Posted inଜାତୀୟ

ଟି.ଏନ୍‌. ଶେଷାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୧ା୧୧(ପି.ଟି.): ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣି ଚର୍ଚ୍ଚିତ ହୋଇଥିବା ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତିରୁନେଲାଇ ନାରାୟଣ ଆୟର ଶେଷାନ (ଟି.ଏନ୍‌. ଶେଷାନ)ଙ୍କ ରବିବାର ଚେନ୍ନାଇଠାରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ୧୦ମ ମୁଖ୍ୟ ନିର୍ବାଚନ କମିଶନର ଭାବେ ସେ ୧୯୯୦ ଡିସେମ୍ବର ୧୨ରୁ ୧୯୯୬ ଡିସେମ୍ବର ୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ପ୍ରଥମଥର ପାଇଁ ଭୋଟର ପରିଚୟପତ୍ର କାର୍ଯ୍ୟକାରୀ ହୋଇଥିଲା। ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଲାଗୁ କରି ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ରାଜନେତାମାନଙ୍କ ପ୍ରବୃତ୍ତିରେ ପରିଣତ ହୋଇଥିଲା। ହେଲେ ଶେଷାନଙ୍କ କଠୋର କାର୍ଯ୍ୟାନୁଷ୍ଠାନ ରାଜନେତାଙ୍କୁ ଆଇନ ମାନିବାକୁ ବାଧ୍ୟ କରିଥିଲା। ଜଣେ ରାଜ୍ୟପାଳ ତାଙ୍କ ପୁଅ ପାଇଁ ପ୍ରଚାର କରିବାରୁ ମଧ୍ୟପ୍ରଦେଶର ଏକ ଆସନରେ ନିର୍ବାଚନକୁ ସ୍ଥଗିତ କରିଥିଲେ ଶେଷାନ। ଫଳରେ ଉକ୍ତ ରାଜ୍ୟପାଳ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ୧୯୫୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇଏଏସ୍‌ ଅଫିସର ଶେଷାନ ନିର୍ବାଚନ କମିଶନ ହେବା ପୂର୍ବରୁ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୯୬ରେ ତାଙ୍କୁ ରମନ ମାଗାସେସେ ପୁରସ୍କାର ମିଳିଥିଲା।
କେରଳର ପାଲାକ୍କଡ ଜିଲା ତିରୁନେଲାଇରେ ୧୯୩୨ରେ ଜନ୍ମିତ ଶେଷାନ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ପରେ ମାଡ୍ରାସ ଖ୍ରୀଷ୍ଟିଆନ୍‌ କଲେଜରେ ଡେମୋନ୍‌ଷ୍ଟ୍ରେଟର ଭାବେ ୩ ବର୍ଷ କାମ କରିଥିଲେ। ଏହି ସମୟରେ ସେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏଡ଼ଓ୍ବାର୍ଡ ଏସ୍‌. ମାସନ ଛାତ୍ରବୃତ୍ତିରେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ି ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୫୦ ସୁଦ୍ଧା ୨ ଗୁଣା ପ୍ଲାଷ୍ଟିକ୍‌ ବର୍ଜ୍ୟ

ନୂଆଦିଲ୍ଲୀ,୧୬ା୧୧(ପି.ଟି.):ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣ ୨୦୫୦ ବେଳକୁ ଦୁଇଗୁଣା ହୋଇପାରେ। ଏହାର ସମାଧାନ ପାଇଁ ଉପଯୁକ୍ତ ନୀତି ପ୍ରଣୟନ ନିମନ୍ତେ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି।...

୧୭ ବର୍ଷ ପରେ ଏହି କାମ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬-୧୭ ନଭେମ୍ବରରେ ନାଇଜେରିଆ ଗସ୍ତ କରିବେ। ଏହା ସହିତ ତାଙ୍କର ତିନୋଟି ଦେଶ ଗସ୍ତ ଆରମ୍ଭ ହେବ। ୧୬-୧୭ ନଭେମ୍ବରରେ...

ସମୁଦ୍ର ମନ୍ଥନରୁ ‘ବିଷ’

ନୂଆଦିଲ୍ଲୀ/ଅହମଦାବାଦ,୧୬ା୧୧: ଦେଶର ସୁନାମଧନ୍ୟ ନିଶାଦ୍ରବ୍ୟ ନିରୋଧୀ ଏଜେନ୍ସି ଏନ୍‌ସିବି ଶୁକ୍ରବାର ୭୦୦ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ କରିଛି। ମେଥ୍‌ ବା ମେଥାମ୍ଫେଟାମାଇନ୍‌ ହେଉଛି ମାନସିକ ସ୍ଥିତି,...

ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ: ଆଖିବୁଜିଲେ ୧୦ ନବଜାତ ଶିଶୁ

ଲକ୍ଷ୍ନୌ, ୧୬।୧୧: ଝାନ୍ସି,୧୬ା୧୧:ଉତ୍ତରପ୍ରଦେଶ ଝାନ୍ସିସ୍ଥିତ ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜର ଶିଶୁ ଓ୍ବାର୍ଡରେ ଶୁକ୍ରବାର ରାତିରେ ନିଆଁଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିବା ସହ...

ସ୍ତ୍ରୀ’ଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରିବା ନିଷ୍ଠୁରତା, ମହିଳାଙ୍କୁ ଛାଡ଼ପତ୍ର ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ,୧୪ା୧୧: ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଚାକିରି ଛାଡି ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବାକୁ ବାଧ୍ୟ କରିବା ନିଷ୍ଠୁରତା ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି। ଏଥିସହିତ...

ନାମକୁ ଝାଡଖଣ୍ଡ ନିର୍ବାଚନ, ଟାର୍ଗେଟରେ ବିହାର

ନୂଆଦିଲ୍ଲୀ,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ଜାମୁଇ ଗସ୍ତ କରିଥିଲେ। ଯେଉଁଠାରେ ସେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ସମାଜର ଭଗବାନ କୁହାଯାଉଥିବା...

କୋଟିଏ କି ୨ କୋଟି ନୁହେଁ, ଦାମ୍‌ ୨୩ କୋଟି; ଦିନକୁ ୨ ହଜାର ଟଙ୍କାର ଡ୍ରାଏଫ୍ରୁଟ୍ସ ଖାଏ ଏହି ମଇଁଷି

ଜୟପୁର,୧୫।୧୧: ଚଳିତ ବର୍ଷ ରାଜସ୍ଥାନର ପୁଷ୍କର ମେଳାରେ ଆସୁଥିବା ଲୋକଙ୍କ ପାଇଁ ହରିୟାଣାର ଏକ ମଇଁଷି ଆକର୍ଷଣର କେନ୍ଦ୍ର ପାଲଟିଛି। ଗତ ବର୍ଷ ମଧ୍ୟ ଏଠାରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri