ଆଗ୍ରା,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି। ଫେବୃୟାରୀ ୨୪ରେ ଟ୍ରମ୍ପ୍ ଆଗ୍ରାରେ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍ ତାଜମହଲ ବୁଲିଯିବେ। ତେଣୁ ସୁରକ୍ଷା ଦୃଷ୍ଟିରୁ ମଧ୍ୟାହ୍ନ ୧୨ଠାରୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଆଗ୍ରା ଡିଭିଜନ୍ର ସୁପରିଟେଣ୍ଡେଣ୍ଟ୍ ବସନ୍ତ କୁମାର ସ୍ବର୍ଣ୍ଣକାର ସୂଚନା ଦେଇଛନ୍ତି। ଟ୍ରମ୍ପ୍ଙ୍କ ଗସ୍ତ ନେଇ ତାଜମହଲଠାରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।