ଜେସିବି ଲଗାଇ ବାଲି ଲୁଟୁଛନ୍ତି ଚୋର

ଭଣ୍ଡାରିପୋଖରୀ, ୧୬ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀ ଗର୍ଭରୁ ବାଲି ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମଣିନାଥପୁର, ମୁଢାପଦା, ବାଲିପୋଖରୀ ଆଦି ଏସ୍‌କେପ୍‌ ଥିବା ଶୁଖିଲା ପଡିଥିବାରୁ ସେଠାରୁ ଏବେ ବାଲି ଖୋଳି ନିଆଯାଉଛି। ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗି ବାଲିର ଚାହିଦା ବଢିଥିବାରୁ ବେପାରୀମାନେ ଜେସିବି ସାହାଯ୍ୟରେ ରାତି ସମୟରେ ନଦୀ ଗର୍ଭରୁ ବାଲି ଉଠାଇ ପରେ ଅନ୍ୟତ୍ର ଚାଲାଣ କରି ମୁନାଫା ଉଠାଉଛନ୍ତି। ପ୍ରଶାସନ କାଁ ଭାଁ ଚଡାଉ କରି ଧରପଗଡ଼ କରୁଥିଲେ ମଧ୍ୟ ବାଲି ଚୋରା ଚାଲାଣକୁ ରୋକାଯାଇ ପାରୁ ନାହିଁ । ରାସ୍ତାରେ ଧରପଗଡ଼କୁ ଏଡାଇବା ଲାଗି ବାଲି ଚୋରମାନେ ଏବେ ରାସ୍ତାରେ ଲୋକ ଜଗାଇ ଟ୍ରକ ଓ ଟ୍ରାକ୍ଟର ଯୋଗେ ଚାଲାଣ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବୈତରଣୀ ନଦୀ ଶଯ୍ୟାରୁ କ୍ରମାଗତ ବାଲି ଚୋରି ହେବା ଯୋଗୁ କୂଳକ୍ଷୟ ଘଟି ନଦୀବନ୍ଧ ଦୁର୍ବଳ ହୋଇପଡୁଛି। ଏହା ବନ୍ୟା ବେଳେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରୁଛି। ଏହି କାରଣରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଅସଲ ବାଲିଚୋରଙ୍କୁ ଧରିବା ଲାଗି ତହସିଲ କର୍ତ୍ତୃପକ୍ଷ କିମ୍ବା ପୋଲିସ ନଜର ଦେଉ ନ ଥିବା ସେମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷେ ବାଲିଚୋରଙ୍କୁ ସାମ୍ନା କରିବାକୁ ଭୟ କରି ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେଇଥିବା ଚର୍ଚ୍ଚା ହେଉଛି। ଗତ କିଛିଦିନ ହେବ ସନ୍ଧ୍ୟା ହେଲେ ମଣିନାଥପୁର ସ୍ଥିତ ବୈତରଣୀ ଘାଟରୁ ବାଲିଚୋରମାନେ ଦୁଇଟି ଜେସିବି ମେଶିନ ଲଗାଇ ବାଲି ତାଡି ଟ୍ରାକ୍ଟରରେ ନଦୀଶଯ୍ୟା ଉପରକୁ ଆଣି ଢାଳୁଥିଲେ। ଦିନବେଳା ଏହାକୁ ସେମାନେ ଟ୍ରକ, ଟ୍ରାକ୍ଟର ଓ ହାଇଓ୍ବା ଯୋଗେ ଅନ୍ୟତ୍ର ଚାଲାଣ କରୁଥିଲେ। ଭଣ୍ଡାରିପୋଖରୀ ତହସିଲ ଠାରୁ ଯାଜପୁର ପର୍ଯ୍ୟନ୍ତ ରାସ୍ତାରେ ସେମାନେ ଲୋକ ଜଗାଉଥିଲେ। ଏଭଳି ସୂଚନାକୁ ଆଧାର କରି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ଗତ ସୋମବାର ମଣିନାଥପୁର ବାଲି ଖାଦାନରେ ଚଢାଉ କରି ଏକ ୪୦୭ ମିନିଟ୍ରକ ଜବତ କରଛନ୍ତି। ପରେ ଟ୍ରକ ଠାରୁ ୩୦ ହଜାର ୧୦୫ ଟଙ୍କା ଜରିମାନା ଆଦାୟ କରି ଛାଡି ଦିଆଯାଇଥିବା ଜଣାପଡିଛି। ସେହିପରି ମଙ୍ଗଳବାର ଭୋର ସମୟରେ ତହସିଲଦାର ଭୂୟାଁ, ଏଆରଆଇ ଦିବ୍ୟରଞ୍ଜନ ଧଳ, କମଳାକାନ୍ତ ନାୟକ, ରାମନାରାୟଣ ସାମଲ ପ୍ରମୁଖ ସଦଳବଳ ଚଢାଉ କରି ମଣିନାଥପୁର ବାଲିଘାଟରୁ ଆଉ ୬ ଟି ଗାଡି ଜବତ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ୪୦୭ ମିନିଟ୍ରକ ଓ ୫ ଟି ଟ୍ରାକ୍ଟର ରହିଛି। ତହସିଲ କର୍ତ୍ତୃପକ୍ଷ ନାମକୁମାତ୍ର ଜରିମାନା ଆଦାୟ କରି ଜବତ ଗାଡିକୁ ଛାଡି ଦେଉଥିବାରୁ ବାଲି ଚୋରାଚାଲାଣକୁ ରୋକାଯାଇ ପାରୁ ନ ଥିବା ଅଞ୍ଚଳବାସୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତହସିଲ ଓ ପୋଲିସ ପକ୍ଷରୁ ନିୟମିତ ଚଢାଉ ଜାରି ରହିଲେ, କିଛି ସୁଫଳ ମିଳିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଭୂୟାଙ୍କୁ ପଚାରିବାରୁ ପ୍ରଶାସନ ବାଲି ଚୋରା ଚାଲାଣ ଘଟଣା ନେ ସଚେତନ ରହିଛି। ଏଥିଲାଗି ଧରପଗଡ କରାଯାଇଛି। ଆଇନ ଅନୁଯାୟୀ ଜବତ ଟ୍ରକରୁ ଜରିମାନା ଆଦାୟ କରି ଛଡାଯାଉଛି। ଏହାର ସ୍ଥାୟୀ ପ୍ରତିକାର ଲାଗି ଚିନ୍ତା କରାଯିବ ବୋଲି କହିଛନ୍ତି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri