ଭୋପାଳ,୧୧।୩: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ରାଜନୀତି ହୋଇଛି ସରଗରମ। ଜ୍ୟୋତିରାଦିତ୍ୟଙ୍କ ଇସ୍ତଫା ପରେ ତାଙ୍କ ପୁଅ ମହାନଆର୍ଯ୍ୟମନ ଟୁଇଟ୍ କରି କହଛନ୍ତି ପିତାଙ୍କ ଏହି ନିଷ୍ପତ୍ତିକୁ ନେଇ ସେ ଗର୍ବ କରୁଛନ୍ତି। ସିନ୍ଧିଆ ପରିବାର କେବେ ବି ପଦକୁ ନେଇ ରାଜନୀତି କରିନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏମିତି କରିବାକୁ ଜଣଙ୍କର ସାହସ ଥିବା ଦରକାର ଯାହା ମୋ ପିତାଙ୍କ ପାଖରେ ରହିଛି। ପଦପାଇଁ ଲାଳାୟିତ ନ ଥିବା ସିନ୍ଧିଆ ପରିବାର ଭବିଷ୍ୟତରେ ମଧ୍ୟପ୍ରଦେଶରେ ବଡ ପରିବର୍ତ୍ତନ ଦେଖିବାକୁ ଚାହୁଛି ବୋଲି ସେ ଦର୍ଶାଇଛନ୍ତି।