ଟ୍ରାଫିକ ଜାମ୍‌ରେ ଚାଲିଗଲା ଶିଶୁର ଜୀବନ

ଭୁବନେଶ୍ୱର, ୧୨।୨(ବ୍ୟୁରେ):ରାଜଧାନୀରେ ଟ୍ରାଫିକ ଜାମ୍‌ ଆଉ ଏକ ଜୀବନ ନେଇଛି। ରାସ୍ତା ଜାମ୍‌ରେ ଆମ୍ବୁଲାନ୍ସ ଫସି ରହିବାରୁ ଜଣେ ୫ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶିଶୁ ହେଲେ ପୁରୁଣା ଭୁବନେଶ୍ୱରରେ ରହୁଥିବା କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ ଦୋବଣ୍ଡା ଗ୍ରାମର ନୀରୋଦ ନାୟକଙ୍କ ପୁଅ ନୀଲ୍‌ ନୀତୀଶ ନାୟକ। ପୁଅକୁ ଭଲ କରିବାକୁ ପରିବାର ଲୋକେ ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଏବେ ପୁଅର ମୃତଦେହ ଧରି ଘରକୁ ଫେରିଛନ୍ତି ମା’ବାପା। ପୁଅର ମୃତ୍ୟୁ ପାଇଁ ଚିକିତ୍ସା ଅବହେଳା ଓ ଟ୍ରାଫିକ ଜାମ୍‌କୁ ବାପା ନୀରୋଦ ଦାୟୀ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ, ପୁଅ ନୀଲ୍‌ ନୀତୀଶ୍‌ଙ୍କର ରବିବାର ରାତିରେ କାଶ ହେବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୋର୍‌ ୪ଟାରେ କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗ ଆଣିଥିଲେ। ଥଣ୍ଡାରୁ ଏଭଳି ହେଉଥିବା କହି ଡାକ୍ତର ଇଞ୍ଜେକ୍ସନ ଓ କିଛି ଔଷଧ ଲେଖି ଘରକୁ ପଠାଇଦେଇଥିଲେ। ସୋମବାର ଔଷଧ ଖାଇ ଦିନସାରା ଟିକେ ସୁସ୍ଥ ହୋଇଥିଲେ ନୀଲ୍‌ ନୀତୀଶ। ରାତି ପ୍ରାୟ ୧୧ଟାରେ ପୁଣି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଭୋର୍‌ ସମୟରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉପସ୍ଥିତ ଥିବା ଜଣେ ଡାକ୍ତର ପୂର୍ବରୁ ଦିଆଯାଇଥିବା ଇଞ୍ଜେକ୍ସନ ପୁଣି ଦେବା ସହ ଔଷଧ ଓ ରକ୍ତ ପରୀକ୍ଷା ପାଇଁ ଲେଖିଥିଲେ। ଔଷଧ କିଣା ଓ ରକ୍ତ ପରୀକ୍ଷା ପାଇଁ ଧାଡ଼ିରେ ରହିବା ମଧ୍ୟରେ ବହୁ ବିଳମ୍ବ ହୋଇଯାଇଥିଲା। ଇତିମଧ୍ୟରେ ନୀଲ୍‌ ନୀତୀଶ୍‌ଙ୍କର ପ୍ରବଳ ଯନ୍ତ୍ରଣା ହେବାରୁ ସେ ଚିତ୍କାର କରି ଛାଟିପିଟି ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇ ଆସିଥିଲେ।

ଜଣେ ସିନିୟର ଡାକ୍ତର ସ୍ବାସ୍ଥ୍ୟାବସ୍ଥା ଦେଖିବା ପରେ ତାଙ୍କୁ କଟକ ରେଫର କରିଦେଇଥିଲେ। ପୁଅର ଅବସ୍ଥା ଦେଖି ପରିବାର ଲୋକେ ତାଙ୍କୁ କଟକ ନ ନେଇ ଏକ ଘରୋଇ ଆମ୍ବୁଲାନ୍ସରେ ପଟିଆସ୍ଥିତ କିମ୍ସ ହସ୍ପିଟାଲକୁ ନେଉଥିଲେ। ପୂର୍ବାହ୍ନ ସାଢ଼େ ୧୦ଟାରେ ଆମ୍ବୁଲାନ୍ସଟି ସାଇରନ ବଜାଇ କିମ୍ସ ଅଭିମୁଖେ ବାହାରିଥିଲା। ବାଟସାରା ବିଭିନ୍ନ ଟ୍ରାଫିକ ଛକରେ ଗାଡ଼ିମୋଟର ଭିଡ଼ ଯୋଗୁ ଆମ୍ବୁଲାନ୍ସ ଅଟକି ରହି ରହି ଆସିଥିଲା। ଜୟଦେବ ବିହାର ଛକ ଅତିକ୍ରମ କରିବା ପରେ ବି ଆମ୍ବୁଲାନ୍ସର ଗତି ବଢ଼ି ପାରି ନ ଥିଲା। ବିଳମ୍ବ ହେଉଥିବାରୁ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରେ ଲାଗିଥିଲା। ତେବେ ନାଲ୍‌କୋ ଛକରେ ଆମ୍ବୁଲାନ୍ସ ପୂରା ଫସିଯାଇଥିଲା। ଆଗପଛ ଓ ପାର୍ଶ୍ୱରେ ଗାଡିମୋଟର ଲାଗି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ସାଇରନ୍‌ ଦେଇଥିଲେ ମଧ୍ୟ କେହି ହଟି ନ ଥିଲେ। ଫଳରେ ଗାଡିରେ ଥିବା ଶିଶୁର ବାପା ନୀରୋଦ ଓ ଦାଦା ଓହ୍ଲାଇପଡ଼ି ରାସ୍ତା ଫାଙ୍କା କରିବାକୁ ଚେଷ୍ଟା କରିଥିଲେ। ପୁଅର ଦେହ ବହୁତ ଖରାପ ଅଛି କହି ବାଟ ଛାଡ଼ିଦେବାକୁ ଲୋକଙ୍କ ହାତଗୋଡ଼ ଧରି ନେହୁରା ହୋଇଥିଲେ। ବହୁ କଷ୍ଟରେ କିଛି ଗାଡିକୁ ସାଇଡ୍‌ କରି ଆମ୍ବୁଲାନ୍ସକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପଛରେ ଥିବା ଗାଡିଗୁଡିକ ଆଗକୁ ମାଡ଼ିଯାଇ ବାଟ ଓଗାଳୁଥିଲା। ଏହା ମଧ୍ୟରେ କିଛି ଗାଡ଼ି ମଧ୍ୟ ନୀରୋଦଙ୍କୁ ଧକ୍କା ଦେଇସାରିଥିଲା। ସ୍ଥିତି ଏପରି ହୋଇଥିଲା ଆମ୍ବୁଲାନ୍ସଟି କେଉଁବାଟେ ବି ମୁକୁଳିବା ପରିସ୍ଥିତିରେ ନ ଥିଲା। ଭିତରେ ଶିଶୁଟି ଚିତ୍କାର କରି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ବାହାରେ ଥିବା ଲୋକେ ମାନବିକତା ହରାଇ ବସିଥିଲେ। ଏ ପରିସ୍ଥିତିରେ ଟ୍ରାଫିକ ପୋଲିସ ମଧ୍ୟ ପ୍ରଥମେ ସେପରି ପଦକ୍ଷେପ ନେଇ ନ ଥିଲା। ପରେ ଉଦ୍ୟମ କରି ବିଫଳ ହୋଇଥିଲା। ଜାମ୍‌ ହଟାଇବା ବେଳକୁ ପ୍ରାୟ ୧୫ ମିନିଟ୍‌ରୁ ଅଧିକ ସମୟ ବିଳମ୍ବ ହୋଇଯାଇଥିଲା। ଏହାପରେ ବାଟରେ ଗାଡିମୋଟର ଭିଡ଼ ଓ ଡମଣା ସହ ଆଉ କେତେକ ଛକରେ ମଧ୍ୟ ରାସ୍ତା ସ୍ବାଭାବିକ ନ ଥିଲା। ଆମ୍ବୁଲାନ୍ସଟି କିମ୍ସ ହସ୍ପିଟାଲରେ ପହଞ୍ଚତ୍ବା ବେଳକୁ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବ ହୋଇଯାଇଥିଲା। ସେତେବେଳକୁ ଶିଶୁଟି ନିସ୍ତେଜ ହୋଇଯାଇଥିଲେ। ଡାକ୍ତର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲକୁ ଆଣିବାରେ ବିଳମ୍ବ ହୋଇଯାଇଥିବାରୁ ଶିଶୁଟିର ମୃତ୍ୟୁ ଘଟିଥିବା ସମ୍ପୃକ୍ତ ଡାକ୍ତର କହିଥିଲେ ବୋଲି ନୀରୋଦ କହିବାବେଳେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ।
ଏନେଇ ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, କେଉଁ ପରିସ୍ଥିତିରେ ଏପରି ଘଟିଲା ତାହାର ତଦନ୍ତ କରାଯିବ। ମୁଁ ସିସିଟିଭି ଯାଞ୍ଚ କରିଥିଲି। ଟ୍ରାଫିକ ଜାମ୍‌ରେ କୌଣସି ଆମ୍ବୁଲାନ୍ସ ଫସି ଥିବା ଦେଖିବାକୁ ପାଇଲିନି। ତେବେ ଜୟଦେବ ବିହାରରୁ ପଟିଆ ରାସ୍ତାରେ ପ୍ରାୟତଃ ଭିଡ଼ ରହୁଛି। ଏହି ସମସ୍ୟାକୁ କିଭଳି ସମାଧାନ କରାଯିବ ସେନେଇ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚିକିତ୍ସା ଅବହେଳା ଅଭିଯୋଗକୁ ଅସ୍ବୀକାର କରିଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ।
ସୂଚନାଯୋଗ୍ୟ, ବର୍ଷେ ତଳେ ରାଜଧାନୀ ରାସ୍ତାରେ ମଧ୍ୟ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଥିଲା। ଖାରବେଳନଗର ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନ ଛକରେ ଶୋଭାଯାତ୍ରା ଯୋଗୁ ରାସ୍ତା ଜାମ୍‌ ଥିଲା। କ୍ୟାପିଟାଲ ହସ୍ପିଟାଲକୁ ଯାଉଥିବା ଏକ ଆମ୍ବୁଲାନ୍ସ ଫସି ଯିବାରୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri