ଭଦ୍ରକ ଅଫିସ ,୧୫।୧୧: ଭଦ୍ରକ ୧୬ ନଂ. ଜାତୀୟ ରାଜପଥ ଗେଲପୁର ନିକଟରେ ଏକ ଟ୍ରକ୍ ଜଣେ ସ୍କୁଲ୍ ଛାତ୍ରୀଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ସେ ହେଲେ ଗେଲପୁର ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ରାଜଲକ୍ଷ୍ମୀ ମଲ୍ଲିକ। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ଉତ୍ତ୍ୟକ୍ତ ଲୋକେ ଗେଲପୁର ଜାତୀୟ ରାଜପଥ ଅବରୋଧ କରିଥିଲେ। ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି। ରାଜଲକ୍ଷ୍ମୀ ସାଇକେଲରେ ସ୍କୁଲ ଯାଉଥିବା ସମୟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା।