ଲକ୍ଷ୍ନୌ, ୯।୭: ଉତ୍ତର ପ୍ରଦେଶର ଅଯୋଧ୍ୟା ଟ୍ରାଫିକ୍ରେ କାମ କରୁଥିବା ଜଣେ କନଷ୍ଟେବଳ ଏକ ଛୋଟ କାମ କରି ରାତାରାତି ସେଲିବ୍ରିଟି ପାଲଟିଯାଇଛନ୍ତି। ତାଙ୍କୁ ଏବେ ଚାରିଆଡୁ ପ୍ରଶଂସା ମିଳୁଛି। ଜଣେ ବୃଦ୍ଧ ଟ୍ରଲିରେ ପ୍ରବଳ ଜିନିଷପତ୍ର ଲଦିଥିବାରୁ ଟ୍ରାଫିକ୍ ପାର୍ ହୋଇପାରୁ ନ ଥିଲେ। ଉକ୍ତ କନେଷ୍ଟବଳ ତାଙ୍କ ଟ୍ରଲି ଟାଣି ଟ୍ରାଫିକ୍ ପାର୍ କରିବାରେ ସାହାଯ୍ୟ କରି ମାନବତାର ପରିଚୟ ଦେଇଥିଲେ। ଏହା ଦେଖି ଟ୍ରାଫିକରେ ଥିବା ଲୋକମାନେ ତାଳି ମାରି ତାଙ୍କ ଉତ୍ସାହ ବଢାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କନେଷ୍ଟବଳଙ୍କୁ ଦେଶର ପ୍ରକୃତ ହିଲୋ ବୋଲି ୟୁଜର୍ସ କହିଛନ୍ତି।