Posted inଖେଳ

ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ

ସୌରାଷ୍ଟ୍ର, ୧୬।୩ – ନିଜ ଅଧିନାୟକତ୍ୱରେ ଦୁଇଦିନ ତଳେ ସୌରାଷ୍ଟ୍ରକୁ ପ୍ରଥମଥର ଲାଗି ରଣ୍‌ଜୀ ଟ୍ରଫି ଚାମ୍ପିୟନ କରାଇଥିବା ଜୟଦେବ ଉନାଡକଟ୍‌ଙ୍କ ନିର୍ବନ୍ଧ ରବିବାର ଅନୁଷ୍ଠିତ ହୋଇଯାଇଛି। ୨୮ ବର୍ଷୀୟ ଉନାଡକଟ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରେ ଭାବିପତ୍ନୀଙ୍କ ସହ ଏକାଠି ଠିଆ ହୋଇଥିବାରୁ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ତଳେ ସେ ‘ଛ ଘଣ୍ଟା, ୨ ମିଲ୍ସ ଓ ପରେ ଏକ କେକ୍‌’ ବୋଲି କ୍ୟାପସନ୍‌ ଲେଖିବା ସହ ଏକ ମୁଦି ଓ ହାର୍ଟଚିତ୍ର ଛାଡ଼ିଛନ୍ତି। ତେବେ ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ଏହି ବାମହାତୀ ସୌରାଷ୍ଟ୍ର ଦ୍ରୁତ ବୋଲର ତାଙ୍କ ଭାବି ପତ୍ନୀଙ୍କ ନାମ ଏଥିରେ ଉଲ୍ଲେଖ କରିନାହାନ୍ତି। କିନ୍ତୁ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇଥିବା ସାଥୀ ସୌରାଷ୍ଟ୍ର ଖେଳାଳି ତଥା ଭାରତୀୟ ଟେଷ୍ଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଜୟଦେବଙ୍କ ଭାବିପତ୍ନୀଙ୍କ ନାମ ପ୍ରକାଶ କରିଛନ୍ତି। ପୂଜାରା ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ନିର୍ବନ୍ଧ ଉତ୍ସବର ଏକ ଫଟୋ ଛାଡ଼ିଛନ୍ତି, ଯେଉଁଥିରେ ପତ୍ନୀ ପୂଜା ପବରୀଙ୍କ ସହ ପୂଜାରା ଠିଆ ହୋଇଛନ୍ତି ଏବଂ ପାଖରେ ଉନାଡକଟ୍‌ ଓ ତାଙ୍କ ଭାବି ପତ୍ନୀ ମଧ୍ୟ ରହିଛନ୍ତି। ଏହି ଫଟୋରେ ପୂଜାରା ଲେଖିଛନ୍ତି ‘ପରିବାରରେ ତୁମକୁ ସ୍ବାଗତ କରୁଛୁ ରିନ୍ନି। ମୋତେ ବହୁତ ଖୁସି ଲାଗୁଛି କି ମୋ ଭାଇକୁ ତା’ର ଜୀବନ ସାଥୀ ମିଳିଯାଇଛି’। ପ୍ରକାଶଯୋଗ୍ୟ, ନିଜର ପ୍ରଭାବୀ ବୋଲିଂ ବଳରେ ଉନାଡକଟ୍‌ ସୌରାଷ୍ଟ୍ରକୁ ପ୍ରଥମଥର ରଣ୍‌ଜୀ ଚାମ୍ପିୟନ କରାଇବାରେ ସଫଳ ହୋଇଛନ୍ତି। ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ସୌରାଷ୍ଟ୍ର ଚାମ୍ପିୟନ ହୋଇଥିଲା। ଚଳିତ ରଣ୍‌ଜୀ ସିଜନରେ ସେ ୧୩.୨୩ ଆଭରେଜରେ ମୋଟ୍‌ ୬୭ ଉଇକେଟ୍‌ ଅକ୍ତିଆର କରିଥିଲେ। ଏଥିସହ ଗୋଟିଏ ସିଜନରେ ରଣ୍‌ଜୀ ଟ୍ରଫିରେ ଦ୍ରୁତ ବୋଲର ଭାବେ ସର୍ବାଧିକ ଉଇକେଟ୍‌ ହାସଲ କରିବାରେ ସେ ୨୧ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ୧୯୯୮-୯୯ ସିଜନରେ କର୍ନାଟକର ଡୋଡ୍ଡା ଗଣେଶ ୬୫ ଉଇକେଟ୍‌ ନେଇ ଏହି ରେକର୍ଡର ଅଧିକାରୀ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେଲ୍‌ବୋର୍ନ ଟେଷ୍ଟ: ଅଷ୍ଟ୍ରେଲିଆ ୩୩୩ ରନରେ ଅଗ୍ରଣୀ

ମେଲବୋର୍ନ, ୨୯।୧୨: ଅସମାପ୍ତ ଦଶମ ଉଇକେଟ ଯୋଡ଼ିରେ ନାଥାନ ଲିୟନ ଓ ସ୍କଟ ବୋଲାଣ୍ଡଙ୍କ ଅର୍ଦ୍ଧଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆ ମେଲବୋର୍ନ କ୍ରିକେଟ ଟେଷ୍ଟରେ ଭାରତ...

ବିଶ୍ୱ ରାପିଡ ଚେସ୍‌: ହମ୍ପି ଚାମ୍ପିୟନ

ନ୍ୟୁୟର୍କ, ୨୯।୧୨ (ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଫିଡେ ମହିଳା ବିଶ୍ୱ ରାପିଡ ଚେସ୍‌ ଚାମ୍ପିୟନ ହୋଇଛନ୍ତି। ଅନ୍ତିମ ରାଉଣ୍ଡରେ ଇଣ୍ଡୋନେସିଆର ଇନେନେ ସୁକାନ୍ଦରଙ୍କୁ...

ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ: ବିରାଟଙ୍କ ଗୋଡ଼ରେ ରହିଛି ୬…

ନୂଆଦିଲ୍ଲୀ, ୨୯।୧୨: ଭାରତୀୟ କ୍ରିକେଟ ଦଳର ଉଦୟମାନ କ୍ରିକେଟର ନୀତିଶ କୁମାର ରେଡ୍ଡୀ ତାଙ୍କ ଖେଳ ଜୀବନର ପ୍ରଥମ ଟେଷ୍ଟ ଶତକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଚାଲିଥିବା...

ପାକିସ୍ତାନକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ, ୨୯।୧୨: ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ଟ୍ୱେମ୍ବା ଭୁଭାମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା...

OCA ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ

କଟକ,୨୯।୧୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ରାଜନେତା ପ୍ରଣବ ପ୍ରକାଶ ଦାସ(ବବି)। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ...

ହୃଦୟ ଜିତିବ ୩୫ ସେକେଣ୍ଡର ଭିଡିଓ, ସୁନିଲ ଗାଭାସ୍କରଙ୍କୁ ବିଶେଷ ସମ୍ମାନ ଦେଲେ ନୀତୀଶ ରେଡ୍ଡୀଙ୍କ ପିତା

ନୂଆଦିଲ୍ଲୀ,୨୯।୧୨: ଅଷ୍ଟ୍ରେଲିଆ ସହ ଖେଳାଯାଉଥିବା ମେଲବୋର୍ନ ଟେଷ୍ଟ ମ୍ୟାଚରେ ଶତକ ହାସଲ କରି ନୀତୀଶ କୁମାର ରେଡ୍ଡୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଶତକ ସମଗ୍ର...

ବିସ୍ଫୋରକ ବୋଲିଂ ସହ ବିଶ୍ୱ ରେକର୍ଡ, ୧୪୮ ବର୍ଷର ଟେଷ୍ଟ ରେକର୍ଡ ବଦଳାଇ ଦେଲେ ବୁମରା

ନୂଆଦିଲ୍ଲୀ,୨୯।୧୨: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବୋଲର ଜସପ୍ରୀତ ବୁମରା ଇତିହାସ ସୃଷ୍ଟି କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଡବଲ ସେଞ୍ଚୁରି ହାସଲ କରିଛନ୍ତି। ଦ୍ୱିତୀୟ...

ଆଦାମ ଗିଲକ୍ରିଷ୍ଟ, ମାଇକେଲଙ୍କୁ ଇଂରାଜୀରେ କ’ଣ କହିଲେ ନୀତୀଶ ରେଡ୍ଡୀଙ୍କ ପିତା, ଜାଣନ୍ତୁ…

ମେଲବୋର୍ନ,୨୮।୧୨: ନୀତୀଶ କୁମାର ରେଡ୍ଡୀ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ଟେଷ୍ଟ ସିରିଜରେ ଏକ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri