ଲକ୍ଡାଉନ୍ ଯୋଗୁ ଅଧିକାଂଶ ଲୋକେ ଏବେ ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ବଲିଉଡ୍ ସେଲିବ୍ରିଟି ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଏହି ସମୟରେ ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନା ଝିଅ ନିତାରାଙ୍କ ସହ ସମୟ ବିତାଉଛନ୍ତି। ନିକଟରେ ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମ୍ରେ ଟ୍ବିଙ୍କର ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ନିତାରା ମା’ ଟ୍ବିଙ୍କଲଙ୍କର ମେକ୍ଅପ୍ କରିଛନ୍ତି। ଏହି ନୂଆ ଲୁକ୍କୁ ଟ୍ବିଙ୍କଲ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଫଟୋକୁ ଶେୟାର କରିବା ସହ ଟ୍ବିଙ୍କର ଲେଖିଛନ୍ତି, ଛୋଟି ମୋତେ ଏହି ସୁନ୍ଦର ମେକ୍ଓଭର ଦେଇଛି। ଆଇବ୍ରୋ ମେକ୍ଅପ୍ ବହୁତ ସୁନ୍ଦର କରିଛି। ଏଥିସହ ଟ୍ବିଙ୍କର ନିଜ ମେକ୍ଅପ୍ ଆଟିଷ୍ଟଙ୍କୁ ମୋଶନ କରି ଲେଖିଛନ୍ତି, ନମ୍ରତା ସୋସୀ ତୁମକୁ ଟକ୍କର ଦେବ।