ଟ୍ରେନ୍‌ରେ ଫେରୁଥିବା ପ୍ରବାସୀ ମହିଳାଙ୍କ ମୃତ୍ୟୁ

ବଲାଙ୍ଗୀର ଅଫିସ, ୨୪ା୫-ବିଶାଖାପାଟଣାରୁ ବଲାଙ୍ଗୀର ପହଞ୍ଚତ୍ଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଆସୁଥିବା ଜଣେ ପ୍ରବାସୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ କୋରାପୁଟ ଜିଲା ବୈପାରୀଗୁଡାର ରାଧା ଖର୍ରା (୨୦) ବୋଲି ଜଣାପଡିଛି। ତାଙ୍କର ବର୍ଷକର ଏକ ଶିଶୁ ଅଛି। ଏହି ଟ୍ରେନ୍‌ ରବିବାର ସକାଳେ ବଲାଙ୍ଗୀର ରେଳ ଷ୍ଟେଶନ୍‌ରେ ପହଞ୍ଚତ୍ ଥିଲା। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଭଉଣୀ ଗୁରୁତର ଅସୁସ୍ଥ ହୋଇପଡିଥିବା ସେଠାରେ ମୁତୟନ ପୋଲିସକୁ ସୂଚନା ଦେଇଥିଲେ ା ଟ୍ରେନ୍‌ ଭିତରେ ସେ ଛଟପଟ ହେଉଥିବା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିବା ଜଣାଇଥିଲେ। ଖବର ପାଇ ମେଡିକାଲ ଟିମ୍‌ ତୁରନ୍ତ ପହଞ୍ଚତ୍ ଷ୍ଟେଶନ୍‌ ଭିତରେ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ, ରାଧା ନିଜ ପରିବାର ସହ ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଯାଇଥିଲେ। ଲକ୍‌ଡାଉନ୍‌ ପୂର୍ବରୁ ତାଙ୍କ ସ୍ବାମୀ ବୈପାରୀଗୁଡାକୁ କୌଣସି କାମରେ ଆସି ଆଉ ଫେରି ପାରି ନ ଥିଲେ। ଏଣୁ ରାଧା ନିଜର ଶିଶୁ ସହ ସେଠାରେ ଭାଇଭାଉଜ ଓ ସମ୍ପର୍କୀୟଙ୍କ ସହ ରହିଯାଇଥିଲେ। ଶନିବାର ବିଶାଖାପାଟଣାରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଫେରୁଥିବା ବେଳେ ବାଟରେ ସେ ଅସୁସ୍ଥ ହୋଇପଡିଥିଲେ। ବଲାଙ୍ଗୀର ରେଳ ଷ୍ଟେଶନ୍‌ରେ ପହଞ୍ଚତ୍ବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ା ମେଡିକାଲ ଟିମ୍‌ ପହଞ୍ଚତ୍ବା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ା ରାଧାଙ୍କ ମୃତଦେହକୁ ଭୀମଭୋଇ ମେଡିକାଲ କଲେଜ ଶବାଗାରକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ବି. ଫଟକରା ଗାଁରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ କିଛି ଯୁବକ ମାରଣାସ୍ତ୍ର...

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ ୧୯।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଥାନା ସରମୁହାଣ ଓ ଭଇଁଷା ଗାଁର ମୁଖ୍ୟ ରାସ୍ତା କଡ଼ରେ ଏକ ମହୁଲ ଗଛରେ ଯୁବକଙ୍କ...

ବଲାଙ୍ଗୀରରେ ଧୂମ୍‌ଧାମ୍‌ରେ ଚାଲିଛି ଦେବଶିଳ୍ପୀଙ୍କ ପୂଜା

ବଲାଙ୍ଗୀର,୧୬ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ସୋମବାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ବଲାଙ୍ଗୀର ସରକାରୀ ନୂତନ...

ସୁଭଦ୍ରା ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ନେଉଥିଲେ ଟଙ୍କା, ପରେ ଯାହା ହେଲା…

ଟିଲାଗଡ଼,୧୪।୯(ଶରତ ମିଶ୍ର) ସୁଭଦ୍ରା ଯୋଜନାରେ ଫର୍ମ ପୂରଣ ନେଇ ଟଙ୍କା ନେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଟିଟିଲାଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି...

ରାଗିଗଲେ ମୁଖ୍ୟମନ୍ତ୍ରୀ ବସ୍‌ ଡ୍ରାଇଭର ଅନ୍ୟଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ହାଣିଦେଲେ

ବଲାଙ୍ଗୀର,୧୩।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡା ତାରିଣୀ ମନ୍ଦିର ନିକଟରେ ମୁଖ୍ୟମନ୍ତ୍ରୀ ବସ୍‌ର ଜଣେ ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ଆକ୍ରମଣ...

ଠିକା କାମ ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ଲୋଇସିଂହା,୬ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଠିକାବିବାଦରୁ ଏପରି କାଣ୍ଡ ଘଟିଥିବା ଜଣାଯାଇଛି। ଲୋଇସିଂହା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri