀରେ ରହୁଛନ୍ତି ଶିଶୁକନ୍ୟାଙ୍କ ମା’ ଗୁଡ଼ିଆ ଦେବୀ ଏବଂ ସାବତ ବାପା ସୁବୋଧ ଶର୍ମା। ସେମାନଙ୍କ ଘର ବିହାରରେ ହୋଇଥିବାବେଳେ ଭୁବନେଶ୍ୱରରେ...

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର

ଭୁବନେଶ୍ୱର,୨୭।୧୧: ୨୯ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପାଖରେ ରାଜ୍ୟର ମୋହନ ସରକାର ନିଜର...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

ବେଗୁନିଆପଡ଼ା ,୨୭।୧୧(ସୁଶାନ୍ତ କୁମାର ପଟ୍ଟନାୟକ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri