ଠକେଇ ଅଭିଯୋଗରେ ୪ ନକଲି ଖବରଦାତା ଗିରଫ : ବିଭିନ୍ନ ସାମଗ୍ରୀ ଜବତ

ବରଗଡ଼ ଅଫିସ,୧୯ା୬ : ନିଜକୁ ଖବରଦାତାର ପରିଚୟ ଦେଇ ବରଗଡ଼ ଜିଲା ଶିଳ୍ପକେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ମନୋଜ କୁମାର ଶତପଥୀଙ୍କୁ ପିସ୍ତଲ ଦେଖାଇ ଠକେଇ କରିଥିବା ଅଭିଯୋଗରେ ୪ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ, ଉତ୍ତରପ୍ରଦେଶ ରାଜ୍ୟ ନୋଇଡ଼ା ସେକ୍ଟର-୬୩ ଥାନା ଅଞ୍ଚଳର ଅନୁଜ ଅଗ୍ରୱାଲ(୩୫), ବୁଲାନସହର ଜିଲା ନଗର କୁଟୱାଲି ଥାନା ଅଞ୍ଚଳର ବିଶାଲ ଗମ୍ଭୀର(୪୩), ଗାଜିଆବାଦ ଜିଲା ସଦ୍ରା କୁଟୱାଲିର ଇମ୍ରାନ ଖାଁ(୪୪) ଏବଂ ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଭକରସାହିର ତପନ କୁମାର ସାହୁ(୫୭)। ପୋଲିସ ସେମାନଙ୍କ ପାଖରୁ ଏକ କାର୍‌ (ସିଜି ୦୪ ଏମ୍‌ଜେ ୦୨୨୯), ଏକ ଭିଡିଓ କ୍ୟାମେରା, ଗୋଟିଏ ଲାପଟପ୍‌, ଗୋଟିଏ ଆଇପଡ୍‌, ୪ଟି ନକଲି ସାମ୍ବାଦିକ ପରିଚୟପତ୍ର, ନଗଦ ୧୯ ହଜାର ୬୮୦ ଟଙ୍କା ଏବଂ ୮ଟି ମୋବାଇଲ ଜବତ କରିଛି। ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ବିଭିନ୍ନ ଦଫାରେ ୨୫ ଆର୍ମସ୍‌ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି ।
ବୁଧବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ କ୍ଷୀରସାଗର ନାଏକ ସୂଚନା ଦେଇ କହିଥିଲେ, ଗତ ୧୧ ତାରିଖରେ ଅଭିଯୁକ୍ତମାନେ ଜିଲା ଶିଳ୍ପକେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ଶତପଥୀଙ୍କ ନିକଟକୁ ଆସିଥିଲେ । ସେତେବେଳେ ସେମାନେ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଫ୍ଲାଇଆସ୍‌ ଇଟା ତିଆରି ଶିଳ୍ପ କରିବାକୁ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ସେହି ପ୍ରକଳ୍ପ ମଞ୍ଜୁର ପାଇଁ ଟଙ୍କା ଯାଚିବା ସହିତ ଗୋପନୀୟ ଭାବେ ସେହି ସମୟର ଭିଡିଓ ରେକର୍ଡ଼ିଂ କରିଥିଲେ । ଏହା ସହିତ ଶତପଥୀଙ୍କଠାରୁ ଏକ ଫୋନ ନମ୍ବର ନେଇ ୧୨ ତାରିଖରେ ସେଠାରେ ପହଞ୍ଚିଥିଲେ। ଗତ ୧୧ ତାରିଖ ରେକର୍ଡ଼ିଂ ହୋଇଥିବା ଏକ ଭିଡିଓ କ୍ଲିପିଂକୁ ଦେଖାଇ ଟଙ୍କା ଦାବି କରିବା ସହିତ ତାଙ୍କୁ ସ୍ଥାନୀୟ ଏକ ବ୍ୟାଙ୍କର ବଜାର ବ୍ରାଞ୍ଚ ଏଟିଏମ ପାଖକୁ ପିସ୍ତଲ ଦେଖାଇ ଟାଣି ନେଇଥିଲେ। ଭୟଭୀତ ହୋଇ ସେହି ଏଟିଏମରୁ ଶତପଥୀ ୨୦ ହଜାର ଟଙ୍କା କାଢ଼ି ଅଭିଯୁକ୍ତମାନଙ୍କୁ ଦେଇଥିଲେ। ମାତ୍ର ସେତିକିରେ ଅଭିଯୁକ୍ତମାନେ ସନ୍ତୁଷ୍ଟ ନ ହୋଇ ଆହୁରି ୩ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ସେତେବେଳେ ବ୍ୟାଙ୍କକୁ ଯାଇଥିଲେ ମଧ୍ୟ ଟଙ୍କା କାଢ଼ିବା ସମ୍ଭବ ହୋଇପାରି ନ ଥିଲା। ତେଣୁ ଅଭିଯୁକ୍ତମାନେ ଫେରି ଯାଇଥିଲେ ।
ମଙ୍ଗଳବାର ଅଭିଯୁକ୍ତମାନେ ପୁଣି ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଶତପଥୀଙ୍କ ପାଖରେ ପହଞ୍ଚି ଟଙ୍କା ଦାବି କରିଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ସେମାନଙ୍କୁ କାବୁ କରି ନେଇଥିଲେ। ତେବେ ଧରାପଡ଼ିବା ପରେ ଅଭିଯୁକ୍ତମାନେ ନିଜକୁ ନିର୍ଦ୍ଦିଷ୍ଟ ଏକ ଖବର ସରବରାହ ସଂସ୍ଥାର ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ। ପୋଲିସ ତନାଘନା କରି ସେମାନେ ଏକ ଠକ ଗ୍ୟାଙ୍ଗ ବୋଲି ଜାଣି ପାରିଥିଲା । ଏହାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଉପରୋକ୍ତ ସାମଗ୍ରୀ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଠିକା କାମ ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ଲୋଇସିଂହା,୬ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଠିକାବିବାଦରୁ ଏପରି କାଣ୍ଡ ଘଟିଥିବା ଜଣାଯାଇଛି। ଲୋଇସିଂହା...

ମହିଳାଙ୍କ ସହ ପୋଲିସ ବାବୁଙ୍କ ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ, ମୋବାଇଲରେ ମହିଳାଙ୍କୁ ….

ନିଶ୍ଚିନ୍ତକୋଇଲି, ୬।୯(ଅଶୋକ କୁମାର ମହାପାତ୍ର): ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରେଶ୍ୱର ଥାନାର ଜଣେ ପୋଲିସବାବୁଙ୍କ ସହ ଆଉ ଜଣେ ମହିଳାଙ୍କ ପ୍ରେମ ଗପର ଅଡିଓ ଏବଂ...

ଆଲମିରା ଭିତରେ ଲୁଚାଇ ରଖିଥିଲେ ୨୨ ହଜାର ଟଙ୍କିଆ ମଦ, ବିଦେଶରୁ ସାମଗ୍ରୀ ଆଣି ସଜେଇଛନ୍ତି ଘର, ଭିଡିଓ ଦେଖିଲେ…

ଭୁବନେଶ୍ୱର/କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଅଫିସ ସମେତ...

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯...

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ।...

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ...

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri