Posted inଖେଳ

ଟି୨୦ ସିରିଜ ଜିତିଲା ଭାରତ

ନାଗପୁର, ୧୧।୧୧(ପି.ଟି.)- ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୦ ରନରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ଭାରତ ୨-୧ରେ ହାତେଇ ନେଇଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୧୯.୨ ଓଭରରେ ୧୪୪ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି।
୧୭୫ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ବାଂଲାଦେଶ ୧୨ ରନରେ ଲିଟନ ଦାସ ଓ ସୌମ୍ୟ ସରକାରଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଲିଟନ ୯ ରନ କରି ଓ୍ବାଶିଂଟନ ସୁନ୍ଦରଙ୍କୁ କ୍ୟାଚ୍‌ ଦେଇ ଓ ସୌମ୍ୟ ଖାତା ଖୋଲିବା ପୂର୍ବରୁ ଶିବମ ଦୁବେଙ୍କୁ କ୍ୟାଚ୍‌ ଦେଇ ଦୀପକ ଚହରଙ୍କ ଦ୍ୱାରା ଆଉଟ ହୋଇଥିଲେ। ତୃତୀୟ ଉଇକେଟରେ ମହମ୍ମଦ ମିଥୁନ ଓ ମହମ୍ମଦ ନଇମ ୬୧ ବଲରୁ ୯୮ ରନକରି ଦଳର ସ୍ଥିତି ସମ୍ଭାଳିଥିଲେ। ତେବେ ମିଥୁନ ୨ ଚୌକା ଓ ୧ ଛକା ସହ ୨୯ ବଲରୁ ୨୭ ରନ କରିଥିବା ବେଳେ ଲୋକେଶ ରାହୁଲଙ୍କୁ କ୍ୟାଚ୍‌ ଦେଇ ଚହରଙ୍କ ତୃତୀୟ ଶିକାର ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସଫିକର ରହିମ ଖାତା ଖୋଲିବା ପୂର୍ବରୁ ଦୁବେଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ଦୁବେ ନଇମଙ୍କୁ ଆଉଟ କରି ବାଂଲାଦେଶକୁ ଝଟ୍‌କା ଦେଇଥିଲେ। ନଇମ ୪୮ ବଲରୁ ୧୦ ଚୌକା ଓ ୨ ଛକା ସହ ଦ୍ରୁତ ୮୧ ରନ କରି ଦୁବେଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଫିଫ୍‌ ହୋସେନ କୌଣସି ରନ ନ କରି ଦୁବେଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ୧୬ ଓଭରରେ କ୍ରମାଗତ ଦୁଇ ଉଇକେଟ ନେଇ ଦୁବେ ମ୍ୟାଚ୍‌ର ମୋଡ ବଦଳାଇଥିଲେ। ଅଧିନାୟକ ମହମୁଦୁଲ୍ଲା ୮ ରନ କରି ୟୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ବାଂଲାଦେଶ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ସାଫିଉଲ ୪ ରନ କରିଥିବା ବେଳେ ଦୁବେଙ୍କ ତୃତୀୟ ଶିକାର ହୋଇଥିଲେ। ମୁସ୍ତାଫିଜୁର ରହମାନ ୧ ରନ କରି ଆଉଟ ହେବା ସହ ଚହରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଶେଷରେ ଅମିନୁଲ ଇସ୍‌ଲାମ ୯ ରନ କରି ଆଉଟ ହେବା ସହ ଚହରଙ୍କ ଷଷ୍ଠ ଶିକାର ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଚହର ସର୍ବାଧିକ ୬, ଦୁବେ ୩ ଓ ଚହଲ ଗୋଟିଏ ଉଇକେଟ ନେଇଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ତାରକା ଓପନର ରୋହିତ ଶର୍ମାଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ରୋହିତ ୨ ରନ କରିଥିବା ବେଳେ ସାଫିଉଲ ଇସ୍‌ଲାମଙ୍କ ବଲ୍‌କୁ ଖେଳିବାକୁ ଯାଇଥିଲେ। ତେବେ ବଲ୍‌ ବ୍ୟାଟ୍‌ର ଇନ୍‌ସାଇଡ୍‌ ଏଜ୍‌ ନେବା କାରଣରୁ ସେ ବୋଲ୍ଡ ହୋଇଥିଲେ। ୧୬ଟି ବଲ୍‌ ଖେଳି ୪ ଚୌକା ସହ ୧୯ ରନ କରିଥିବାବେଳେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଡିପ୍‌ ମିଡ୍‌ ଉଇକେଟରେ ମହମୁଦୁଲ୍ଲାଙ୍କୁ କ୍ୟାଚ୍‌ ଦେଇ ସାଫିଉଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ଲୋକେଶ ରାହୁଲ ଓ ଶ୍ରେୟାସ ଆୟାର ଅର୍ଦ୍ଧଶତକୀୟ ପାଳି ଖେଳି ଦଳର ସ୍କୋରକୁ ଆଗେଇ ନେଇଥିଲେ। ତୃତୀୟ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୪୧ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ରାହୁଲ ୩୫ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ସହ ୫୨ ରନକରି ଅଲ-ଅମିନ ହୋସେନଙ୍କ ବଲ୍‌ରେ ମିଡଅଫ୍‌ରେ ଲିଟନ ଦାସଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପୁଣିଥରେ ବିଫଳ ହୋଇଥିଲେ। ସେ ମାତ୍ର ୬ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ସୌମ୍ୟଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଆୟାର ସାହସିକ ଇନିଂସ ଖେଳିଥିଲେ। ୩୩ ବଲରୁ ୩ ଚୌକା ଓ ୫ ଛକା ସହ ୬୨ ରନକରି ସ୍କୋରକୁ ଆଗେଇ ନେଉଥିବା ବେଳେ ସୌମ୍ୟଙ୍କ ବଲରେ ଲଙ୍ଗ୍‌ଅନ୍‌ରେ ଲିଟନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସୌମ୍ୟଙ୍କ ଗୋଟିଏ ଓଭରରେ ପନ୍ତ ଓ ଆୟାର ଆଉଟ ହୋଇଥିଲେ। ଅବଶ୍ୟ ୧୫ ଓଭରର ପ୍ରଥମ ୩ଟି ବଲ୍‌ରେ ଆଫିଫ୍‌ ହୋସେନଙ୍କୁ ଆୟାର ହ୍ୟାଟ୍ରିକ ଛକା ମାରିଥିଲେ। ମନୀଷ ପାଣ୍ଡେ ୨୨ (୧୩ ବଲ, ୩ ଚୌକା) ଓ ଶିବମ୍‌ ଦୁବେ ୮ ବଲରୁ ୯ ରନ କରି ଅପରାଜିତ ରହିବା ସହ ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଷଷ୍ଠ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୯ ବଲରୁ ଅପରାଜିତ ୩୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ସୌମ୍ୟ ଓ ସାଫିଉଲ ୨ଟି ଲେଖାଏ, ଅଲ- ଅମିନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୭୪/୫
(ଆୟାର- ୬୨, ରାହୁଲ- ୫୨, ପାଣ୍ଡେ- ୨୨*, ଧାଓ୍ବନ- ୧୯, ସାଫିଉଲ- ୨/୩୨, ସୌମ୍ୟ ସରକାର-୨/୨୯, ଅଲ ଅମିନ-୧/୨୨)।
ବାଂଲାଦେଶ ୧୯.୨ ଓଭରରେ ୧୪୪ ଅଲଆଉଟ
(ନଇମ- ୮୧, ମିଥୁନ -୨୭, ଚହର- ୬/୭, ଦୁବେ- ୩/୩୦, ଚହଲ- ୧/୪୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri