ଟ୍ରାଫିକ୍‌ ନିୟନ୍ତ୍ରଣ,ବାଟ ପାଉନି ଜିଲା ପ୍ରଶାସନ

ଦେବଗଡ଼,୧୪।୭(ଡି.ଏନ.ଏ.) – ୧୯୯୪ ମସିହାରେ ଦେବଗଡ଼ ଜିଲା ଗଠନ ହୋଇଥିଲା ା ଇତିମଧ୍ୟରେ ୨୫ ବର୍ଷ ବିତିଛି ା ହେଲେ ପ୍ରଶାସନିକ ଅବହେଳା କାରଣରୁ ଏହି ଜିଲାର କୌଣସି ଆଖିଦୃଶିଆ ବିକାଶ ହୋଇପାରିନାହିଁ ା ରାଜନୈତିକ ବିଚାରଧାରାକୁ ବିଶ୍ୱାସ କରୁଥିବା ବ୍ୟକ୍ତିମାନେ ବି ଏ ନେଇ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି ା ଏଥିଯୋଗୁ ଜିଲାବାସୀ ମୌଳିକ ସମସ୍ୟାର ସମାଧାନରେ ପଛରେ ପଡିଛନ୍ତି ା ଦେବଗଡ଼ ସହରର ଟ୍ରାଫିକ୍‌ ସମସ୍ୟାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ ା ଦେବଗଡ଼ ପୌରପରିଷଦ ୧୧ଟି ୱାର୍ଡକୁ ନେଇ ଗଠିତ ା ଜନସଂଖ୍ୟା ପ୍ରାୟ ୨୫ ହଜାର ା ହେଲେ ସହରର ଟ୍ରାଫିକ ସମସ୍ୟା ସ୍ଥାନୀୟ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ା ସହରର ବ୍ୟସ୍ତବହୁଳ ସଭାଗୋଲି ଛକରୁ ପ୍ରଧାନପାଟ, ମ୍ୟୁନିସିପାଲିଟିକୁ ସଂଯୋଗ କରୁଥିବା ରାସ୍ତାକଡରେ ପ୍ରତିଦିନ ଯାତ୍ରୀବାହୀ ବସ୍‌, ଟ୍ରକ୍‌, ଟ୍ୟାକ୍ସି ସହ ଅନ୍ୟାନ ଯାନବାହନ ଅଟକି ରହୁଛି ା ବସ୍‌ କର୍ମଚାରୀମାନେ ସେଠାରେ ହିଁ ଯାତ୍ରୀମାନକୁ ଉଠାଉଛନ୍ତି ା ପାଖରେ ଟ୍ରାଫିକ୍‌ ପୋଷ୍ଟ ରହିଛି ା ଏକାଧିକ ଟ୍ରାଫିକ୍‌ ପୋଲିସ ସେଠାରେ ମୁତୟନ ହେଉଥିଲେ ବି ଏଥିପ୍ରତି ସେମାନଙ୍କ ନଜର ପଡୁନାହିଁ ା ସହରର ଷ୍ଟେଟ୍‌ବ୍ୟାଙ୍କ ଛକ, ଗୋପବନ୍ଧୁ ଛକ, ପ୍ରାଇଭେଟ ବସ୍‌ଷ୍ଟାଣ୍ଡ ଛକ, ପୁରୁଣା ପୋଷ୍ଟଅଫିସ ଛକ, ଡେଲି ମାର୍କେଟ, କଲେଜ୍‌ ରୋଡରେ ଜନଗହଳି ଯୋଗୁ ଉପରୋକ୍ତ ସମସ୍ୟା ଲାଗି ରହିଛି । ଫଳରେ ରାସ୍ତାରେ ଯାତାୟତ ହେଉଥିବା ଗାଡି ମଟର ଦୀର୍ଘ ସମୟ ଧରି ଅଟକି ରହୁଛି ା ଟିକେ ଅସାବଧାନ ହେଲେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।
ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଜିଲା ପ୍ରଶାସନ ତଥା ପୌର ପରିଷଦ ପକ୍ଷରୁ ଏ ନେଇ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି ା ଏପରି କି ଦେବଗଡ଼ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ପାର୍କିଂ ବ୍ୟବସ୍ଥା ନାହିଁ ା ଫଳରେ ଲୋକେ ଗାଡ଼ିଗୁଡିକୁ ରାସ୍ତାର ଉଭୟ ପାଶର୍‌ବରେ ପାର୍କିଂ କରୁଛନ୍ତି । ଛାତ୍ରୀଛାତ୍ର ମାନେ ଏଥିଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା
ଏମାନେ ଯାହା କୁହନ୍ତି..
ଯାନବାହନ ଚଳାଚଳ ନିୟନ୍ତ୍ରଣ ପ୍ରତି ପୋଲିସର କୌଣସି ଅଙ୍କୁଶ ନାହିଁ ା ଜବରଦଖଲ ଯୋଗୁ ରାସ୍ତା ସଂକୀର୍ଣ୍ଣ ହୋଇଛି ା ଏଥିଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ା ଅନ୍ୟପକ୍ଷେ ଟ୍ରାଫିକ ଜାମ୍‌ ପାଇଁ ଆମେ ନିଜେ ଦାୟୀ ା ଜନସାଧାରଣ ନିଜେ ସଚେତନ ହେଲେ ଟ୍ରାଫିକ ସମସ୍ୟା ଦୂର ହେବ ା ଏଥିପାଇଁ ପୌର କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ଜରୁରୀ ା
-ମାର୍କଣ୍ଡେଶ୍ୱର ଶତପଥୀ,ବରିଷ୍ଠ ନାଗରିକ,ଦେବଗଡ଼
ଜିଲାର ଜନସଂଖ୍ୟା ବଢିବା ସହ ଗାଡି ମୋଟର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ା ସେଥିପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ା ସହରର ମଧ୍ୟସ୍ଥଳୀରେ ଥିବା ସ୍କୁଲର କୁନିକୁନି ଛାତ୍ରୀଛାତ୍ର ଏବଂ ଜନସାଧାରଣଙ୍କ ପାଇଁ ଟ୍ରାଫିକ ସମସ୍ୟା ବିପଦ ସୃଷ୍ଟି କରୁଛି,ଏଥିପାଇଁ ଜିଲା ପ୍ରଶାସନ ଠୋସ୍‌ ପଦକ୍ଷେପ ନେବା ଆବଶ୍ୟକ ା
-ତରଣୀକାନ୍ତ ଦାଶ,ସମ୍ପାଦକ, ଓକିଲ ସଂଘ,ଦେବଗଡ଼
ସହରରେ କୌଣସି ପାର୍କିଂ ବ୍ୟବସ୍ଥା ନାହିଁ ା କେତେଜଣ ବ୍ୟବସାୟୀ ନିଜ ଦୋକାନକୁ ରାସ୍ତା ମାଡ଼ି କରିଛନ୍ତି ା ଏଥିଯୋଗୁ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି ା ଏହାର ପ୍ରତିକାର କରା ନ ଗଲେ ଆଗାମୀ ଦିନରେ ଛୋଟବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ ା -ପ୍ରଫୁଲ୍ଲ କୁମାର ନାୟକ,ସାମାଜିକ କର୍ମୀ,ଦେବଗଡ଼
ଯେଉଁମାନେ ରାସ୍ତା ଜବରଦଖଲ କରୁଛନ୍ତି ସେମାନଙ୍କ ପାଇଁ ସର୍ବସାଧାରଣରେ ନୋଟିସ ଜାରି କରାଯାଇଛି ା ଏ ସଂକ୍ରାନ୍ତରେ ଆମେ ଜିଲାପାଳଙ୍କ ସହ କଥାବାର୍ତ୍ତା ହୋଇଛୁ ା ଏପରି କି ଡ୍ରେନ ଉପରେ ଘର କରି ଦୋକାନୀମାନେ ରାସ୍ତାକୁ ମାଡ଼ି ବସିଛନ୍ତି ା ଏଥିପାଇଁ ଡାକବାଜି ଯନ୍ତ୍ରଦ୍ୱାରା ସମସ୍ତକୁ ଅବଗତ କରାଯାଉଛି ା ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ହେବ ା
-କୁଞ୍ଜବନ ପ୍ରଧାନ, ନିର୍ବାହୀ ଅଧିକାରୀ,ଦେବଗଡ଼ ମ୍ୟୁନିସିପାଲିଟି


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri