ଟ୍ରାଫିକ ନିୟମ ଉଲ୍ଲଙ୍ଘନ: ଚାଲାଣ ଦେୟ ଜମା ସମୟ ବଢ଼ିପାରେ

ନୂଆଦିଲ୍ଲୀ,୧୨-୨: ସରକାର ମୋଟର ଯାନ ଆଇନରେ ସଂଶୋଧନ ଆଣିବାକୁ ଯୋଜନା ରଖିଛନ୍ତି। ଟ୍ରାଫିକ ଏବଂ ପରିବହନ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ଚାଲାଣ ଜମା କରିବା ସମୟକୁ ଏଥିରେ ବଢାଯାଇ ୬୦ ଦିନ କରାଯାଇପାରେ ବୋଲି କୁହାଯାଉଛି। ଏହି ସମୟ ସୀମା ମଧ୍ୟରେ ଯାନ ମାଲିକ ଯଦି ଚାଲାଣ ରାଶି ପ୍ରଦାନ ନ କରନ୍ତି ତାଙ୍କ ଲାଇସେନ୍ସ, ଯାନର ପଞ୍ଜୀକରଣ ନବୀକରଣ କରାଯିବ ନାହିଁ। ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଚାଲାଣ କଟାଯାଇଥିଲେ ମଧ୍ୟ ଏହି ଅର୍ଥ ଦେବାକୁ ଯାନର ଡ୍ରାଇଭରମାନେ ଅନେକ ସମୟ ଲଗାଉଛନ୍ତି। ଏହାକୁ ବିଚାର କରି ନୂଆ ବ୍ୟବସ୍ଥା ଆଣିବାକୁ ଏବେ ଯୋଜନା କରାଯାଉଛି ବୋଲି ଅଧିକାରୀ କହିଛନ୍ତି। ଯଦି ଜଣେ ବ୍ୟକ୍ତି ଚାଲାଣ ଅର୍ଥ ପ୍ରଦାନ କରିନାହାନ୍ତି ଏବଂ ପୁଣି ଥରେ ନିୟମ ଉଲ୍ଲଙ୍ଘନ କରି ଧରା ପଡିଲେ, ସେ କ୍ଷେତ୍ରରେ ଜରିମାନା ଅର୍ଥ ଅନେକ ମାତ୍ରାରେ ବଢିଯିବ। ଏ କ୍ଷେତ୍ରରେ କମ୍ପାଉଣ୍ଡେବଲ ଚାଲାଣ କଟିବ। ଏହା ଏକ ପ୍ରକାରର ଚାଲାଣ, ଯାହା ବିନା କୌଣସି କୋର୍ଟ ଯାଇ ଟ୍ରାଫିକ୍‌ ପୋଲିସ ପାଖରେ ମାମଲାର ଯୋଡାଯାଇଥିବା ଅର୍ଥର ସମାଧାନ କରାଯିବ। ନୂଆ ନିୟମ ଅନ୍‌ଲାଇନ ପଏଣ୍ଟ ଅଫ୍‌ ସେଲ୍‌ ଦ୍ୱାରା ଇ-ଚାଲାଣ କାଟିବା ଉପରେ କେନ୍ଦ୍ରିତ ହେବ। ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିବରଣୀ ସରକାରୀ ଏଜେନ୍ସି ପୋର୍ଟାଲରେ ଉପଲବ୍ଧ ହେବ। ଟ୍ରାଫିକ ଅଧିକାରୀମାନେ ଏହାର ସହାୟତା ନେଇ କାହା ଉପରେ କେତେ ଚାଲାଣ ଅର୍ଥ ରହିଛି କି ନାହିଁ ସେ ସମ୍ପର୍କରେ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri